କଟକ
କଲେଜରେ
କାଳିନ୍ଦୀଚରଣ
 |
ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଲୋକଟିତ୍ର (ୱିକିମିଡିଆ କମନ୍ସ୍) |
ବିଂଶ
ଶତାବ୍ଦୀ
କିଶୋର
ଅବସ୍ଥା
ପାର
ହୋଇ
ଗଜା
ଟୋକା
ହେଲା
ବେଳକୁ,
ପୁରୀ
ଜିଲ୍ଲା
ଇସ୍କୁଲୁରେ
ବିଦ୍ୟାଳୟ
ଶିକ୍ଷା
ସାରି,
କାଳିନ୍ଦୀ
କଟକ
ଆସନ୍ତି
ଉଚ୍ଚ
ଶିକ୍ଷା
ପାଇଁ
।
ସେତେବେଳେ
କଲେଜେ
କହିଲେ
ସାରା
ଓଡ଼ିଆ
ଭାଷାଭାଷୀ
ଅଞ୍ଚଳରେ
ବୁଝାଉଥିଲା
ଗୋଟିଏ
ଜେଗାକୁ
-
କଟକସ୍ଥ
ରେଭେନ୍ସା
ମହାବିଦ୍ୟାଳୟ
।
ସେବେକୁ
କଲେଜ
ଉଠି
ଆସିଥାଏ
ଚାଉଳିଆଗଞ୍ଜର
ନୂଆ
କୋଠାକୁ
।
ପ୍ରକାଣ୍ଡ
ନାଲିରଙ୍ଗର
ଜମିଦାରିଆ
କୋଠି
।
ଅତିକାୟ
ଅଟ୍ଟାଳିକାଟିର
ଗୋଟାଏ
ପାଳ
ଥିଲା
ପୂର୍ବ
ଛାତ୍ରାବାସ
।
ମୁହାଁମୁହିଁ
ଆରପଟେ
ପଶ୍ଚିମ
ଛାତ୍ରାବାସ
।
ସାମ୍ନା
ଦୁଇ
ମହଲାରେ
ଥାଏ
କଳା
ବିଭାଗର
ଶ୍ରେଣୀଗୁଡ଼ିକ
।
ତାହା
ପଛର
ଘାସବହୁଳ
ପ୍ରାନ୍ତରଟି
ପାରି
ହେଲେ
ସୁଦୃଶ୍ୟ
କନିକା
ପାଠାଗାର
।
ଗ୍ରନ୍ଥାଗାରଟିର
ଦୁଇ
ପଟେ
ବିଜ୍ଞାନ
ପାଇଁ
ଶ୍ରେଣୀ
କକ୍ଷ
ତଥା
ପରୀକ୍ଷାଗାର
।
ଗରୀବ
ରାଜ୍ୟରେ
ଉଚ୍ଚଶିକ୍ଷା
ପାଇଁ
ଏମିତି
ସାଆନ୍ତିଆ
ଆୟୋଜନକୁ
ବିରୋଧ
କରି
ଥାଆନ୍ତି
ଗୋପବନ୍ଧୁ
।
ସ୍କୁଲ
ପାଠ
ପଢ଼ା
ସରିବା
ଆଗରୁ
କାଳିନ୍ଦୀଙ୍କ
ବାହାଘର
ସରିଥାଏ
।
ଆଇ.ଏ.
ପରୀକ୍ଷା
ପରେ
ତାଙ୍କର
ଦୁର୍ବାକ୍ଷତ
ଆଶୀର୍ବାଦ
କର୍ମ
ଅନୁଷ୍ଠିତ
ହୁଏ
।
ଡାକ
ବିଭାଗର
ଆନୁକୁଲ୍ୟରେ
ପ୍ରେମପତ୍ରର
ଆଦାନପ୍ରଦାନ
ଚାଲିଥାଏ
ନିଜର
ଧର୍ମପତ୍ନୀଙ୍କ
ସହ
।
କେବଳ
କାଳିନ୍ଦୀ
ନୁହନ୍ତି,
ତାଙ୍କର
ଅନେକ
ସହପାଠୀମାନେ
ବହମାନ
ଥାଆନ୍ତି,
ସେହି
ଗୋଟିଏ
ତରୀରେ
।
ଅନେକଙ୍କର
ପତ୍ନୀମାନେ
ଥାଆନ୍ତି
ଶ୍ରୀଅକ୍ଷର
ବିବର୍ଜିତା
।
ଏଣୁ
ପ୍ରେମପତ୍ର
ଲେଖା
ପାଲଟେ
ଗୋଟେ
ନିର୍ଘାତ୍
ଏକତରଫା
ନିଷ୍କାମ
କର୍ମରେ
।
ଏହି
ପରି
ନାନାଦି
କାମରେ
ବ୍ୟସ୍ତ
ରହି
କାଳିନ୍ଦୀଙ୍କର
ପାଠଶାଠ
କିଛି
ବେଶୀ
ଭଲ
ହୁଏନା
।
ସେ
ଆଇ.ଏ.
ପାସ୍
କରନ୍ତି
ତୃତୀୟ
ଶ୍ରେଣୀରେ
।
ବି.ଏ.
ବୈତରଣୀରେ
ଇଂରାଜୀ
ଅନର୍ସଟି
ରହିଯାଏ
ପରୀକ୍ଷା
ପ୍ରବାହର
ଅନ୍ୟ
କୂଳରେ-
ଖାଲି
ପାସ୍
ଡିଗ୍ରୀଟୀଏ
ଯାହା
ମିଳେ
।
କାଳିନ୍ଦୀଙ୍କ
ପରି
ପୁରୀଆ
ପିଲେ
ରହୁ
ଥାଆନ୍ତି
ପୂର୍ବ
ଛାତ୍ରାବାସର
ଉପର
ମହଲାରେ
।
କଲେଜର
ମେସ୍ଗୁଡ଼ିକ
ଥାଏ
ଜିଲ୍ଲା
ବା
ରାଜ୍ୟ
ୱାରି
-
ମୟୁରଭଞ୍ଜ
ମେସ,
ଗଞ୍ଜାମ
ମେସ,
ସମ୍ବଲପୁର
ମେସ,
ବାଲେଶ୍ୱର
ମେସ
ଆଦି
।
ଚାଲିଚଳନ,
ଖାଦ୍ୟପେୟ,
ବୋଲି
ଆଦି
ସବୁଥିରେ
ପିଲାମାନଙ୍କ
ଭିତରେ
ଅନେକ
ଫାଙ୍କ୍
-
ହେଲେ
ତାଙ୍କ
ଭିତରେ
ଥାଏ
ସୌହାର୍ଦ୍ଦ୍ୟ
।
କାଳିନ୍ଦୀଙ୍କ
ସହପାଠୀମାନଙ୍କ
ଭିତରେ
ଥାଆନ୍ତି
ଅନ୍ନଦାଶଙ୍କର
ଓ
ବୈକୁଣ୍ଠନାଥ
ଆଦି;
ସେମାନେ
ଦିବାଧ୍ୟାୟୀ,
ହେଲେ
କଲେଜ
ଛୁଟି
ହେବା
ପରେ
ବି
ତାଙ୍କର
ହଷ୍ଟେଲକୁ
ଯିବାଆସିବା
ଚାଲିଥାଏ
।
ଏଇ
ସାଙ୍ଗମାନଙ୍କ
ସହିତ
ମିଳି
ଆରମ୍ଭ
ହୁଏ
ସାହିତ୍ୟିକ
ଗୋଷ୍ଠୀ
‘ନନସେନ୍ସ
କ୍ଲବ’
ଅର୍ଥାତ୍,
‘ଅନର୍ଥ
ଆଡ଼୍ଡ଼ା’
।
ଏହି
କ୍ଲବ
ତରଫରୁ
ଗୋଟିଏ
ତ୍ରିଭାଷୀ
(ଓଡ଼ିଆ,
ବଙ୍ଗଳା
ଓ
ଇଂରାଜୀ)
ପତ୍ରିକା
ପ୍ରକାଶ
ପାଏ,
ଯାହାର
ନାଁ
ଥାଏ
‘ନନସେନ୍ସ
କ୍ଲବ
ମାଗାଜିନ’
।
ଏହାର
ସମ୍ପାଦନାର
ଦାୟିତ୍ୱ
କାଳିନ୍ଦୀଙ୍କ
ଉପରେ
ଆସି
ପଡ଼େ
।
ପରେ
ଏହାର
ନାଁ
ବଦଳେ
-
ପ୍ରଥମେ
‘ଅବକାଶ’
ଓ
ତା’ପରେ
‘ଶକ୍ତିସାଧନା’
।
ଏହିଠାରେ
ପ୍ରଥମ
ଲେଖା
ଛପାଇଥିବା
ଅନେକ
ଲେଖକ
ପରେ
ଲକ୍ଷ୍ମୀନାରାୟଣ
ସାହୁଙ୍କ
ସମ୍ପାଦିତ
‘ସହକାର’
ଓ
‘ଉତ୍କଳ
ସାହିତ୍ୟ’
ଆଦି
ପ୍ରତିଷ୍ଠିତ
ପତ୍ରିକାରେ
ନିୟମିତ
ଲେଖାଲେଖି
କରନ୍ତି
।
କଲେଜରେ
କାଳିନ୍ଦୀଙ୍କର
ପାଠ
ପଢ଼ା
ଥାଏ
କମ୍
।
ସାହିତ୍ୟ
ଚର୍ଚ୍ଚା
ଓ
ସୃଜନକର୍ମ
ଥାଏ
ବେଶୀ
।
ରେଭେନ୍ସା
କଲେଜରେ
ପଢ଼ୁଥିବା
ବେଳେ
ହିଁ
ସେ
ଆର୍ତ୍ତବଲ୍ଲଭ
ମହାନ୍ତିଙ୍କ
ନିର୍ଦ୍ଦେଶରେ
‘ମଥୁରା
ମଙ୍ଗଳ’ର
ସମାଲୋଚନା
ଖଣ୍ଡିଏ
ଲେଖି
‘ଉତ୍କଳ
ସାହିତ୍ୟ
ସମାଜ’
ଠାରୁ
ଏକ
ଚାଳିଶ
ଟଙ୍କିଆ
ପୁରସ୍କାର
ଲାଭ
କରନ୍ତି
।
ହଷ୍ଟେଲରେ
ରହୁଥିବା
ସମୟରୁ
ବିଶ୍ୱନାଥ
କରଙ୍କ
ସମ୍ପାଦିତ
‘ଉତ୍କଳ
ସାହିତ୍ୟ’
ପତ୍ରିକାର
ସେ
ଥାଆନ୍ତି
ନିୟମିତ
ଗରାଖ
। ସମୟକ୍ରମେ ଛାତ୍ରାବସ୍ଥାରେ
ହିଁ ସେ ସେଠାରେ,
ନୀଳକଣ୍ଠ
ଦାସଙ୍କ ଦ୍ୱାରା ସମ୍ପାଦିତ
‘ନବଭାରତ’ରେ
ଓ ଅନ୍ୟାନ୍ୟ ସାହିତ୍ୟ ପତ୍ରିକାରେ
ନିୟମିତ ନିଜର ଲେଖା ପ୍ରକାଶିତ
କରି ଚାଲନ୍ତି ।
ବି.ଦ୍ର.
- ଏହି
ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ଯାଇଥିଲା । ପ୍ରବନ୍ଧଟିର ଉପାଦାନ କାଳିନ୍ଦୀଚରଣ
ପାଣିଗ୍ରାହୀଙ୍କର ଆତ୍ମଜୀବନୀ
ଅଙ୍ଗେ ଯାହା ନିଭାଇଛି ରୁ ସଙ୍ଗୃହିତ
। ବହିଚି କଟକସ୍ଥ ପ୍ରକାଶନ ସଂସ୍ଥା
କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର
ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ
୨୦୦୬ ମସିହାରେ ପ୍ରକାଶିତ ।
ବହିଟିରେ ପ୍ରଥମ ସଂସ୍କରଣର ତାରିଖ
ଦିଆ ଯାଇ ନାହିଁ ।