ଇତି ଭିନସେଣ୍ଟ୍
ରମାକାନ୍ତ ସାମନ୍ତରାୟ
![]() |
ଭାନ୍ଗଗ୍ଙ୍କ ଦ୍ୱାରା ୧୮୮୮ ମସିହାରେ ଅଙ୍କିତ 'ବେଡ଼୍ରୁମ୍ ଆଟ୍ ଆର୍ଲେସ୍' ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍ ତାଙ୍କୁ ଭଲ ପାଉଥିବା ମଣିଷମାନଙ୍କୁ ମଝିରେ ମଝିରେ ତାଙ୍କ ବିଷୟରେ ମନେ ପକେଇବାକୁ ଏକ ପ୍ରକାର ବାଧ୍ୟ କରନ୍ତି । ଇର୍ଭିଙ୍ଗ୍ ଷ୍ଟୋନ୍ଙ୍କ ଉପନ୍ୟାସ 'ଲଷ୍ଟ୍ ଫର୍ ଲାଇଫ୍'
ହେଉ କି ସେହି ବହିକୁ ନେଇ ୧୯୬୫ରେ ଭିନସେଣ୍ଟ୍ ମିନେଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଲଷ୍ଟ୍ ଫର୍ ଲାଇଫ୍'
ହେଉ, ଭ୍ୟାନ୍ ଗୋଗ୍ଙ୍କ ୩୭ ବର୍ଷର ଜୀବନୀ ଓ ଜୀବନଚର୍ଯ୍ୟା ସବୁବେଳେ ଅନ୍ୟମାନଙ୍କୁ ଆକର୍ଷିତ କରେ । ଜୀବନରେ ଚିତ୍ରଶିଳ୍ପୀ ହେବାର ନିଷ୍ପତ୍ତି ନେବାର ପ୍ରାକ୍ କାଳରେ ହୁଏତ କ୍ୱଚିତ୍ କିଛି ଚିତ୍ରଶିଳ୍ପୀ ଥିବେ,
ଯିଏ କି ଭ୍ୟାନ୍ ଗୋଗ୍ଙ୍କ ଜୀବନୀ ଶୈଳୀ ଦ୍ୱାରା ପ୍ରଲୁବ୍ଧ ହୋଇନଥିବେ ଓ ସେଥିରୁ କିଛି କିଛି ନିଜ ଜୀବନଚର୍ଯ୍ୟାରେ ପରୀକ୍ଷା କରି ନଥିବେ ।
ଆଜି ପୁଣି ଥରେ ଭ୍ୟାନ୍ ଗୋଗ୍ଙ୍କୁ ମନେ ପକେଇବାର କାରଣ ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଆନିମେଟେଡ଼୍ ଚଳଚ୍ଚିତ୍ର 'ଲଭିଙ୍ଗ ଭିନସେଣ୍ଟ୍'
। 'ଲଭିଙ୍ଗ ଭିନସେଣ୍ଟ୍'
ହେଉଛି ପୃଥିବୀର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାବେ ହାତରେ ଅଙ୍କା ଯାଇଥିବା ଏକ ପୂର୍ଣ୍ଣାଙ୍ଗ ଫିଚରଧର୍ମୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର କିଛି କିଛି ଅଂଶ ଟିଜର୍ କିମ୍ବା ଅଫିସିଆଲ୍ ଟ୍ରେଲର୍ ଭାବରେ ଅନେକ ଥର ଫେସ୍ବୁକ୍ ପୃଷ୍ଟାରେ ଦେଖିଛି । ଏବେ ପୁରା ଚଳଚ୍ଚିତ୍ରଟିକୁ ଦେଖିଲି ।
ଚଳଚ୍ଚିତ୍ରର ବିଶେଷତ୍ୱଟି ହେଲା,
୯୫ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଭ୍ୟାନ୍ ଗୋଗ୍ଙ୍କ ପୋଷ୍ଟ୍ ଇମ୍ପ୍ରେସନିଷ୍ଟ୍ ବାଗରେ ଅଙ୍କା ତାଙ୍କ ଛବିମାନଙ୍କ ଶୈଳୀରେ ଅଙ୍କିତ ଶହ ଶହ ଛବିମାନଙ୍କୁ ନେଇ ଆନିମେଶନ୍ ଟେକ୍ନିକ୍ରେ ନିର୍ମାଣ କରାଯାଇଛି । ସାଢ଼େ ପାଞ୍ଚ ମିଲିୟନ୍ ଡଲାର ଖର୍ଚ୍ଚ ହୋଇଥିବା ଏହି ଚଳଚ୍ଚିତ୍ରଟି ପାଇଁ ପ୍ରକୃତରେ ପୃଥିବୀର ବିଭିନ୍ନ କୋଣରେ ଥିବା କୋଡ଼ିଏଟି ଦେଶରୁ ଆସି ୧୨୫ ଜଣ ଚିତ୍ରଶିଳ୍ପୀଙ୍କ ଏକ ଦଳ କ୍ୟାନଭାସ୍ ଉପରେ ତୈଳ ରଙ୍ଗରେ ଛବି ଆଙ୍କିଛନ୍ତି;
ଠିକ୍ ଯେମିତି ଓ ଯେଉଁ ବାଗରେ ଭ୍ୟାନ୍ ଗୋଗ୍ ଏକଦା ତାଙ୍କ ଛବି ଆଙ୍କୁଥିଲେ ଅବିକଳ ସେମିତି ।
ଭ୍ୟାନ୍ ଗୋଗ୍ଙ୍କ ପରି ଚିତ୍ର ଆଙ୍କିବା ଶୈଳୀ ଶିଖିବାକୁ ପ୍ରତି ଚିତ୍ରଶିଳ୍ପୀଙ୍କୁ ପ୍ରାୟ ଶହେ ଘଣ୍ଟାର ଟ୍ରେନିଂ ନେବାକୁ ହୋଇଥିଲା । ଏଥିପାଇଁ ସାରା ପୃଥିବୀରୁ ପାଞ୍ଚ ହଜାର ଚିତ୍ରଶିଳ୍ପୀ ଆବେଦନ କରିଥିଲେ । ସେଥିମଧ୍ୟରୁ ମାତ୍ର ୧୨୫ ଜଣଙ୍କୁ ଶେଷକୁ ବଛା ଯାଇଥିଲା । ସମୁଦାୟ ଚଳଚ୍ଚିତ୍ର ପାଇଁ ପାଖାପାଖି ୬୫,୦୦୦ ଛବି ଅଙ୍କା ଯାଇଥିଲା । କିନ୍ତୁ ଛବିର ଫଟୋ ଉଠାଗଲା ପରେ ଛବି ଉପରେ ପୁଣି ଛବି ଅଙ୍କା ଯାଉଥିବାରୁ ପ୍ରୋଜେକ୍ଟ ସରିଲା ବେଳକୁ ଶେଷରେ ମାତ୍ର ହଜାରଟି ଛବି ବଞ୍ଚିଥିଲା ।
![]() |
୧୮୮୫ ମସିହାରେ ଭାନ୍ଗଗ୍ଙ୍କ ଚିତ୍ର 'ପେଜେଣ୍ଟ୍ ୱିମାନ୍ ଡିଗିଙ୍ଗ୍' ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଭ୍ୟାନ୍ ଗୋଗ୍ଙ୍କ ପରି ଚିତ୍ର ଆଙ୍କିବା ଶୈଳୀ ଶିଖିବାକୁ ପ୍ରତି ଚିତ୍ରଶିଳ୍ପୀଙ୍କୁ ପ୍ରାୟ ଶହେ ଘଣ୍ଟାର ଟ୍ରେନିଂ ନେବାକୁ ହୋଇଥିଲା । ଏଥିପାଇଁ ସାରା ପୃଥିବୀରୁ ପାଞ୍ଚ ହଜାର ଚିତ୍ରଶିଳ୍ପୀ ଆବେଦନ କରିଥିଲେ । ସେଥିମଧ୍ୟରୁ ମାତ୍ର ୧୨୫ ଜଣଙ୍କୁ ଶେଷକୁ ବଛା ଯାଇଥିଲା । ସମୁଦାୟ ଚଳଚ୍ଚିତ୍ର ପାଇଁ ପାଖାପାଖି ୬୫,୦୦୦ ଛବି ଅଙ୍କା ଯାଇଥିଲା । କିନ୍ତୁ ଛବିର ଫଟୋ ଉଠାଗଲା ପରେ ଛବି ଉପରେ ପୁଣି ଛବି ଅଙ୍କା ଯାଉଥିବାରୁ ପ୍ରୋଜେକ୍ଟ ସରିଲା ବେଳକୁ ଶେଷରେ ମାତ୍ର ହଜାରଟି ଛବି ବଞ୍ଚିଥିଲା ।
ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତାମାନେ ପ୍ରଥମେ ସବୁଜ ପରଦା ଆଗରେ ଅଭିନୟ କରିଥିଲେ । ପରେ ରୋଟୋସ୍କୋପିଙ୍ଗ୍ ଟେକନିକ୍ରେ ସୁଟିଂ ପରେ ଚଳଚ୍ଚିତ୍ରର ପ୍ରତିଟି ଫ୍ରେମ୍କୁ କ୍ୟାନଭାସ୍ ଉପରେ ଅଙ୍କା ଯାଇଥିଲା । ପ୍ରତି ସେକେଣ୍ଡର ଚଳଚ୍ଚିତ୍ର ପାଇଁ ୧୨ଟି ଫ୍ରେମ୍ର ଆବଶ୍ୟକତା ଥିଲା । ଅର୍ଥାତ୍ ପ୍ରତି ସେକେଣ୍ଡର ଚଳଚ୍ଚିତ୍ର ପାଇଁ ୧୨ଟି ଛବି । ସେଥିପାଇଁ ଚଳଚ୍ଚିତ୍ରର ନିର୍ମାଣ କାମ ସରିବାକୁ ପ୍ରାୟ ଛଅ ବର୍ଷ ସମୟ ଲାଗିଯାଇଥିଲା ।
ଚଳଚ୍ଚିତ୍ରର କାହାଣୀ ହେଲା , ଭ୍ୟାନ୍ ଗୋଗ୍ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ଠିକ୍ ବର୍ଷକ ପରେ ତାଙ୍କର ପରମବନ୍ଧୁ ଡାକବାଲା ଜୋସେଫ୍ ରୋଲିଁ (ଯାହାଙ୍କର ପୁରା ପରିବାରର ଛବି ଭ୍ୟାନ୍ ଗୋଗ୍ ଏକଦା ଆଙ୍କିଥିଲେ) ତାଙ୍କ ପୁଅ ଆର୍ମଣ୍ଡକୁ ଗୋଟିଏ ଚିଠି ଧରାଇ,
ଚିଠିଟିକୁ ଭ୍ୟାନ୍ ଗୋଗ୍ଙ୍ଗ ସାନ ଭାଇ ଥିଓଙ୍କୁ ଦେବା ପାଇଁ କହିଛନ୍ତି । ଯୋଶେଫ୍ ରୋଲି ଭ୍ୟାନ୍ ଗୋଗ୍ଙ୍କ ଆତ୍ମହତ୍ୟାକୁ ସନ୍ଦେହଜନକ ଭାବୁଥିଲେ । କାରଣ ଆତ୍ମହତ୍ୟାର ଅଳ୍ପ ଦିନ ଆଗରୁ ସେଇ ଚିଠିଟିରେ ଭ୍ୟାନ୍ ଗୋଗ୍ ରୋଲିଙ୍କୁ ଲେଖିଥିଲେ ଯେ,
ସେ ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ଚିଠି ଧରି ବଡ଼ ଅନିଚ୍ଛାରେ ଆର୍ମଣ୍ଡ ପ୍ୟାରିସ୍ ଯାତ୍ରା କରିଛନ୍ତି । ଏମିତି ହିଁ ଆରମ୍ଭ ହୋଇଛି ଚଳଚ୍ଚିତ୍ରଟି । ଆର୍ମଣ୍ଡ ପ୍ୟାରିସ୍ରେ ପହଞ୍ଚି ଜାଣୁଛନ୍ତି ଭ୍ୟାନ୍ ଗୋଗ୍ଙ୍କ ଆତ୍ମହତ୍ୟାର ଛଅ ମାସ ପରେ ତାଙ୍କ ଭାଇ ଥିଓ ମରି ସାରିଛନ୍ତି । ତା'ପରେ ଆର୍ମଣ୍ଡ ଜଣଙ୍କ ପରେ ଜଣେ ଲୋକଙ୍କୁ ଭେଟୁଛନ୍ତି । ଏକଦା ଭ୍ୟାନ୍ ଗୋଗ୍ ରହୁଥିବା ହୋଟେଲ୍ରେ ରାତ୍ରି ଯାପନ ବି କରୁଛନ୍ତି । ଶେଷରେ ଥିଓଙ୍କ ସ୍ତ୍ରୀଙ୍କ ପାଖରେ ତାଙ୍କ ବାପା ଦେଇଥିବା ଟିଠିଟି ପହଞ୍ଚାଇ ଦେବା ପାଇଁ ଭ୍ୟାନ୍ ଗୋଗ୍ଙ୍କୁ ତାଙ୍କ ଜୀବନର ଶେଷ ସମୟତକ ଚିକିତ୍ସା କରୁଥିବା ଡାକ୍ତର ଗ୍ୟାସେଟ୍ଙ୍କ ହାତରେ ଦେଇ ଫେରି ଆସୁଛନ୍ତି ।
![]() |
ୱିକିମିିଡିଆ କମନ୍ସ୍ |

ଆର୍ମଣ୍ଡ ଘରକୁ ଫେରିଲା ପରେ ଥିଓଙ୍କ ବିଧବା ପତ୍ନୀଙ୍କ ପାଖରୁ ଧନ୍ୟବାଦ ଚିଠି ଗୋଟେ ପାଉଛନ୍ତି । ଥିଓଙ୍କ ପତ୍ନୀ ଜୋହାନା ଧନ୍ୟବାଦ ଚିଠି ସହିତ ଭ୍ୟାନ୍ ଗୋଗ୍ ତାଙ୍କ ପାଖକୁ ଲେଖିଥିବା ଗୋଟେ ହାତଲେଖା ଚିଠି ମଧ୍ୟ ସଂଲଗ୍ନ କରି ପଠେଇଛନ୍ତି,
ଯେଉଁ ଚିଠିର ଶେଷରେ ଲେଖାଅଛି “ଇଓର୍ ଲଭିଂ ଭିନ୍ସେଣ୍ଟ୍”।
ଚଳଚ୍ଚିତ୍ରକୁ ଦୁଇ ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି । ଡୋରୋଟା କୋବିଏଲା ତଥା ହ୍ୟୁ ୱେଲ୍ଚ୍ମ୍ୟାନ୍ । ପ୍ରକୃତରେ ୨୦୦୮ ମସିହାରେ ଡୋରୋଟା ପ୍ରଥମ କରି ଭ୍ୟାନ୍ ଗୋଗ୍ ଦୁଇ ଭାଇଙ୍କ ମଧ୍ୟରେ (ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍ ତଥା ଥିଓ ଭ୍ୟାନ୍ ଗୋଗ୍) ପାରସ୍ପରିକ ଆଦାନପ୍ରଦାନ ହୋଇଥିବା ଚିଠିକୁ ନେଇ ସଙ୍କଳିତ 'ଲେଟର୍ ଟୁ ଥିଓ'
ବହି ପଢ଼ି ଏମିତି ଏକ ଧାରଣାରେ ସାତ ମିନିଟ୍ର ଏକ ଚଳଚ୍ଚିତ୍ର ପ୍ରଥମେ ତିଆରି କରିଥିଲେ । ଏଠାରେ କହିରଖେ ଯେ, ଡୋରୋଟା ନିଜେ ଜଣେ ଚିତ୍ରଶିଳ୍ପୀ ମଧ୍ୟ ।
ଅନେକ ଆର୍ନ୍ତଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଥିବା ଏହି ଆନିମେଟେଡ୍ ଚଳଚ୍ଚିତ୍ରଟି ଆପଣଙ୍କୁ ନିଶ୍ଚୟ ଭଲଲାଗିବ । କିନ୍ତୁ ଦେଖିଲା ବେଳେ ଏତିକି ମନେ ରଖିବାକୁ ହେବ ଯେ,
ଚଳଚ୍ଚିତ୍ରର ପ୍ରତିଟି ଫ୍ରେମ୍ ହାତରେ ଅଙ୍କା ଯାଇଛି । ତା’ ପୁଣି ଆମ ପ୍ରିୟ ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍’ଙ୍କ ଛବି ଅଙ୍କାର ଅବିକଳ ସ୍ୱକୀୟ ଶୈଳୀରେ ।
![]() |
ଭାନ୍ଗଗ୍ ଭ୍ରାତୃଦ୍ୱୟଙ୍କ ସମାଧି (ୱିକିମିଡିଆ କମନ୍ସ୍) |