ପାଲି ଧମ୍ମପଦ (୬୬) ର ଓଡ଼ିଆ ପଦ୍ୟାନୁବାଦ
୭ ବାଳବଗ୍ଗୋ (ବାଳ ବର୍ଗ)
ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଦୁରୁବୁଦ୍ଧିଯୁକ୍ତ ଯେବେ ଅପଗଣ୍ଡମାନ
ନିଜଠାରେ ଶତୃ ପରି କରି ବିଚରଣ ।
ପାପ କର୍ମ କରି ସେ ଯେ କରନ୍ତି ବିହାର
ବଡ଼ କଷାୟ ହୁଅଇ ଫଳଟି ତାହାର ।୭।
ଚରନ୍ତି ବାଳା ଦୁମ୍ମେଧା ଅମିତ୍ତେନେବ ଅତ୍ତନା ।
କରୋନ୍ତା ପାପକଂ କମ୍ମଂ ଯଂ ହୋତି କଟୂକପ୍ଫଳଂ ।୭।
ଚରନ୍ତି ବାଳା ଦୁର୍ମ୍ମେଧସଃ ଅମିତ୍ରେଣୈବ ଆତ୍ମନା ।
କୁର୍ବନ୍ତଃ ପାପକଂ କର୍ମ୍ମ ୟତ୍ ଭବତି କଟୂକଫଳମ୍ । ୭।
No comments:
Post a Comment