୧୯୨୦ ଦଶକର ଜଗତସିଂହପୁରରେ ପ୍ରାଥମିକ ଶିକ୍ଷା
ଶୈଲେନ ରାଉତରାୟ
![]() |
ଜଗତସିଂହପୁର ଜିଲ୍ଲାର ଏକ ଗ୍ରାମ୍ୟ ପୋଖରୀ (ୱିକିମିଡିଆ କମନ୍ସ୍) |
୧୯୨୦
ଦଶକର ମଝାମଝି ବିଦ୍ୟାଧର ମିଶ୍ର
ପାଠ ପଢ଼ା ଆରମ୍ଭ କଲେ ଜଗତସିଂପୁର
ପାଖ ନିଜ ଗାଁର ଏକ ନିମ୍ନପ୍ରାଥମିକ
ଇସ୍କୁଲୁରେ । ସେଠି ତିନି ବର୍ଷ
ପଢ଼ି ବି ବିଶେଷ କିଛି ଶୈକ୍ଷଣିକ
ଲାଭ ନ ହେବାରୁ ସେବେ କଟକରେ
ରେଭେନ୍ସାରେ ପଢ଼ୁଥିବା ତାଙ୍କ
ବଡ଼ ଭାଇ ତାଙ୍କ ନାଁ ଲେଖାଇଦେଲେ
ପାଖର ଆଉ ଏକ ପ୍ରାଥମିକ ବିଦ୍ୟାଳୟରେ
। ସ୍କୁଲଟିର ଅବସ୍ଥାନ ଗୋଟିଏ ଭଲ
ଯାଗାରେ ଥିଲା । ବିଦ୍ୟାଳୟ ପାଖରେ
ଥିଲା ଏକ ବିରାଟ ବଡ଼ ବରଗଛ । ସେଇ
ଗଛଟି ଆସ୍ଥାନ ଥିଲା ନାଗା ଗୋସେଇଁ
ଠାକୁରଙ୍କର । ସ୍କୁଲ ଚାରିଆଡ଼େ
ଏକ ବଡ଼ ପଡ଼ିଆ ଓ ଜଣେ ଜମିଦାରଙ୍କର
ଆମ୍ବ ତୋଟାଟିଏ । ପିଲାମାନେ
ପଡ଼ିଆରେ,
ତୋଟାରେ
ଓ ବରଗଛ ତଳେ ଆନନ୍ଦ ମନରେ ଖେଳନ୍ତି
। ତୋଟାରେ ଥିବା ଜାମୁ ଗଛରୁ ପ୍ରଚୁର
ପରିମାଣରେ କୋଳି ତୋଳି ଖିଆ ଯାଏ
।
ଏଇ
ସ୍କୁଲଟିରେ ହେଡ଼ ପଣ୍ଡିତ ଥିଲେ
ଆନନ୍ଦଚନ୍ଦ୍ର ସାହୁ,
ଭାଇଙ୍କର
ସାଙ୍ଗ ଜଣେ । ସେ ସାଙ୍ଗର ସାନ
ଭାଇର ବ୍ୟକ୍ତିଗତ ଜତ୍ନ ନେବାକୁ
ରାଜି ହେବାରୁ ଦ୍ୱିତୀୟ ଶ୍ରେଣୀର
ଛାତ୍ର ଭାବରେ ବିଦ୍ୟାଧର ସେଠି
ଦାଖଲ ହେଲେ । ଆନନ୍ଦଚନ୍ଦ୍ର
ଜାତିରେ ଥିଲେ ଶୁଣ୍ଢି । ତାଙ୍କର
ପରିବାର ବଡ଼ ଥିଲା । ହେଲେ କୁଟୁମ୍ବଟି
ଚାଷବାସ ସହ ଖୁଚୁରା ଦୋକାନଟିଏର
ଆୟ ଓ ତହିଁ ସହିତ ଆନନ୍ଦ ବାବୁଙ୍କର
ମାଷ୍ଟ୍ରାମୀର ଦରମା ଓ ତାଙ୍କ
ମହାଜନିରୁ ପ୍ରାପ୍ତ ସୁଧକୁ ମିଶାଇ
ସୁବିଧାରେ ଚଳିଯାଉ ଥିଲେ ।
ଆନନ୍ଦଚନ୍ଦ୍ର ମାଇନର ପଢ଼ା ସାରି
‘ଗୁରୁ ପ୍ରଶିକ୍ଷଣ’ ପ୍ରାପ୍ତ
ଥିଲେ । ସାଙ୍ଗ ସହିତ ହୋଇଥିବା
ବୁଝାମଣା ଅନୁଯାୟୀ ଆନନ୍ଦ ବାବୁ
ବିଦ୍ୟାଧରଙ୍କୁ ଗଣିତ ଓ ମାନସାଙ୍କ
ବ୍ୟକ୍ତିଗତ ଭାବରେ ବୁଝାଇ ଦେବାକୁ
ଆରମ୍ଭ କଲେ । ଏହା ସହ ଭୂଗୋଳ,
ସାହିତ୍ୟ
ଓ ପ୍ରକୃତି ପାଠ ଆଦି ପଢ଼ାଇ ଦେଲେ
। ଏହି ପରି ଗଣିତ ଓ ଭାଷା ଆଦି
ବିଷୟରେ ବିଦ୍ୟାଧରଙ୍କର ଗୋଟିଏ
ଭଲ ମୂଳଦୁଆ ପଡ଼ିଗଲା । ହେଲେ
ତୃତୀୟ ଶ୍ରେଣୀରେ ସେ ବୃତ୍ତି
ପାଇଲେ ନାହିଁ । ଦୁଇ ଜଣଙ୍କୁ
ମିଳିବାର ଥିଲା ବୃତ୍ତି ଆଉ ବିଦ୍ୟାଧର
ବିଚରା ରହିଲେ ତୃତୀୟ ସ୍ଥାନରେ
। ବିଦ୍ୟାଧରଙ୍କର ତ ମନ ଖରାପ ହେଲା
ହିଁ,
ହେଲେ
ଆନନ୍ଦଚନ୍ଦ୍ର ବି ବହୁତ ଦୁଃଖିତ
ହେଲେ ଏତେ ପରିଶ୍ରମ କରି ପିଲାଟି
ବୃତ୍ତି ନ ପାଇବାରୁ ।
ଆନନ୍ଦ ସାହୁଙ୍କ ପାଖରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ପଡ଼ି ସାରିବା ପରେ ବିଦ୍ୟାଧର ପୁଣି ଲେଉଟିଲେ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ପାଇଁ । ଏଠି ସେପରି କିଛି ନାଁ ଲେଖା ହୋଇ ନ ଥିଲା । ସାହି ପିଲାଙ୍କ ସହ ସେ ମନକୁମନ ପଢ଼ିବା ପାଇଁ ସ୍କୁଲଟିକୁ ଯିବାକୁ ଆରମ୍ଭ କଲେ । ଏଠି ହେଡ଼ ପଣ୍ଡିତ ଥିଲେ ନାରାୟଣ ମିଶ୍ର, ବିଦ୍ୟାଧରଙ୍କର ପରିବାରର ନିକଟ ସମ୍ପର୍କୀୟ । ଆନନ୍ଦଚନ୍ଦ୍ରଙ୍କ ପରି ସେ ମଧ୍ୟ ମାଇନର ପାସ୍ କରି ଗୁରୁ ଟ୍ରେନିଂ ପାଇ ଥିଲେ । ଥିଲେ ବହୁକୁଟୁମ୍ବୀ, ହେଲେ ପରିବାର ପ୍ରତିପାଳନ ପାଇଁ ସେହି ଭାବରେ ଜମିବାଡ଼ି ମଧ୍ୟ ଥିଲା । ନାରାୟଣ ବାବୁ ସମ୍ପତ୍ତି, ପଦ ଓ ନିଜ ଚରିତ୍ର ବଳରେ ଗାଁର ଜଣେ ନାଁକରା ମାମଲତକାର ଥିଲେ । ମାମଲତକାରି କରି ପରିବାରର ଜମିବାଡ଼ିର ପରିମାଣ ମଧ୍ୟ ବଢ଼ାଇ ଥିଲେ । ହେଲେ ନୂଆ କରି ଧରୁଥିବା ଜମି କିଣା ହେଉଥିଲା ନିଜ ଚାରି ଭାଇଙ୍କ ନାଁରେ, ଏକାନ୍ନବର୍ତ୍ତୀ ପରିବାରର ଧର୍ମ ରକ୍ଷା କରି ।

ମାମଲତକାରୀ,
ଘରର
ମୂରବୀ ପଣିଆ,
ଚାଷବାସ
ଏ ସବୁ ଗୁରୁତ୍ୱପୂର୍ଣ୍ଣ କାମ
ସାରିଲା ବେଳକୁ ମିଶ୍ର ଆଜ୍ଞାଙ୍କୁ
ଆଉ ପାଠ ପଢ଼ାଇବା ପାଇଁ ବେଶି
ଫୁରୁସତ ମିଳୁ ନ ଥିଲା । ନାରଣ
ବାବୁ ବାକି ସବୁ କାମ ଟିକିଏ ଟିକିଏ
ବଢ଼େଇ ଦେଇ ହଲିହଲି ବିଦ୍ୟାଳୟକୁ
ଆସନ୍ତି ଦିନ ବାରଟା ବେଳକୁ । ଦୁଇ
ଘଣ୍ଟା ଖଣ୍ଡେ ରହି ପୁଣି ଦିନ ଦି
ପହରକୁ ଅନ୍ୟ ପାଇଟିରେ ଚାଲି
ଯାଆନ୍ତି । ତାଙ୍କୁ ଅନୁସରଣ କରି
ଅନ୍ୟ ଶିକ୍ଷକମାନେ ବି ସ୍କୁଲକୁ
ଆସିବାରେ ବିଳମ୍ବ କରନ୍ତି । ଏଣୁ
ପିଲାଙ୍କର ସବୁ ଦିନେ ରଜ ମଉଜ ।
ଦିନ
ଦଶଟା ବେଳକୁ ପ୍ରାୟ ସମସ୍ତ ଚାଟ
ଇସ୍କୁଲକୁ ଚାଲି ଆସନ୍ତି । ବିଦ୍ୟାଳୟ
ପାଖ ବରଗଛ ମୂଳରେ ଶିକ୍ଷକମାନଙ୍କୁ
ଅପେକ୍ଷା କରି ଖେଳ ଜମେ । ଏହି ପରି
ଭାବେ କିଛି ପାଠ ନ ପଢ଼ି ବିଦ୍ୟାଧର
ଓ ଅନ୍ୟ ଛାତ୍ରମାନଙ୍କର ସମୟ
କଟୁଥାଏ । ସେବେ ବୃତ୍ତି ପରୀକ୍ଷା
ଛଡ଼ା ଅନ୍ୟ କୌଣସି କେନ୍ଦ୍ର
ପରୀକ୍ଷା ହେଉ ନ ଥିଲା । କେହି
ପିଲା ଫେଲ ହେଉ ନ ଥିଲେ । ସ୍କୁଲରେ
ନାଁ ଲେଖାଇଥିବା ସମସ୍ତଙ୍କୁ
ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର
ପ୍ରମାଣପତ୍ର ଅବଲୀଳାକ୍ରମେ
ମିଳିଯାଉଥିଲା । ଏହି ପରି ଭାବେ
ଆନନ୍ଦରେ କାଳାତିପାତ କୁରଥିବା
ସମୟରେ ବିନା ମେଘରେ କୁଳିଶପାତ
ହେଲା । ବିଦ୍ୟାଧର ପଞ୍ଚମ ଶ୍ରେଣୀରେ
ପାଠପଢ଼ା ସାରୁଥିବା ସମୟରେ
ପାଟନାରେ ଇଞ୍ଜିନିଅରିଂ ପଢ଼ୁଥିବା
ତାଙ୍କ ଅତି ପ୍ରିୟ ବଡ଼ ଭାଇ ଯକ୍ଷ୍ମା
ରୋଗରେ ଚାଲିଗଲେ ।
ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ହୋଇଥିଲା । ପ୍ରବନ୍ଧଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।