ବୃତ୍ତି
ଏ
ମୋ
ପୋଷେ
କୁଟୁମ୍ବ
ମୋଗଲ ଶୈଳୀରେ ଜଣେ ଛାତ୍ରଙ୍କର ଚିତ୍ର (୧୫୫୦) ଚିତ୍ରକର - ମୀର ସୟଦ ଅଲ୍ଲି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଜଣେ
ସ୍ୱାଧୀନଚେତା ଅମଲା ଭାବରେ
ବିଷ୍ଣୁଚରଣ ମହାନ୍ତି ବେଶ୍
ଜଣାଶୁଣା । ଅବିଭକ୍ତ କୋରାପୁଟ
ଜିଲ୍ଲାର ନବରଙ୍ଗପୁର ସବଡ଼ିଭିଜନରେ
ତୃତୀୟ ଶ୍ରେଣୀର ମାଜିଷ୍ଟ୍ରେଟ
ଓ ସବଡେପୁଟି କଲେକ୍ଟର ଭାବରେ
ଚାକିରୀ ଜୀବନ ଆରମ୍ଭ କରି,
୧୯୮୦
ମସିହାରେ ଗୋପବନ୍ଧୁ ପ୍ରଶାସନ
ଏକାଡ଼େମୀର ଉପନିର୍ଦ୍ଦେଶକ
ଭାବରେ ସେ ଅବସର ଗ୍ରହଣ କରନ୍ତି
। ନିଜର ଦୁଇଟି ଆତ୍ମଜୀବନୀ
(‘ରୋମନ୍ଥନ
ଏକ ବ୍ୟର୍ଥ ଅତୀତର’ ତଥା ‘ଆମ
ପାଠପଢ଼ା ସମୟ’),
ପାରଳା
ଗଜପତିଙ୍କ ସମେତ ଓଡ଼ିଶାର ଅନେକ
କୃତୀ ସନ୍ତାନଙ୍କର ଜୀବନୀ,
ତଥା
ଅନେକ ଆଧ୍ୟାତ୍ମିକ ପୁସ୍ତକ,
ତାଙ୍କର
ଓଡ଼ିଶାର ସାରସ୍ୱତ ଜୀବନ ପ୍ରତି
ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ।
ବିଷ୍ଣୁ
ବାବୁଙ୍କର ଜନ୍ମ ୧୯୨୨ ମସିହାରେ
। ଓଢ଼ଣ ଷଷ୍ଠୀ ଦିନ,
ନଭେମ୍ବର
ମାସର ପଚିଶ ତାରିଖରେ । ବାପାଙ୍କର
ନାମ କାଙ୍ଗାଳିଚରଣ । ବାପା ଥିଲେ
ଜଣେ ଖୁଚୁରା ବ୍ୟବସାୟୀ । ତାହା
ପୂର୍ବରୁ କିଛି ବର୍ଷ ବନ୍ଦୋବସ୍ତରେ
ଚାକିରୀ କରିଥିଲେ । ମାତାଙ୍କ
ନାମ କୋକିଳ ଦେବୀ । ଜାତିରେ କରଣ
। ହେଲେ ପରିବାରର ଅବସ୍ଥା ଅତି
ଦୁସ୍ଥ । ଜମିବାଡ଼ି ବାଡ଼ି ଗୋବରେ
ଗୋବେ ମାତର । ଜନମ ଗାଁର ନାମ ହେଲା,
କଣିଆଁ
। ଜଗତସିଂପୁର ଜିଲ୍ଲାର ବାଲିକୁଦା
ପାଖରେ । ଗାଁରେ ସବୁ ଜାତିର ଲୋକ
ରହନ୍ତି । ହେଲେ ସବୁଠୁ ବେଶୀ
ସଙ୍ଖ୍ୟା କରଣ ଜାତିର ।
ମହାନ୍ତିଏ
ବିଦ୍ୟାରମ୍ଭ କରନ୍ତି ଗାଁର
ଚାଟଶାଳୀରେ । ଅବଧାନ ଥିଲେ ପରମାନନ୍ଦ
ଷଡ଼ଙ୍ଗୀ ନାମ୍ନୀ ଜଣେ କଣା ବାମୁଣ
। ଘର ଜଗତସିଂପୁର ପାଖ ଗାଁ,
ସିଇପି
ଶାସନରେ । ୧୯୨୮-୨୯
ସାଲ ବେଳକୁ ବିଷ୍ଣୁବାବୁଙ୍କର
ବୟସ ଛଅ ସାତ ବର୍ଷ । ସେତେବେଳକୁ
ଗାଁ ଚାଟଶାଳୀରେ ତାଙ୍କର ବର୍ଣ୍ଣବୋଧ
ଓ ଶିଶୁବୋଧ ପାଠ ସରିଲାଣି । ଏତିକି
ବେଳେ ପ୍ରାଥମିକ ଶିକ୍ଷାରେ
ଔପନିବେଶିକ ସରକାର କିଛି ସଂସ୍କାର
ଲାଗୁ କରନ୍ତି । କଣିଆଁ ଗାଁରେ
ଚାଟଶାଳୀରେ ବେଶୀ ସଂଖ୍ୟାରେ ଚାଟ
ଥିବାରୁ,
ତଥା
ଗ୍ରାମବାସୀଙ୍କର ପାରମ୍ପରିକ
ଭାବରେ ଶିକ୍ଷାରେ ଆଗ୍ରହ ଥିବାରୁ,
ସେଠାରେ
ଗୋଟିଏ ଜିଲ୍ଲା ବୋର୍ଡ଼ ପରିଚାଳିତ
ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି
ନିଆଯାଏ ।
କଣିଆଁ
ଗାଁର ପ୍ରାଥମିକ ଇସ୍କୁଲୁରେ ରହେ
ଚାରୋଟି ଶ୍ରେଣୀ -
ଶିଶୁ,
ପ୍ରଥମ,
ଦ୍ୱିତୀୟ
ଓ ତୃତୀୟ । ବିଦ୍ୟାଳୟର କାଲେଣ୍ଡର
ଥାଏ ଜାନୁଆରୀରୁ ଡିସେମ୍ବର ।
୧୯୩୧ ମସିହା ଜାନୁଆରି ମାସରେ,
ଆଠ
ବର୍ଷ ବୟସରେ,
ବିଷ୍ଣୁଚରଣ
ତୃତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ
ହୁଅନ୍ତି । ବାବୁଙ୍କର କୁଟୁମ୍ବର
ଗୋବିନ୍ଦଚନ୍ଦ୍ର ଥାଆନ୍ତି
ଇସ୍କୁଲୁର ବଡ଼ ମାଷ୍ଟ୍ରେ । ଏଇ
ବଡ଼ ମାଷ୍ଟ୍ରେ ଅନ୍ୟମାନଙ୍କ
ସହିତ ନିଜର ଜ୍ଞାତିଙ୍କୁ ମଧ୍ୟ
ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ
କରିବାକୁ ଲାଗିଲେ । ଜିଲ୍ଲା
ବୋର୍ଡ଼ ସ୍କୁଲ ସଂସ୍କାର ପରେ,
ନୂଆ
ପାଠର ଧାରାରେ ବାଳବୋଧ,
ରତ୍ନାକର
ଗରାବଡ଼ୁଙ୍କର ଇତିହାସ ଓ ଭୂଗୋଳ,
ଗଣପତି
ଚୌବେଙ୍କ ଦ୍ୱାରା ଲିଖିତ କସରତ
ଶିକ୍ଷା ଓ ଚିତ୍ରାଙ୍କନ ବହି
ଇତ୍ୟାଦିର ପ୍ରଚଳନ ହେଲା ।
ସେହି
ବର୍ଷ ଶେଷକୁ ବୃତ୍ତି ପରୀକ୍ଷା
। ବୃତ୍ତି ନ ମିଳିଲେ ବିଷ୍ଟୁଁ
ବାବୁଙ୍କର ପାଠ ପଢ଼ାରେ ଡ଼ୋରୀ
ବନ୍ଧା ହେବା ସୁନିଶ୍ଚିତ । ହେଲେ
ଏହି ପରୀକ୍ଷା ଦେବାପାଇଁ ବୟସ
ଅତି କମରେ ନଅ ବରଷ ହେବା ଦରକାର
। ସେ ବର୍ଷ ବୃତ୍ତି ପାଇଁ ପ୍ରଥମ
ଛେକର ନିର୍ବାଚନ ନଭେମ୍ବର ମାସର
ପ୍ରଥମ ସପ୍ତାହରେ ଥାଏ । ଏଣୁ
ବାବୁଙ୍କର ଜନ୍ମ ତାରିଖ କାଗଜକଲମରେ
୨୫ ନଭେମ୍ବର,
୧୯୨୨ରୁ
ପଛାଇ ଦେଇ,
୩୧
ମାର୍ଚ୍ଚ,
୧୯୨୨
କରିଦିଆ ଗଲା । ଏଥର ପରୀକ୍ଷା
ଦେବାରେ କିଛି ଅସୁବିଧା ରହିଲା
ନାହିଁ । କଣିଆଁର ନିମ୍ନ ପ୍ରାଥମିକ
ବିଦ୍ୟାଳୟରୁ ସେହି ବରଷ ଆଠ ଦଶ
ଜଣ ଛାତ୍ରଛାତ୍ରୀ ପ୍ରଥମ ଛେକ
ପରୀକ୍ଷା ଦେବାକୁ ଗଲେ । ପରିଦର୍ଶକ
ଅଫିସ ଘର ପଡ଼ିଆରେ ଆଗ ଛେକକୁ ଜଣେ
ଛାତ୍ର ଓ ଜଣେ ଛାତ୍ରୀ ଉତ୍ତୀର୍ଣ୍ଣ
ହେଲେ । ଛାତ୍ର ଜଣଙ୍କ ଥିଲେ
ବିଷ୍ଣୁଚରଣ ମହାନ୍ତି ।
ତୃତୀୟ
ଶ୍ରେଣୀର ବୃତ୍ତି ପାଇଁ ଶେଷ ଛେକର
ପରୀକ୍ଷା ହେବାର ଥିଲା ଜଗତସିଂପୁର
ମାଇନର ଇସ୍କୁଲୁରେ । ସେହି
ବିଦ୍ୟାଳୟଟି ବର୍ତ୍ତମାନ ବାଳିକା
ଉଚ୍ଚ ବିଦ୍ୟାଳୟର ରୂପ ନେଇଛି ।
ବୃତ୍ତି ପରୀକ୍ଷା ପୂର୍ବ ଦିନ
ରାତିରେ ଯାତ୍ରା ଆରମ୍ଭ ହେଲା ।
କାଙ୍ଗାଳୀଚରଣ ବାବୁ ସପୁତ୍ର,
ବଡ଼
ମାଷ୍ଟ୍ରେଙ୍କର ସହିତ ଜଗତସିଂପୁର
ଅଭିମୁଖେ ତାଟିଲଗା ଶଗଡ଼ଟିଏ
ମେଲିଦେଲେ । ସାଥିରେ ଥାଏ ରାନ୍ଧିବା
ପାଇଁ ବାସନ । ତାହା ସହିତ,
ଚାଉଳ,
ଡାଲି,
ଚୁଡ଼ା,
ଗୁଡ଼
ଓ ନଡ଼ିଆ ଇତ୍ୟାଦି ରନ୍ଧା ଦରବ ।
କଣିଆଁ ଗାଁଠାରୁ ସେଇ ଛୋଟ ସହରଟିର
ଦୂରତା ପ୍ରାୟ ସତର ଅଠର କିଲୋମିଟର
ହେବ । ସେଠି ରହଣି ହୁଏ ଗୋଟିଏ
ଚଟି ଘରେ ।
ବିଷ୍ଣୁ
ବାବୁ ବୃତ୍ତି ପରୀକ୍ଷା ଦିନ
ଗାଧୋଇ,
ଜଳଖିଆ
ଖାଇ,
ସକାଳ
ଦଶଟା ଆଗରୁ ବଡ଼ ମାଷ୍ଟ୍ରେଙ୍କ
ସହ ଯାଇ ପରୀକ୍ଷା କେନ୍ଦ୍ରରେ
ପହଞ୍ଚି ଗଲେ । ସେଠି ଜୀବନରେ
ପ୍ରଥମ ଥର ପାଇଁ ଦେଖିଲେ ଛପା
ପ୍ରଶ୍ନ । ପରୀକ୍ଷା ହେଲା ଦୁଇଟି
ଛେକରେ । ଏହା ଛଡ଼ା କରଣି ଅକ୍ଷରରେ
ଲିଖିତ ଗୋଟିଏ ଦସ୍ତାବେଜ ମଧ୍ୟ
ପଢ଼ିବାକୁ ଦିଆଗଲା । ଏହାକୁ
ପଢ଼ିବାରେ ମହାନ୍ତିଏଙ୍କର କିଛି
ବିଶେଷ ଅସୁବିଧା ହେଲା ନାହିଁ ।
ସେଇ ରାତିରେ ତିନିମୂରତି ଜଗତସିଂପୁର
ଛାଡ଼ି କଣିଆଁ ଲେଉଟି ଆସିଲେ ।
ଫଳ ବାହାରିଲା ବଡ଼ଦିନ ଛୁଟି ଆଗରୁ
। ଯେତେବେଳେ ବିଦ୍ୟାଳୟରେ
ହେଡ଼ପଣ୍ଡିତଙ୍କର ଦରମା ଥିଲା
ମାସକୁ ବାର ଟଙ୍କା,
ବିଷ୍ଟୁଁ
ବାବୁ ମାସକୁ ତିନିଟଙ୍କିଆ ବୃତ୍ତି
ପାଇଲେ । ଆଗକୁ ପାଠ ପଢ଼ି ନିଜର
ପାରମ୍ପରିକ ଜାତିଗତ ବୃତ୍ତି -
ଅମଲା
ହେବାର ବାଟ ଫିଟି ଗଲା
ବି.ଦ୍ର - ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଅଛି । ଲେଖାର ବ୍ୟବହୃତ ତଥ୍ୟ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ ।
No comments:
Post a Comment