ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୨ - କୁକ୍କୁରି
ଅନୁସୃଜନ - ଜ୍ୟୋତି ନନ୍ଦ
![]() |
ପଞ୍ଚମ ଖ୍ରୀଷ୍ଟାବ୍ଦର ଜୈନ ପୋଥି 'ଲୋକବିଭାଗ'ର ଚିତ୍ର (ୱିକିମିଡିଆ କମନ୍ସ୍) ଏହି ଗ୍ରନ୍ଥରେ ଆମେ ପ୍ରଥମେ 'ଶୂନ'ର ଉଲ୍ଲେଖ ପାଉ |
କଇଁଛ ଦୋହନ ପାତ୍ରେ ନ ଥାଇ
ଗଛର ତେନ୍ତୁଳି କୁମ୍ଭୀର ଖାଇ ।
ପ୍ରାଙ୍ଗଣେ ସଂସାର ସ୍ତ୍ରୀ ଶୁନବତୀ
ହଜେ କାନଫୁଲ ସେ ଅଧରାତି ।
ଶଶୁର ଶୋଇଲେ ଜାଗଇ ବହୁ
ଚୋରି କାନଫୁଲ ପାଇବୁ କାହୁଁ ?
ଦିବସରେ ବହୁ କାକକୁ ଡରେ
ରାତି ହେଲେ କାକକମାଣେ ମରେ ।
ଏହି ରୂପେ ଚର୍ଯ୍ୟା କୁକ୍କୁରି ଗାଏ
ପାଠ ଅବଧାନେ ନାହିଁ ଗୋଟିଏ ।
No comments:
Post a Comment