ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୯ - କାମଳୀ
ଅନୁସୃଜନ - ଜ୍ୟୋତି ନନ୍ଦ
![]() |
ଚିତ୍ର - 'ବୋଟ୍ ବିଲ୍ଡିଂ' (୧୭୯୯ ମସିହାରେ ଅଙ୍କିତ) ଚିତ୍ରକର - ଟମାସ୍ ଗର୍ଟିନ୍ (୧୭୭୫-୧୮୦୨) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
କରୁଣା ନୌକାରେ ଭରିଛି ସୁନା
ରୂପା ରଖିବାର ଯାଗା କେଉଁଠି ?
ଯାଆରେ କାମଳୀ ଆକାଶ ଦେଶେ
ଗତ ଜନମ କି ଫେରସ୍ତ ଏଠି ?
ଖୁଣ୍ଟିକୁ ଓପାଡ଼ି ଦଉଡ଼ି ସହ
ବାହି ନେ କାମଳି ଗୁରୁ ଉପଦେଶେ
ଆଗରେ ବସିଣ ଚାହୁଁ ଚାରିଦିଗ
ହାଲ ନାହିଁ ଡଙ୍ଗା ବାହିବ କେ ସେ ।
ବାମ ଡାହାଣକୁ ଯାଆ ମିଶାଇ
ପଥରେ ମିଳନ ମହାସୁଖ ହୋଇ ।