ଏହି ଗଳ୍ପରେ ମୋହ ଛଡ଼ା ସମସ୍ତେ ମୁଖର
(ଜ୍ୟୋତି ନନ୍ଦଙ୍କ ପାଇଁ)
ମୂଳ ଇଂରାଜୀ କବିତାଟିର ଲେଖକ - ଡି. ନର୍କ୍ସେ
ଏଲ୍ମ ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ଏପରିକି
ଶବ୍ଦ । ସ୍ୱରସଙ୍ଘାତ । ନୀରବତା
।
ମୁଁ ଖାଲି ଭାବିପାରୁଛି ।
ମୁଁ
ମୋ ବା'ର
ଗାଲୱେ ଘରକୁ ଝୁରେ;
ମନେ
ପକାଏ ନିଜ ପାଇଁ ତିଆରିଥିବା କଡ଼କ୍
ଶେଯକୁ ।
ତୁମେ
ମୋତେ ନିର୍ଦ୍ଦୟ କହିପାର ।
ହେଲେ
ଏବେ,
ମୁଁ
ଘୁରିଚାଲେ ଆଗକୁ ଆଗକୁ ।
ମୁଁ
ନିଦ୍ରାହୀନତାର ରାଜ୍ୟର ସାମ୍ରାଜ୍ଞୀ
।
ସେମାନେ
ମୋତେ କାହିଁକି ଅଭିଷିକ୍ତ କରନ୍ତି ଯେ?
ମୁଁ
ତା'କୁ ଅକାରଣେ ଭଲପାଏ ;
ତୁମେ
ଯେପରି ହସିପାର ପାଇନର ଗନ୍ଧବହ
ପରେ ।
କିନ୍ତୁ ସେ
ତୁମର ଇସାରାକୁ ସବୁକୁ,
ପରୀକ୍ଷା
କରିବ ମୁରୁଆରେ ।
ଦିନ
ଥିଲା,
ଖାଲି
ବୋତାମଟିଏ ଖୋଲି,
ଆମେ
ପରଷ୍ପରକୁ ରୂପାନ୍ତରିତ କରିପାରୁଥିଲୁ
ଉଷା
ପରି ସମ୍ପୂର୍ଣ୍ଣ ପରଦେଶୀଟିଏରେ
;
ସବୁବେଳେ
ସେଇ ଗୋଟିକ ବୋତାମ ।
ହେଲେ ଏବେ
ଆମେ ଧାବମାନ ଛାୟାକ୍ରାନ୍ତ
ଇଲାକାରେ ।
ଥରେ
ସଇତାନ ସନ୍ଥ ମେରି ଡିଓନିଜଙ୍କୁ
ଭେଟଣା ହେଲା ;
ଏବଂ
ତାଙ୍କର କର୍ଣ୍ଣଦେଶରେ ଚୁପଚୁପ
କହିଲା,
ଏହି
ଦୁନିଆ ଏକ ସ୍ୱପ୍ନ ମାତ୍ର ହିଁ ।
ସେ
ଉତ୍ତର ଦେଲେ,
ତୁମ୍ଭେ
କଅଣ କୋଢ଼ିଟିର ଘଣ୍ଟିଟିକୁ
ଶୁଣିପାରନାହିଁ ?
ବର୍ତ୍ତମାନ
ମକାର ଶିଆରରୁ ପ୍ରଥମ ପାଇନଗୁଡ଼ିକ
ମୁଣ୍ଡ ଟେକେ
।
ଏଲ୍ମ
ବୃକ୍ଷର ଛତ୍ର ହଠାତକରି ଦୃଷ୍ଟିଗୋଚର
ହୁଏ ।
ଆମେ
ପହଞ୍ଚୁ ଏରୁଣ୍ଡିଠାରେ,
ଶେଷ
ହିଡ଼ ପାଖରେ ।
ଘୋଡ଼ାଟି
ନିଜର ନାଲିଆସିଆଁ ଆଖିକୁ ଘୁରାଏ
।
ଟ୍ରିଷ୍ଟାନ୍ କିପରି ଧାଇଁବା
ପାଇଁ ଉଦ୍ୟତ !
ପରମ
ହିଁ ତାକୁ ବଳ ଯୋଗାଏ ।
ପୂର୍ଣ୍ଣତାର
ଆକର୍ଷଣ ।
ହେଲେ
ଇଶ୍ୱର ଜଣେ ହାରିଯାଇଥିବା ଲୋକ
।
ଜଣେ
ବ୍ୟକ୍ତି ଓ ଜଣେ ବ୍ୟକ୍ତିର ହାନି
।
ୟୁ
ଗଛର ଡାଳଗୁଡ଼ିକ ଧନୁ ଭଳି
ବଙ୍କେଇଯାଆନ୍ତି ।
ଗୋଟିଏ
ମେଲା ଜେଗା ନିଶ୍ଚିତ ଆମ୍ଭମାନଙ୍କୁ
ଖୋଜିନେବ ।
ବର୍ତ୍ତମାନର
କର୍ତ୍ତବ୍ୟ,
ଜଣେ
ଦାସ ଯାହା ଜାଣେ,
ସେତକ
ଶିଖିବା :
ଶୀତ
ଓ କ୍ଷୁଧା ।
କିପରି
ଚଳିବା,
ନଖାଇ
ନଶୋଇ ।
ପିଲାପିଲି
କିପରି ନ କରିବା ।
ଡି. ନର୍କ୍ସେ ନ୍ୟୁୟର୍କ ସହରର ବ୍ରୁକ୍ଲିନର କବି । ଶିକ୍ଷା ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ । ଏହି ବହୁସ୍ରାବୀ କବି ଅନେକ କବିତା ସଙ୍କଳନର ରଚୟିତା । ଏଥି ମଧ୍ୟରୁ ୨୦୦୧ ମସିହାରେ ପ୍ରକାଶିତ 'ଦି ରୁଲ୍ସ୍ ଅଫ୍ ପାରାଡାଇଜ୍', ୨୦୦୩ ମସିହାରେ ପ୍ରକାଶିତ 'ଦି ଫଲ୍' ତଥା ୨୦୦୮ ମସିହାରେ ପ୍ରକାଶିତ 'ଦି ବର୍ଡର୍ କିଙ୍ଗଡମ୍' ଅନ୍ୟତମ । ତାଙ୍କର କାବ୍ୟକୃତି ଲାଗି ସେ ଅନେକ ପୁରସ୍କାର ପାଇଛନ୍ତି । କବିତା ଲେଖିବା ଛଡ଼ା, ସେ ଜଣେ ଅଧ୍ୟାପକ ତଥା ମାନବ ଅଧିକାର କର୍ମୀ ଭାବରେ କାର୍ଯ୍ୟରତ ।
ଅନୁବାଦକୀୟ ଟୀକା

No comments:
Post a Comment