ଲାଉପତ୍ର ବରା
ପ୍ରସନ୍ନ କୁମାରୀ ଦେବୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଉପକରଣ - କିଛି କଅଁଳ ଲାଉ ପତ୍ର (୮/୧୦ଟା). ୪/୫ଟା ଆଳୁ ସିଝା, ୧ଟି ପିଆଜ ଅଳ୍ପ ଅଦା, ୨ଟି କଞ୍ଚାଲଙ୍କା କଟା, ୧ ଚାମଚ ଗରମ ମସଲାଗୁଣ୍ଡ ଓ କିଛି ତେଲ ।
ପ୍ରଣାଳୀ - ଲାଉପତ୍ର ସବୁକୁ ଭଲ ଭାବେ ଧୋଇ କରି ରଖ । ସିଝା ଆଳୁକୁ ଲୁଣ ଓ ଗରମ ମସଲା ଗୁଣ୍ଡ ଦେଇ ଚକଟି ରଖ । କରେଇରେ ତେଲ ଦେଇ ପିଆଜ, ଅଦା ଓ କଞ୍ଚା ଲଙ୍କା କଟା ପକାଇ ଅଳ୍ପ ଭାଜି ଦେଇ ଆଳୁ ଚକଟାକୁ ବଘାରି ଦିଅ । ସେଇ ଆଳୁକୁ ଛୋଟ ଛୋଟ ଗୁଳା କରି ଲାଉ ପତ୍ରରେ ରଖି ସେହି ପତ୍ରକୁ ଚାରି ପାଖରୁ ଭାଙ୍ଗି ତାୱାରେ ତେଲ ଦେଇ ଧୀର ଜାଳରେ ଲେଉଟାଇ କରି ଭାଜ । ମଧ୍ୟାହ୍ନ ଭୋଜନ ବେଳେ ଏଇ ଭଳି ଚଟକ ଖାଦ୍ୟ ପ୍ରତି ଭାରି ଆଗ୍ରହ ସୃଷ୍ଟି ହୁଏ ।
No comments:
Post a Comment