ଗଙ୍ଗାଧର ବଳଙ୍କ ପ୍ରାଥମିକ ଶିକ୍ଷା
ଶୈଲେନ ରାଉତରାୟ
![]() |
ବ୍ରିଟିଶ ଅମଳର ଉତ୍ତର ଓଡ଼ିଶାର ଗଡ଼ଜାତଗୁଡ଼ିକର ମାନଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଓଡ଼ିଆ
ଭାଷା ସାହିତ୍ୟର ପ୍ରାଧ୍ୟାପକ
ଓ ଗବେଷକ ଗଙ୍ଗାଧର ବଳଙ୍କ ନିଜର
ପୈତୃକ ଗ୍ରାମ ହେଲା ଯାଜପୁର
ଜିଲ୍ଲାର ଟମକା ଥାନା ଅନ୍ତର୍ଗତ
ଓସ୍ତପାଳ ଗାଁ । ଟମକା ପାହାଡ଼
ଗାଁର ନୈୠତ କୋଣ ଆଡ଼କୁ,
ଛଅ
ସାତ କିଲୋମିଟର ଦୂରରେ । ବାପାଙ୍କର
ନାମ ହେଲା ନନ୍ଦକିଶୋର ଶା ଓ
ମାତାଙ୍କର ନାମ ଉଷା ଦେଈ । ଘଟଣାକ୍ରମରେ
ସେ ବଡ଼ ହୁଅନ୍ତି ମାମୁଁ ଘରେ ।
ମାମୁଁ ଘର ଗାଁ ହେଲା କେନ୍ଦୁଝର
ଜିଲ୍ଲାର ଆନନ୍ଦପୁର ସବ୍ଡିଭିଜନ୍ର
ପୁରୁଣିଆଁ । ସ୍ୱାଧୀନତା ପୂର୍ବର
କେନ୍ଦୁଝର ଗଡ଼ଜାତରେ ହିଁ ତାଙ୍କର
ଛାତ୍ରଜୀବନର ଉନ୍ମେଷ ଘଟେ ।
ଗଙ୍ଗାଧରଙ୍କର
ଜନ୍ମ ହେଲା ୧୩୩୪ ସାଲର ଭାଦ୍ରବ
ମାସର ପୂର୍ଣ୍ଣମୀ ତିଥିରେ ।
ପ୍ରମାଣପତ୍ର ଅନୁସାରେ ଜନ୍ମ
ତାରିଖଟି ହେଲା ୧୦ ଅଗଷ୍ଟ,
୧୯୨୭
। ଜନ୍ମ ହେଲା ନିଜ ଗାଁରେ । ହେଲେ
ସେ ଦୁନିଆକୁ ଆସିବା ପରେ ମାଙ୍କର
ଦେହ ଭାଙ୍ଗି ଗଲା । ଓସ୍ତପାଳରେ
ସେବେ ଚିକିତ୍ସାର କୌଣସି ସୁବିଧା
ନ ଥିବାରୁ ତାଙ୍କ ଅଜା ମାପିଲାଙ୍କୁ
ପୁରୁଣିଆଁ ନେଇ ଆସିଲେ । ହେଲେ
ମାତ୍ର କିଛି ମାସ ପରେ ଗଙ୍ଗାଧରଙ୍କ
ମା ଆରପାରିକୁ ଚାଲିଗଲେ । ଅଜା
ଆଇ ମାମୁଁ ମାଇଁ ଙ୍କର ସ୍ନେହ ଓ
ଆକଟ ଭିତରେ ସେ ବଡ଼ ହେଲେ ।
ଗାଁର
ସ୍କୁଲଟି ଥାଏ ଦକ୍ଷିଣ ଦିଗରେ,
ନାଳ
କୂଳକୁ । ସେହି ଅଞ୍ଚଳର ପାଞ୍ଚଟି
ଗ୍ରାମର ଛାତ୍ରମାନେ ଆସି ସେଠାରେ
ଅଧ୍ୟୟନ କରୁଥିଲେ । ବିଦ୍ୟାଳୟଟିର
ଚାରିପାଖେ ପାଚେରି ନ ଥିଲା ।
ସ୍କୁଲକୁ ଜଗିଥିଲା ଶକତ ମଜଭୁତ
ବାଡ଼ଟିଏ; ତା’
ମଧ୍ୟରେ ଜାମୁକୋଳିର ଗଛଟିମାନ
। ସ୍କୁଲର ବୋର୍ଡ଼ିଂଟି ଥିଲା
ଗଉଡ଼ ସାହିକୁ ଲାଗିଥିବା ବରଗଛ
ନିକଟରେ । ପୂର୍ବ-ପଶ୍ଚିମ
ଦିଗରେ ଲମ୍ବାଳିଆ ହୋଇ ଚାଳଘରଟିଏ
ସ୍କୁଲଗୃହ ଭାବରେ ବ୍ୟବହୃତ
ହେଉଥିଲା । ସ୍କୁଲ ଫାଟକଠୁଁ ନେଇ
ଚାଳଟି ପର୍ଯ୍ୟନ୍ତ ବିଭିନ୍ନ
ଫୁଲଗଛ ଲଗା ହୋଇଥିଲା । ପଶ୍ଚିମ
ଭାଗରେ ଥିଲା ଶିଶୁ ଓ ପ୍ରଥମ ଶ୍ରେଣୀ
। ପୂର୍ବ ଭାଗରେ ଥିଲା ଦ୍ୱିତୀୟ
ଓ ତୃତୀୟ ଶ୍ରେଣୀ । ଦୁଇଟି ଯାକ
ଭାଗରେ ଶିକ୍ଷକମାନଙ୍କର ବ୍ୟବହାର
ପାଇଁ ଥିଲା ଗୋଟେ ଲେଖାଏଁ ମେଜ,
ଚଉକି,
ଟୁଲ୍
ଓ କାଠ ଷ୍ଟାଣ୍ଡ ଉପରେ କଳାପଟା ।
ଶିଶୁ
ଶ୍ରେଣୀରେ ପିଲାଙ୍କ ପାଠ୍ୟସାମଗ୍ରୀ
ଭିତରେ ସିଲଟ,
ଖଡ଼ି,
ଖଡ଼ି
ରଖିବା ପାଇଁ ଗୋଟିଏ ଛୋଟ କଳାମୁଣି,
ବହି,
କାଠି
ଓ ପୋଡ଼ାକୟାଁ ମଞ୍ଜି ରହୁଥିଲା
। ଏ ସବୁତକ କନା ବସ୍ତାନିରେ ବନ୍ଧା
ଯାଉଥିଲା । ଉଚ୍ଚ ଶ୍ରେଣୀମାନଙ୍କରେ
ବହିଖାତା ଓ ସିଲଟଖଡ଼ି ଆଦି ସହ
କାଳିଦୁଆତ,
ନିବ୍
ଲଗା କଲମ, ଇଞ୍ଚପଟା,
ପେନ୍ସିଲ୍
ଓ ରବର ଆଦି ପିଲାଏ ବ୍ୟବହରା କରୁଥିଲେ
। ପିଲାଏ ନିଜେ କାଗଜ ଆଣି,
ବାଲି
କାଗଜର ମଲାଟ ଦେଇ,
ଖାତା
ବାନ୍ଧୁଥିଲେ । ସ୍କୁଲ ଆରମ୍ଭରେ
ହେଉଥିଲା ପ୍ରାର୍ଥନା । ତାହା
ପରେ ଯେଝା ସ୍ଥାନରେ ଚାଟମାନେ
ଚଟେଇ ପକାଇ ବସିଯାଉଥିଲେ । ଶିଶୁ
ଶ୍ରେଣୀର ପିଲାମାନେ ସଙ୍ଖ୍ୟା
ଡାକୁଥିଲେ । ପ୍ରଥମ ଶ୍ରେଣୀର
ପିଲାମାନେ ପଣିକିଆ,
ସଂଶ୍ଲେଷଣ
ଓ ବିଶ୍ଲେଷଣ ଡାକୁଥିଲେ । ଉଭୟ
ଶିଶୁ ଓ ପ୍ରଥମ ଶ୍ରେଣୀର ପିଲାଏ
ଫଳା ଡାକିବା ସମୟରେ ଆବୃତ୍ତି
ମଧ୍ୟ କରୁଥିଲେ । ପ୍ରାଥମିକ
ଶ୍ରେଣୀମାନଙ୍କରେ ଖାତାରେ
ଦୁଇଟିକିଆ ଗାର ପକାଇ ପିଲାଏ ନିଇତି
ହସ୍ତାକ୍ଷର ଲେଖୁଥିଲେ । ତାହା
ପର ଦିନ ତାହାକୁ ଶିକ୍ଷକଙ୍କ
ନୀରିକ୍ଷଣ ପାଇଁ ଜମା ଦେବାକୁ
ହେଉଥିଲା ।
ପଢ଼ା
ଶେଷରେ ଖେଳ ଓ ବଗିଚା କାମ ପିଲାମାନେ
କରୁଥିଲେ । ସ୍କୁଲର ଦ୍ୱିତୀୟ ଓ
ତୃତୀୟ ଶ୍ରେଣୀରେ ସେତେବେଳେ
ଅପେକ୍ଷାକୃତ ଭାବରେ ଅଧିକ ବୟସର
ପିଲାମାନେ ପଢ଼ୁଥିଲେ । ସେମାନେ
ଚାଷବାସ ଉତ୍ତମ ରୂପେ କରିପାରୁଥିବାରୁ
ତାଙ୍କର କୃଷି ଅଭ୍ୟାସ ପାଇଁ
ସ୍କୁଲର ବଗିଚାଟି ଉତ୍ତମ ରୂପେ
ବ୍ୟବହୃତ ହେଉଥିଲା । ସେମାନେ
ତେଣ୍ଡାରେ ପାଣି ବାହି ୠତୁ ଅନୁସାରେ
ପରିବା ଚାଷ କରୁଥିଲେ । ବର୍ଷାଦିନେ
ଜହ୍ନି, ଭେଣ୍ଡି,
ଝୁଡ଼ଙ୍ଗ,
ଗୁଆଁର,
ସାରୁ
ଓ ବାଇଗଣ ଚାଷ ହେଉଥିଲା । ସେହିପରି
ପିଲାମାନେ ଶୀତ ଦିନେ ପାତାଲ୍ଘଁଟା,
କୋବି,
ଲଙ୍କା,
ଫିରିକି
ଓ କୋଶଳା ଆଦି ଉତରାଉଥିଲେ ।
ସ୍କୁଲ
ହତା ଭିତରେ ଥାଏ ଗୋଟିଏ ବୃହତକାୟ
ଜରଗଛ ବା ୟୁକାଲିପ୍ଟ୍ସ୍ ବୃକ୍ଷ
। ମାସର ପନ୍ଦର ତାରିଖ ଦିନ ମାଷ୍ଟ୍ରେ
ଦରମା ଆଣିବା ପାଇଁ ଆନନ୍ଦପୁର
ଗଲେ, ପିଲାଙ୍କର
ମଉଜ । ସେଦିନ ନ ଫେରିଲେ ତାହା ପର
ଦିନ ବି ପିଲାଙ୍କର ଆନନ୍ଦ ଉତ୍ସବ
ଜାରି ରହେ । ଖାଲି ଯାହା କିଛି ବଡ଼
ଚାଟ ଜରଗଛ ଉପରେ ଚଢ଼ି ମାଷ୍ଚ୍ରଙ୍କର
ଫେରନ୍ତା ବାଟକୁ ପାଳି କରି ଅନିସା
କରି ରହନ୍ତି,
ଯେପରି
ଧରା ନ ପଡ଼ନ୍ତି ।
ଗଙ୍ଗାଧର
ବାବୁଙ୍କର ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ
ପାଠପଢ଼ାରେ ସେପରି ବିଶେଷ କିଛି
ଆଗ୍ରହ ନ ଥିଲା । ତାଙ୍କର ବିଶେଷତଃ
ଗଣିତ ଓ ମାନସାଙ୍କ ଆଦି ପ୍ରତି
ଭାରି ଡର ଥିଲା । କିନ୍ତୁ ଦ୍ୱିତୀୟ
ଶ୍ରେଣୀକୁ ଗଲା ପରେ ସାହିତ୍ୟ,
ରଚନା,
ଇତିହାସ
ଓ ଭୂଗୋଳ ଆଦି ବିଷୟ ପ୍ରତି ତାଙ୍କର
ଧୀରେଧୀରେ ଆଗ୍ରହ ଜନ୍ମିଲା ।
ହସ୍ତାକ୍ଷର ମଧ୍ୟ ସୁଧୁରି
ଆଦର୍ଶସ୍ଥାନୀୟ ହେବାକୁ ଆରମ୍ଭ
କଲା । ଏଥିରେ କୃଷ୍ଣଚନ୍ଦ୍ର ବଳ
ନାମକ ଜଣେ ନୂଆ ଆଦର୍ଶ ହେଡ଼
ପଣ୍ଡିତଙ୍କର ଭୂମିକା ଥିଲା
ଗୁରୁତ୍ତ୍ୱପୂର୍ଣ୍ଣ । ସେ ପିଲାଙ୍କୁ
ଭଲ ତ ପାଉଥିଲେ । ତାହା ସହ ବୈଜ୍ଞାନିକ
ପ୍ରଣାଳୀରେ ଶିକ୍ଷାଦାନ କରୁଥିଲେ
। ତାଙ୍କ ପ୍ରଭାବରୁ ଗଙ୍ଗାଧରଙ୍କ
ପରି ଅନେକ ଶିକ୍ଷାରେ ଅନାଗ୍ରହୀ
ପିଲା ପାଠପଢ଼ା ପ୍ରତି ଧ୍ୟାନ
ଦେବାକୁ ଲାଗିଲେ । ଗଙ୍ଗାଧର ନିଜେ
ତୃତୀୟ ଶ୍ରେଣୀ ଶେଷ ବୃତ୍ତି
ପରୀକ୍ଷାରେ ଭଲ କରି ଆନନ୍ଦପୁର
ମଧ୍ୟଇଂରାଜୀ ବିଦ୍ୟାଳୟରେ ଉଚ୍ଚତର
ଶିକ୍ଷା ପାଇଁ ନାମ ଲେଖାଇଲେ ।
ବି.ଦ୍ର.
- ଏହି
ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ପାଇଁ ଆବଶ୍ୟକୀୟ ଉପାଦାନ
ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ
‘ଶିକ୍ଷାବିତ୍ର ଆତ୍ମଲିପି’ରୁ
ସଙ୍ଗୃହିତ । ବହିଟିର ପ୍ରଥମ
ସଂସ୍କରଣ ୨୦୧୦ ମସିହାର ଫେବୃଆରୀ
ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ
ପବ୍ଲିକେଶନ ଛାପିଥିଲେ ।