ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୩ - ବିରୂବା
ଅନୁସୃଜନ - ଜ୍ୟୋତି ନନ୍ଦ
![]() |
ଭୂବନେଶ୍ୱର ଉପକଣ୍ଠସ୍ଥ ହୀରାପୁରସ୍ଥ ଟଉଷଠି ଯୋଗିନୀ ମନ୍ଦିର (ୱିକିମିଡିଆ କମନ୍ସ୍) |
ଥିଲା ଏକ ଶୁଣ୍ଢିଆଣୀ କାମସାଜେ ପ୍ରବେଶିଛି ଘର ଗୋଟା ଦୁଇ,
ସୁସଞ୍ଚ ଗଛରୁ ଘେନା ବକଳେ ସେ ଗୁପତରେ ମଦିରା ରାନ୍ଧଇ ।
ସହଜ ସ୍ଥିତଧୀ ଯେହୁ ଅବିଳମ୍ବେ କରୁଥାଇ ମଦିରା ସେବନ,
ଅଜର ଅମର ହୁଏ, ହୁଏ ଦୃଢ଼ ତା'ର ସମ କେହୁ ବଳବାନ ।
ଗରାଖ ସେ ଦେଖେ ଯେବେ ପ୍ରିୟତମଚିହ୍ନ ଲେଖା ଦଶମଦ୍ୱାରର,
ବାଧାବିଘ୍ନ ତେଜ୍ୟା କରି ଗୁଣବନ୍ତ ନିଜେ ହୁଏ ଆପେ ଆଗୁସାର ।
ଚଉଷଠି ଘଟ ଭରି ବସିଅଛି ଚଉକତି ବିଚିତ୍ର ପସରା,
ସବୁ ଅଛି ନାହିଁ ଖାଲି ଗରାଖର ଫେରିବାର ବାଟ ମୁହଁ ଖୋଲା ।
ନଳ ଏକ ସରୁ ଅତି ତାହା ଦେଇ ମଦ ଯାଏ ଘଟିକା ଭିତର,
ସୁଧୀଜନ ବିରୂବା ଉବାଚ ଅଟେ କାର୍ଯ୍ୟଟିକୁ ତ୍ୱରିତ ନ କର ।
No comments:
Post a Comment