ବିସିନାଥପୁରରେ ପିଲାଦିନ ଓ ପଢ଼ାପଢ଼ି
ଚିତ୍ର - 'ଦି ବିଗ୍ ଟ୍ରି' (୧୮୯୧ ମସିହାରେ ଅଙ୍କିତ) ଚିତ୍ରକର - ପଲ୍ ଗଗାଁ ୧୮୪୮ - ୧୯୦୩) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
କାଗଜପତ୍ରରେ
କାଳିଆର
ଜନ୍ମ
୧୯୦୧
ମସିହାରର
ଜୁଲାଇ
ଦୁଇ
ତାରିଖରେ,
ଶପନେଶ୍ୱର
ପାଣିଗ୍ରାହୀଙ୍କର
ପତ୍ନୀଙ୍କର
ଦଶମ
ସନ୍ତାନ
ଭାବରେ
।
ହେଲେ
ଜାତକରେ
ଥିବା
ତଥ୍ୟ
ଅନୁସାରେ
ଓ
ଓଡ଼ିଆ
ପାଞ୍ଜି
ହିସାବରେ
ଦେଖିଲେ,
ପିଲାଟିର
୧୩୦୮
ସାଲର
ଶ୍ରାବଣ
ମାସର
ପ୍ରଥମ
ରାତିରେ,
କୃଷ୍ଣ
ପ୍ରତିପଦା
ତିଥିରେ,
ମଙ୍ଗଳବାର
ଦିନ
।
ପୈତୃକ
ଗ୍ରାମ
ହେଲା
ଅବିଭକ୍ତ
ପୁରୀ
ଜିଲ୍ଲାର
ବାଲିପାଟଣା
ଥାନା
ଅନ୍ତର୍ଗତ
ବିଶ୍ୱନାଥପୁର
ଗାଁରେ
।
ଗ୍ରାମ୍ୟ
ଭାଷାରେ
ତାହାର
ନା
ବିସିନାଥପୁରୁ
।
ମାମୁଁ
ଘର
ବି
ସେଇ
ଗାଁରେ
ହିଁ
।
ବାପା
ଥିଲେ
ମୁକ୍ତାର
– ପୁରୀ
ସହରରେ
କାମ
ପାଇଁ
ନିବାସ,
ଘରକୁ
ଶନିବାର
ରାତ୍ରିରେ
ଆସି
ରବିବାର
ଦିନ
ରାତି
ଗାଡ଼ିରେ
ଲେଉଟି
ଯାଆନ୍ତି
।
କାଳିଆ
କୁନିଟିଏ
ହୋଇଥାଏ,
ବାପା
ନେଇ
ଗଲେ
ଗାଁ
ସ୍କୁଲକୁ
ବିଦ୍ୟାରମ୍ଭ
ପାଇଁ
।
ମାଷ୍ଟ୍ରେ
ନୂଆ
ଚାଟଙ୍କର
ହାତ
ଧରି
ଚଟାଣ
ଉପରେ
ଖଡ଼ିରେ
ବଡ଼
ବଡ଼
ମୁଣ୍ଡଳା
ବୁଲାଇ
ବମ୍ହା,
ବିଷ୍ଟୁଁ,
ମଏସର
ଲେଖି
ଦେଲେ
।
କିନ୍ତୁ
ବିଦ୍ୟାଳୟରେ
ରୀତିମତ
ନାମ
ଲେଖା
ହେଲା,
କାନଫୋ଼ଡ଼ା
କର୍ମ
ସମ୍ପନ୍ନ
ହେଲା
ପରେ
।
ଆଗେ
ବାରିକ
ଜଣଙ୍କ
କାଳିଆକୁ
ଛୋନାଗୁଡ଼
ଖାଇବାକୁ
ଦେଲେ
ଆଉ
ତା’
ପରେ
କାନ
ଫୋଡ଼ି
ଦେଲେ
।
ତାହା
ସହ
ପୁରୋହିତଙ୍କର
ଗଣେଶଙ୍କ
ମନ୍ତ୍ର
ପାଠ
ସହ
ନଡ଼ିଆ
ଭାଙ୍ଗିବାକୁ
ପଡ଼ିଲା
।
ଏଇ
ଚୁଡ଼ାକର୍ମ
ପରେ
କାଳିଆର
ବିଦ୍ୟାଳୟ
ଗସ୍ତ
ସିନା
ଆରମ୍ଭ
ହେଲା
।
ହେଲେ
ପାଠପଢ଼ା
ତଦାରଖ
କରିବା
ପାଇଁ
ଘରେ
ସେମିତି
କେହି
ନ
ଥାଆନ୍ତି
।
ବାପା
ଓ
ବଡ଼
ଭାଇ
ତ
ପୁରୀରେ
।
କାଳିଆର
ଅସଲ
ଗାର୍ଜନ
ହେଲେ
ପିଅସି
ପୁଅ
ଭାଇ
ଭୋବନି
ଭାଇନା,
ଅର୍ଥାତ୍
ଶପନେଶ୍ୱରଙ୍କ
ଭଣଜା
।
ସେ
ନିଜ
ସାନ
ଭାଇଟିକୁ
ଭଲ
ତ
ପାଉ
ଥିଲେ
ଅପର୍ଯ୍ୟାପ୍ତ
।
ଆଉ
ତାହା
ସହ,
ନଡ଼ିଆ
ପତ୍ରରେ
ପେଏଁକାଳି
ତିଆରି
କରିବାଠାରୁ
ଲୋକସାଧାରଣରେ
ବ୍ୟବହାର
ଆଦି,
ସବୁ
କିଛି
ଶିଖାଉଥିଲେ
କାଳିଆକୁ
।
ହେଲେ
ଯାହା
ତାଙ୍କର
ଅସଲ
ଦାୟିତ୍ୱ
ଥିଲା,
ଅର୍ଥାତ୍
ଇସ୍କୁଲକୁ
ନିୟମିତ
ପଠାଇ
ପାଠପଢ଼ାର
ଦାୟିତ୍ୱ
ବୁଝିବା,
ତାହା
ସେ
କେତେ
ତୁଲାଉ
ଥିଲେ,
ତାହା
ମାଆ
ଗଙ୍ଗେ
ଜାଣନ୍ତି
।
ଏଣୁ
ଧିରେ
ଧିରେ
କାଳିଆର
ପାଠପଢ଼ାରେ
ମତି
କମିଲା,
ଗାଁ
ଟୋକାଙ୍କ
ସହ
ଖେଳକୁଦରେ
ମାତି
ଦୁଷ୍ଟାମି
କରିବା
ବଢ଼ିଲା
।
ସେବେ
ବିଦ୍ୟାଳୟଟି
ଥାଏ
ସଡ଼କ
ଉପର
ଜାଗା
ଘରେ
।
ଗାଁ
ଭିତରର
ଇସ୍କୁଲୁ
ଘରଟି
ସେତେବେଳ
ସୁଦ୍ଧା
ଭାଙ୍ଗି
ଯାଇଥାଏ
।
ଗାଁ
ସ୍କୁଲର
ମାଷ୍ଟରମାନଙ୍କର
ମତିଗତି
ପିଲାଙ୍କ
ପାଠପଢ଼ାର
କିଛି
ବେଶି
ସହାୟକ
ନ
ଥାଏ
।
ଗାଁ
ସ୍କୁଲରେ
ଶିକ୍ଷକ
ଥାଆନ୍ତି
ଅଲେଖଚନ୍ଦ୍ର
ଶତପଥି,
କାଳିଆର
ନିକଟ
ସମ୍ପର୍କୀୟ
ଭିଣୋଇ
।
ହେଲେ
ସେ
ଥିଲେ
ଜଣେ
ନିଷ୍ଟୁର
ନିର୍ମମ
ଅଧ୍ୟାପକ
।
ପିଲାଙ୍କ
ଉପରେ
ତାଙ୍କର
ମାଡ଼
ଦେଖିଲେ
ପଥର
ମଧ୍ୟ
ତରଳି
ଯିବ
।
ତାହା
ଥିଲା
ତାଙ୍କର
ନାନାଦି
ଶାରୀରିକ
ଓ
ମାନସିକ
ରୋଗର
ଫଳ
ମାତ୍ର
।
ଅଲେଖ
ବାବୁ
ଗଲା
ପରେ
ଆସିଲେ
ପୁରୀର
ନରସିଂହପୁରର
ଲୋକନାଥ
ମାଷ୍ଟ୍ର
।
ସବୁବେଳେ
ହାତରେ
ଥିବ
ବେତ
।
ନିୟମିତ
ତାହା
ଛାତ୍ରମାନଙ୍କର
ଦେହ
ସାରା
ବୁଲି
ଆସେ,
କୌଣସି
ତଥାକଥିତ
ତାତ୍କାଳିକ
କାରଣ
ଥାଉ
ବା
ନ
ଥାଉ
।
ହେଲେ
ପାଠପଢ଼ା
ଛଡ଼ା
ବହୁତ
କାମ
ହୁଏ
।
କାଠଘର
ବାଡ଼ିରେ
ଆମ୍ବ
ଗୋଟା
ହୁଏ,
ଦଉଡ଼
କକେଇ
ଘର
ଗଡ଼ିଆରେ
ପହଁରା
ଚାଲେ;
ତାହା
ବ୍ୟତୀତ
ମାଛ
ଧରା,
ଗଛ
ଚଢ଼ା,
ମହୁ
ଧରା
ଆଦି
ତ
ନିୟମିତ
କରାଯାଏ
ସାଙ୍ଗମେଳରେ
।
ଯେତେ
ଦୁଷ୍ଟ
ହେଲେ
ବି,
ସେ
ବେଳର
ଗ୍ରାମୀଣ
ପରିବେଶରେ
ସାହିତ୍ୟ
ସଂସ୍କୃତି
ଶିକ୍ଷା
ଅବଳୀଳା
କ୍ରମେ
ହୁଏ
।
ଅଲା
ଭାଇନା
ଗାଆନ୍ତି
ପ୍ରୀଚୀନ
ଓଡ଼ିଆ
କବିତାର
ଅନେକ
ଛାନ୍ଦ
-
ଗାଇବା
ସହ
ଅର୍ଥ
ମଧ୍ୟ
ବୁଝେଇ
ଦିଅନ୍ତି
।
ସେହି
ପରି
ବାଞ୍ଛା
କକେଇ
କଉଣସି
ସଙ୍ଗୀତ
କି
ଆଖଡ଼ା
ଦଳରେ
ନ
ଥିଲେ
।
ହେଲେ
ବଇଠକି
ଗାଆଣ
ଢାଞ୍ଚାରେ
ସେ
ଥିଲେ
ଜଣେ
ଭଲ
ଗାୟକ
।
ଛୁଟି
ଦିନମାନଙ୍କରେ
ବାପାଙ୍କୁ
ଭେଟିବାକୁ
ଅନେକ
ଲୋକ
ଆସନ୍ତି
।
ଅନେକ
ସମୟରେ
ଦେଖିବାକୁ
ମିଳନ୍ତି
ପାଞ୍ଚ
କୋଶ
ଦୂର
କୁମ୍ଭାରପଡ଼ାର
ସଦେଇବାବୁ
।
ତାଙ୍କୁ
ଗଣିତ
ଓ
ଜ୍ୟୋତିଷ
ଶାସ୍ତ୍ର
ଉତ୍ତମ
ରକମ
ଜଣା
।
ସେ
ଆସିଲେ
ମାଳିକା,
ଅମରକୁମର,
ଅଚ୍ୟୁତାନନ୍ଦ
ଦାସଙ୍କର
ଶୂନ୍ୟସଂହିତା,
ନନ୍ଦ
ଦାସଙ୍କର
ଅଣାକାରସଂହିତା
ଆଦି
କେତେନାକେତେ
ଶାସ୍ତ୍ର
ଆଲୋଚନା
ହୁଏ
।
ସବୁ
ଦୁଷ୍ଟାମି
ଭିତରେ
କାଳିଆର
ପାଠପଢ଼ା
କିନ୍ତୁ
ଚାଲିଥାଏ
।
ଅତି
ଭଲ
ଛାତ୍ର
ନ
ହେଲେ
ବି
ସାହିତ୍ୟ,
ଇତିହାସ,
ଅଙ୍କ,
ଭୂଗୋଳ,
ସ୍ୱାସ୍ଥ୍ୟରକ୍ଷା,
ଡ୍ରଇଁ
ଆଦି
ସବୁ
ବିଷୟରେ
ସେ
ଠିକ୍ଠାକ୍
ନମ୍ବର
ରଖି
ବୃତ୍ତି
ପରୀକ୍ଷା
ପାଇଁ
ନିର୍ବାଚିତ
ହେଲା
।
ହେଲେ
ସେଇ
ପରୀକ୍ଷାରେ
ବସିବାର
ସୌଭାଗ୍ୟ
କେବେ
ପିଲାଟିର
ଘଟିଲା
ନାହିଁ
।
ଏ
ସବୁ
ଭିତରେ
କାଳିଆର
ଲେଖାଲେଖି
ବି
ଆରମ୍ଭ
ହୁଏ
।
ପ୍ରଥମେ
ତାହା
ରୂପ
ନିଏ
ସାଙ୍ଗମାନଙ୍କୁ
ତୋଟାମାଳରେ,
ଗଡ଼ିଆ
କୂଳରେ
ଗପ
କହି
।
ପରେ
ବିଶିନାଥପୁରର
ମାଟିପାଣିରେ
ଜଡ଼ସଡ଼
ହୋଇ
ବଢ଼ୁଥିବା
ସେଇ
ଛୋଟ
ପିଲାଟି
ବଡ଼
ହୋଇ
ଲେଖେ
‘ମାଟିର
ମଣିଷ’
।
ବି.ଦ୍ର.
- ଏହି
ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପା ହୋଇଥିଲା । ପ୍ରବନ୍ଧଟିର ଉପାଦାନ
କାଳିନ୍ଦୀଚରଣ
ପାଣିଗ୍ରାହୀଙ୍କର
ଆତ୍ମଜୀବନୀ
ଅଙ୍ଗେ
ଯାହା
ନିଭାଇଛି
ରୁ
ସଙ୍ଗୃହିତ
।
ବହିଚି
କଟକସ୍ଥ
ପ୍ରକାଶନ
ସଂସ୍ଥା
କଟକ
ଷ୍ଟୁଡ଼େଣ୍ଟସ୍
ଷ୍ଟୋର
ଛପାଇଥିଲେ
।
ଦ୍ୱିତୀୟ
ସଂସ୍କରଣ
୨୦୦୬
ମସିହାରେ
ପ୍ରକାଶିତ
।
ବହିଟିରେ
ପ୍ରଥମ
ସଂସ୍କରଣର
ତାରିଖ
ଦିଆ
ଯାଇ
ନାହିଁ
।
No comments:
Post a Comment