ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୨ - କାହ୍ନୁ
ଅନୁସୃଜନ - ଜ୍ୟୋତି ନନ୍ଦ
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଦୃଢ଼ ହସ୍ତେ ଧରା ନାଡ଼ିର ତରୁ
ବାଜେ ଅନାହତ ବୀର ଡମ୍ବରୁ ।
କାହ୍ନୁ ଯୋଗାଚାର ସାଧନ କରେ
ଏକାକାର ଘୁରେ ଦେହ ନଗରେ ।
ପାଦେ ଆଳି କାଳି ନୂପୁର ବାଜେ
ଚାନ୍ଦ ସୂରୁଜ କାନଫୁଲ ସାଜେ ।
ଭସ୍ମସାର କରି ଷଡ଼ରିପୁକୁ
ମୋକ୍ଷ ମୁକ୍ତାହାର ପିନ୍ଧେ ଗଳାକୁ ।
ମାରିଣ ଶାଶୁ ଓ ନଣନ୍ଦ ଶାଳୀ
ମାୟା ହାଣି ଦେଖ କାହ୍ନୁ କାପାଳୀ ।