Friday, July 26, 2019

କଲେଜିଏଟ ସ୍କୁଲର ଇତିବୃତ୍ତ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନାନା ଶାଠ ଶିଖି ଶିଖି ଶେଷକୁ ୧୯୨୬ ମସିହାରେ ରାମବାବୁ ମିଡିଲ ସ୍କୁଲରୁ ଉତ୍ତୀର୍ଣ୍ଣ ହେଲେ ତାଙ୍କର ବାପା କକେଇ ମାନେ ପ୍ୟାରୀମୋହନ ଏକାଡ଼େମୀ (ଲୋକମୁଖରେ ପି.ଏମ୍. ଏକାଡ଼େମୀ ବୋଲି ଖ୍ୟାତ) ରେ ପାଠ ପଢ଼ି ଥିବାରୁ ପିଲାଏ ସେଠି ପଢ଼ିବା ପାଇଁ ସେମାନେ ଚାହୁଁ ଥିଲେ ହେଲେ ରମାନ୍ନା ଆଉ କାହ୍ନୁ କକେଇ ସେଠି ଗାର୍ଜନ ଭୂମିକା ଉଚିତ ଭାବରେ ତୁଲାଇ ପାରିବେନି ବୋଲି ତାଙ୍କର ନାମ ରେଭେନ୍ସା କଲେଜିଏଟ ସ୍କୁଲରେ ଲେଖାଇ ଦିଆ ଗଲା ତହିଁର ଅନେକ ଶିକ୍ଷକ ବି ରାମଙ୍କର ବୁଢ଼ାବାପାଙ୍କଠୁ ଓଷଦ ଖାଉଥିଲେ ଏହି ପୁରୁଣା ସମ୍ପର୍କ ଥିଲା ଆହୁରି ଏକ ଆକର୍ଷଣ କଲେଜିଏଟେରେ ଅବଶ୍ୟ ଦରମା ସେବେ ଟିକେ ବେଶି ଥାଏ, ମାସକୁ ଅଢ଼େଇ ଟଙ୍କା ବା ତାହାଠୁ ବି ବେଶି

କଲେଜିଏଟ ସ୍କୁଲ ସେତେବେଳେ ଗୋଟିଏ ଟ୍ରେନିଂ କଲେଜର ସଂଲଗ୍ନ ଥିଲା; ମହାବିଦ୍ୟାଳୟଟିର ଅଧ୍ୟକ୍ଷ ସେତେବେଳେ ଥିଲେ ହୁଇଟ୍ମୋର୍ ସାହାବ ଟ୍ରେନିଂ କଲେଜର ଅଧ୍ୟାପକମାନେ ତାଙ୍କର ଛାତ୍ରମାନଙ୍କୁ ଶିଖାଇବା ପାଇଁ କଲେଜିଏଟେର ପିଲାଙ୍କୁ ପାଠ ପଢ଼ାନ୍ତି ଯେଉଁ ଶ୍ରେଣୀରେ ରାମ ସେଇ ଇସ୍କୁଲୁରେ ପଶିଲେ, ତହିଁରେ ଦଶରୁ ଅଧିକ ମାଇନର ବୃତ୍ତିଧାରୀ ପିଲା ଥାଆନ୍ତି ମାତୃଭାଷା ଶିକ୍ଷା ପାଇଁ ଓଡ଼ିଆ, ବଙ୍ଗଳା ଉର୍ଦ୍ଦୁ, ଏହି ପରି ତିନୋଟି ଭାଷାର ବ୍ୟବସ୍ଥା ଥାଏ, ଭୂଗୋଳ ପାଠ ପାଇଁ ଥାଏ ଅଲଗା ହଲଟିଏ ସବୁ ଶ୍ରେଣୀଗୃହମାନଙ୍କରେ ଖରା ଦିନେ ହାତଟଣା ପଙ୍ଖାର ବ୍ୟବସ୍ଥା ଥାଏ

ସ୍କୁଲ ପାଖରେ ପାଣି ପିଇବା ଘରଟିଏ; ସେଥିର ଦାୟିତ୍ୱ ଥାଏ ବାଞ୍ଛା ଗୁଡ଼ିଆଙ୍କର ପିଲାମାନେ ପାଣି ପିଇବା ପାଇଁ ପହଞ୍ଚିବା କ୍ଷଣି ସେ ଗିଲାସଟିଏ ଧୋଇ ଜଳ ଗିଲାସେ ବଢ଼ାଇ ଦିଅନ୍ତି ପାଣି ଯୋଗାଇବା ସହ ଗୁଡ଼ିଆ ବ୍ୟବସାୟ ମଧ୍ୟ ଚାଲେ ଅନ୍ୟାନ୍ୟ ଜିନିଷ ସହ ସେ ଯୋଗାଉଥିବା କଞ୍ଚା ଗୋଲା ପେଡ଼ାର ନାଁଡାକ ଥିଲା ଗୋଲାଟିକର ଦାମ ଥିଲା ଗୋଟାକ ଦୁଇ ପଇସା ସେତେବେଳେ ଅନେକ ରାଜ ପରିବାର ଜମିଦାର ଙ୍କର ଦାୟାଦ କଲେଜିଏଟେରେ ପଢ଼ୁ ଥିଲେ ସେମାନେ ପାଣି ପିଇବାକୁ ଗଲେ ଦଳେ ସାଙ୍ଗସାଥି ଧରି ଯାଆନ୍ତି ବାଞ୍ଛାଙ୍କର ସେବେ ଭାରି ବଢ଼ିଆ ବେପାର ହୁଏ

ସେଇ କଲେଜିଏଟେରେ ପଢ଼ିଲା ବେଳେ ରାମ ପ୍ରଥମେ ସିନେମା ଦେଖିବା ଆରମ୍ଭ କରନ୍ତି ଡଗଲାସ୍ ଫେଆରବ୍ୟାଙ୍କ୍ ମାଷ୍ଟର ଭିଟଲ ଙ୍କର ବହି ଦେଖିବା ତାଙ୍କର ( ସେ ସମୟରେ ଅନେକଙ୍କର) ପ୍ରିୟ ଥିଲା ପରେ ପରେ ଟକିଜ୍ ଆସିଲା ଚଳଚିତ୍ର ଛଡ଼ା ମୋହଲ ଗୋସେଇଁଙ୍କର ରାସ ଦଳ, ବଳଙ୍ଗା ଆର୍ଟ ଥିଏଟର, ଯାତ୍ରାଦଳ ସର୍କସ ଆସି କଟକରେ ଲୋକଙ୍କର ମନୋରଞ୍ଜନ କରୁଥିଲେ ସେହି ସମୟରେ ସେ ନିଜ ବିଲରେ ଗୋଟିଏ ଫୁଲ୍କା ତିଆରି ରୀତିମତ ବ୍ୟାୟାମ ମଧ୍ୟ ଆରମ୍ଭ କରନ୍ତି ସ୍କୁଲ ମାଗାଜିନଛାତ୍ରବନ୍ଧୁରେ ମଧ୍ୟ ଲେଖାଲେଖିର ଶ୍ରୀଗଣେଶ ହୁଏ

ଏଇମିତି ସବୁ ଶାଠ ଭିତରେ ସ୍କୁଲ ପାଠ ମଧ୍ୟ ସରିଲା ମେଟ୍ରିକ ପରୀକ୍ଷାରେ ସେତେ ଭଲ କରି ଥାଆନ୍ତି ରାମ; ପରୀକ୍ଷା ସେତେବେଳେ ପାଟନା ବିଶ୍ୱବିଦ୍ୟାଳୟଙ୍କର କର୍ତ୍ତୃକରେ ହେଉ ଥାଏ ଇତିହାସ, ଭୂଗୋଳ ଭଲ ହେଉ ଥିବାରୁ ମନରେ ଦକା ମଧ୍ୟ ଥାଏ ଶେଷକୁ ପରୀକ୍ଷା ଫଳସର୍ଚ୍ଚ ଲାଇଟକାଗଜରେ ବାହାରିଲା ଦ୍ୱିତୀୟ ଶ୍ରେଣୀରେ ସେ ପାଶ କରି ଥାଆନ୍ତି ଯଦିଓ ରେଭେନ୍ସା କଲେଜରେ ପାଠ ପଢ଼ିବାର ଇଚ୍ଛା ଥିଲା, ଘର ଲୋକେ ମତ ଦେଲେ ଡାକ୍ତରି ପଢ଼ିବା ପାଇଁ ବଇଦ ଘର ପିଲା !

ବି.ଦ୍ର. - ଏଇ ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଏହି ଲେଖାଟିର ଉପାଦାନ ରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ) ଙ୍କର ଆତ୍ମଜୀବନୀମୋ ଫୁଟା ଡଙ୍ଗାର କାହାଣୀ ୨୦୦୮ ମସିହାରେ କଟକର ସୁଧାଂଶୁ ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣଇଷ୍ଟର୍ଣ୍ଣ ମିଡିଆପ୍ରକାଶନ ସଂସ୍ଥାଙ୍କ ଦ୍ୱାରା ୧୯୮୯ ମସିହାରେ ଛପା ଯାଇଥିଲା

No comments:

Post a Comment