ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ'ରୁ ଗୀତ - 'ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ'
![]() |
ଟିତ୍ର - 'ଧୃବ ତାରା' (୧୯୦୨ରେ ଅଙ୍କିତ) ଚିତ୍ରକର - ଅଲ୍ଫୋନ୍ସ୍ ମୁକା (୧୮୬୦-୧୯୩୯) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ,
ତା' ପଦ ଚିନ୍ତନେ ମୋର ଦିନ ଯାଉ ।
କୋଟି
ଶଶୀ ପ୍ରଭାକର
ଜିଣି
ଅସୀମ ସୁନ୍ଦର
ବ୍ରହ୍ମ ପାଦପଦ୍ମ ଦିଶେ ଦାଉ ଦାଉ ।
ସେ
ପଦ ମୋ' ଧୃବତାରା
ବରଷଇ
ସୁଧାଧାରା
ମୋ' ବିଶ୍ୱାସ-ନେତ୍ର ତହିଁ ଲାଖି ଥାଉ ।
ପ୍ରେମମୟ
ହିତକାରୀ
ପାପତାପ
ଭୟହାରୀ
ତା' ପ୍ରେମ ସିନ୍ଧୁରେ ପ୍ରାଣ ଅବଗାହୁ ।
ବି.ଦ୍ର. - ଏହି ଗୀତଟି ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ' ପୁସ୍ତକରୁ ନିଆ ଯାଇଛି । ବହିଟି ପ୍ରଥମେ
୧୯୨୬ ମସିହାରେ, କଟକରେ, ବିଶ୍ୱନାଥ କର ଓ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ମୁଦ୍ରକ ହେଲେ ଉତ୍କଳ ସାହିତ୍ୟ
ପ୍ରେସ୍ । ଗ୍ରନ୍ଥଟି ସୃଜନିକା ସଂସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍ସାଇଟ୍ ସୌଜନ୍ୟରୁ ମିଳି ଥିବାରୁ ଆମେ ଅନୁଷ୍ଠାନ ନିକଟରେ କୃତଜ୍ଞ ।
No comments:
Post a Comment