କଲେଜିଏଟ
ସ୍କୁଲର
ଇତିବୃତ୍ତ
 |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ନାନା
ଶାଠ
ଶିଖି
ଶିଖି
ଶେଷକୁ
୧୯୨୬
ମସିହାରେ
ରାମବାବୁ
ମିଡିଲ
ସ୍କୁଲରୁ
ଉତ୍ତୀର୍ଣ୍ଣ
ହେଲେ
।
ତାଙ୍କର
ବାପା
ଓ
କକେଇ
ମାନେ
ପ୍ୟାରୀମୋହନ
ଏକାଡ଼େମୀ
(ଲୋକମୁଖରେ
ପି.ଏମ୍.
ଏକାଡ଼େମୀ
ବୋଲି
ଖ୍ୟାତ)
ରେ
ପାଠ
ପଢ଼ି
ଥିବାରୁ
ପିଲାଏ
ସେଠି
ପଢ଼ିବା
ପାଇଁ
ସେମାନେ
ଚାହୁଁ
ଥିଲେ
।
ହେଲେ
ରମାନ୍ନା
ଆଉ
କାହ୍ନୁ
କକେଇ
ସେଠି
ଗାର୍ଜନ
ଭୂମିକା
ଉଚିତ
ଭାବରେ
ତୁଲାଇ
ପାରିବେନି
ବୋଲି
ତାଙ୍କର
ନାମ
ରେଭେନ୍ସା
କଲେଜିଏଟ
ସ୍କୁଲରେ
ଲେଖାଇ
ଦିଆ
ଗଲା
।
ତହିଁର
ଅନେକ
ଶିକ୍ଷକ
ବି
ରାମଙ୍କର
ବୁଢ଼ାବାପାଙ୍କଠୁ
ଓଷଦ
ଖାଉଥିଲେ
।
ଏହି
ପୁରୁଣା
ସମ୍ପର୍କ
ଥିଲା
ଆହୁରି
ଏକ
ଆକର୍ଷଣ
।
କଲେଜିଏଟେରେ
ଅବଶ୍ୟ
ଦରମା
ସେବେ
ଟିକେ
ବେଶି
ଥାଏ,
ମାସକୁ
ଅଢ଼େଇ
ଟଙ୍କା
ବା
ତାହାଠୁ
ବି
ବେଶି
।
କଲେଜିଏଟ
ସ୍କୁଲ
ସେତେବେଳେ
ଗୋଟିଏ
ଟ୍ରେନିଂ
କଲେଜର
ସଂଲଗ୍ନ
ଥିଲା;
ମହାବିଦ୍ୟାଳୟଟିର
ଅଧ୍ୟକ୍ଷ
ସେତେବେଳେ
ଥିଲେ
ହୁଇଟ୍ମୋର୍
ସାହାବ
।
ଟ୍ରେନିଂ
କଲେଜର
ଅଧ୍ୟାପକମାନେ
ତାଙ୍କର
ଛାତ୍ରମାନଙ୍କୁ
ଶିଖାଇବା
ପାଇଁ
କଲେଜିଏଟେର
ପିଲାଙ୍କୁ
ପାଠ
ପଢ଼ାନ୍ତି
।
ଯେଉଁ
ଶ୍ରେଣୀରେ
ରାମ
ସେଇ
ଇସ୍କୁଲୁରେ
ପଶିଲେ,
ତହିଁରେ
ଦଶରୁ
ଅଧିକ
ମାଇନର
ବୃତ୍ତିଧାରୀ
ପିଲା
ଥାଆନ୍ତି
।
ମାତୃଭାଷା
ଶିକ୍ଷା
ପାଇଁ
ଓଡ଼ିଆ,
ବଙ୍ଗଳା
ଓ
ଉର୍ଦ୍ଦୁ,
ଏହି
ପରି
ତିନୋଟି
ଭାଷାର
ବ୍ୟବସ୍ଥା
ଥାଏ,
ଭୂଗୋଳ
ପାଠ
ପାଇଁ
ଥାଏ
ଅଲଗା
ହଲଟିଏ
।
ସବୁ
ଶ୍ରେଣୀଗୃହମାନଙ୍କରେ
ଖରା
ଦିନେ
ହାତଟଣା
ପଙ୍ଖାର
ବ୍ୟବସ୍ଥା
ଥାଏ
।
ସ୍କୁଲ
ପାଖରେ
ପାଣି
ପିଇବା
ଘରଟିଏ;
ସେଥିର
ଦାୟିତ୍ୱ
ଥାଏ
ବାଞ୍ଛା
ଗୁଡ଼ିଆଙ୍କର
।
ପିଲାମାନେ
ପାଣି
ପିଇବା
ପାଇଁ
ପହଞ୍ଚିବା
କ୍ଷଣି
ସେ
ଗିଲାସଟିଏ
ଧୋଇ
ଜଳ
ଗିଲାସେ
ବଢ଼ାଇ
ଦିଅନ୍ତି
।
ପାଣି
ଯୋଗାଇବା
ସହ
ଗୁଡ଼ିଆ
ବ୍ୟବସାୟ
ମଧ୍ୟ
ଚାଲେ
।
ଅନ୍ୟାନ୍ୟ
ଜିନିଷ
ସହ
ସେ
ଯୋଗାଉଥିବା
କଞ୍ଚା
ଗୋଲା
ଓ
ପେଡ଼ାର
ନାଁଡାକ
ଥିଲା
।
ଗୋଲାଟିକର
ଦାମ
ଥିଲା
ଗୋଟାକ
ଦୁଇ
ପଇସା
।
ସେତେବେଳେ
ଅନେକ
ରାଜ
ପରିବାର
ଓ
ଜମିଦାର
ଙ୍କର
ଦାୟାଦ
କଲେଜିଏଟେରେ
ପଢ଼ୁ
ଥିଲେ
।
ସେମାନେ
ପାଣି
ପିଇବାକୁ
ଗଲେ
ଦଳେ
ସାଙ୍ଗସାଥି
ଧରି
ଯାଆନ୍ତି
।
ବାଞ୍ଛାଙ୍କର
ସେବେ
ଭାରି
ବଢ଼ିଆ
ବେପାର
ହୁଏ
।
ସେଇ
କଲେଜିଏଟେରେ
ପଢ଼ିଲା
ବେଳେ
ରାମ
ପ୍ରଥମେ
ସିନେମା
ଦେଖିବା
ଆରମ୍ଭ
କରନ୍ତି
।
ଡଗଲାସ୍
ଫେଆରବ୍ୟାଙ୍କ୍
ଓ
ମାଷ୍ଟର
ଭିଟଲ
ଙ୍କର
ବହି
ଦେଖିବା
ତାଙ୍କର
(ଓ
ସେ
ସମୟରେ
ଅନେକଙ୍କର)
ପ୍ରିୟ
ଥିଲା
।
ପରେ
ପରେ
ଟକିଜ୍
ଆସିଲା
।
ଚଳଚିତ୍ର
ଛଡ଼ା
ମୋହଲ
ଗୋସେଇଁଙ୍କର
ରାସ
ଦଳ,
ବଳଙ୍ଗା
ଆର୍ଟ
ଥିଏଟର,
ଯାତ୍ରାଦଳ
ଓ
ସର୍କସ
ଆସି
କଟକରେ
ଲୋକଙ୍କର
ମନୋରଞ୍ଜନ
କରୁଥିଲେ
।
ସେହି
ସମୟରେ
ସେ
ନିଜ
ବିଲରେ
ଗୋଟିଏ
ଫୁଲ୍କା
ତିଆରି
ରୀତିମତ
ବ୍ୟାୟାମ
ମଧ୍ୟ
ଆରମ୍ଭ
କରନ୍ତି
।
ସ୍କୁଲ
ମାଗାଜିନ
‘ଛାତ୍ରବନ୍ଧୁ’ରେ
ମଧ୍ୟ
ଲେଖାଲେଖିର
ଶ୍ରୀଗଣେଶ
ହୁଏ
।
ଏଇମିତି
ସବୁ
ଶାଠ
ଭିତରେ
ସ୍କୁଲ
ପାଠ
ମଧ୍ୟ
ସରିଲା
।
ମେଟ୍ରିକ
ପରୀକ୍ଷାରେ
ସେତେ
ଭଲ
କରି
ନ
ଥାଆନ୍ତି
ରାମ;
ପରୀକ୍ଷା
ସେତେବେଳେ
ପାଟନା
ବିଶ୍ୱବିଦ୍ୟାଳୟଙ୍କର
କର୍ତ୍ତୃକରେ
ହେଉ
ଥାଏ
।
ଇତିହାସ,
ଭୂଗୋଳ
ଭଲ
ହେଉ
ନ
ଥିବାରୁ
ମନରେ
ଦକା
ମଧ୍ୟ
ଥାଏ
।
ଶେଷକୁ
ପରୀକ୍ଷା
ଫଳ
‘ସର୍ଚ୍ଚ
ଲାଇଟ’
କାଗଜରେ
ବାହାରିଲା
।
ଦ୍ୱିତୀୟ
ଶ୍ରେଣୀରେ
ସେ
ପାଶ
କରି
ଥାଆନ୍ତି
।
ଯଦିଓ
ରେଭେନ୍ସା
କଲେଜରେ
ପାଠ
ପଢ଼ିବାର
ଇଚ୍ଛା
ଥିଲା,
ଘର
ଲୋକେ
ମତ
ଦେଲେ
ଡାକ୍ତରି
ପଢ଼ିବା
ପାଇଁ
।
ବଇଦ
ଘର
ପିଲା
ତ
!
ବି.ଦ୍ର.
- ଏଇ ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଏହି
ଲେଖାଟିର
ଉପାଦାନ
ରାମଚନ୍ଦ୍ର
ମିଶ୍ର
(ଫତୁରାନନ୍ଦ)
ଙ୍କର
ଆତ୍ମଜୀବନୀ
‘ମୋ
ଫୁଟା
ଡଙ୍ଗାର
କାହାଣୀ’ର
୨୦୦୮
ମସିହାରେ
କଟକର
ସୁଧାଂଶୁ
ପ୍ରଧାନଙ୍କ
ଦ୍ୱାରା
ପ୍ରକାଶିତ
ତୃତୀୟ
ସଂସ୍କରଣରୁ
ସଙ୍ଗୃହିତ
।
ବହିଟିର
ପ୍ରଥମ
ସଂସ୍କରଣ
‘ଇଷ୍ଟର୍ଣ୍ଣ
ମିଡିଆ’
ପ୍ରକାଶନ
ସଂସ୍ଥାଙ୍କ
ଦ୍ୱାରା
୧୯୮୯
ମସିହାରେ
ଛପା
ଯାଇଥିଲା
।