କଲରା ଖଟା
ପ୍ରସନ୍ନ କୁମାରୀ ଦେବୀ
![]() |
ଫଟୋ କ୍ରେଡ଼ିଟ - ୱିକିମି଼ଡିଆ କମନ୍ସ୍ |
ଆବଶ୍ୟକ - କଲରାକୁ ଲମ୍ବା ଲମ୍ବା କରି ଚାରି ଫାଳ କରି କାଟି ଧୋଇ ରଖ । ଦୁଇଟି ବିଲାତି ବାଇଗଣ (୧୦୦ ଗ୍ରାମ୍ର) ବା ସାମାନ୍ୟ ତେନ୍ତୁଳି ରସ ଦୁଇ ଚାମଚ, ଗୁଡ଼, ଆବଶ୍ୟକୀୟ ଲୁଣ ଓ ହଳଦୀ । ମସଲା ପାଇଁ ଦୁଇ ଚାମଚ ଜୀରା, ଦୁଇଟି ଲଙ୍କା, ଅଧ ଚାମଚେ ମେଥି, ଏକ ଚାମଚ ଧନିଆକୁ ସାମାନ୍ୟ ଭାଜି ଗୁଣ୍ଡ କରି ରଖ । ତେଲ ପାଞ୍ଚ ଚାମଚ ।
ପ୍ରଣାଳୀ - କଲରାକୁ ତେଲ ଦେଇ, ଲୁଣ ହଳଦୀ ପକାଇ, କରେଇରେ ଧିମା ଜାଳରେ ଘୋଡ଼ାଇ କରି ଭାଜ । କଲରା ସିଝି ଗଲେ ସେଥିରେ ଟମାଟକଟା ପକାଇ ପୁଣି ଘୋଡ଼ାଇ କରି ଚୁଲିରେ ରଖ । ଟମାଟୋ ନରମିଗଲେ ସେଥିରେ ଗୁଡ଼ ପକାଅ ଓ ଭଜା ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଅ ।
ଆଉ ଏକ ପାତ୍ରରେ ତେଲ ଓ ଫୁଟଣ ଦେଇ କଲରାଖଟାକୁ ବଘାରି ଦିଅ । ସାମାନ୍ୟ ଥଣ୍ଡା ହେଲେ ବ୍ୟବହାର କର ।
No comments:
Post a Comment