Thursday, May 23, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୬ - ଚଟିଳ

ଅନୁସୃଜନ - ଜ୍ୟୋତି ନନ୍ଦ


ଇନ୍‌କା ସାମ୍ରାଜ୍ୟର ପୋଲରକ୍ଷକ (୧୬୧୩ ମସିହାରେ ଅଙ୍କିତ)
ଚିତ୍ରକର - ଫିଲିପ୍ ଗୁଅମାନ୍ ପୋମା ଦି ଆଏଲା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ବେଗେ ବହେ ଭବନଦୀ ଗହନ ଗମ୍ଭୀର,
ମଧ୍ୟେ ଜଳ ଦୁଇ ପାର୍ଶ୍ୱେ ପଙ୍କିଳ ପ୍ରାନ୍ତର ।

ଧର୍ମ ଅର୍ଥେ ଚଟିଳ ସେ ନିର୍ମାଣିଲା ବନ୍ଧ,
ପାରଗାମୀ ମାନବର ପୂର୍ଣ୍ଣ ମନ ସାଧ ।

ଅଦ୍ୱୟ କୁଠାରେ ଚିରି ମୋହତରୁ ତା'ର,
କାଠଖଣ୍ଡ ଯୋଡ଼ିଯୋଡ଼ି ବନ୍ଧଟି ତିଆର ।

ଦେଖ ନାହିଁ ବାମ ଅବା ଦକ୍ଷିଣ ଦିଗର,
ଯେତେ ଯିଏ ବନ୍ଧ ପରେ ହୋଇଛ ସବାର ।

କେତେ ଦୂରେ ଅଛି ବୋଧୀ ଜାଣିବା ବିଷମ,
ନିକଟେ ରହିଣ ସୃଜେ କେବଳ ବିଭ୍ରମ ।

କିପରି ସେପାଖ ଯିବ ପଚାରୁଛ ଯଦି,
ଗୁରୁ ଚଟିଳ ନୀରବ ରହିଛି ଅବଧି ।

No comments:

Post a Comment