ଅସିଆ କାଳର ବାମୁଣ ବାହାଘର
ସୌଗନ୍ଧିକ ପରିଣୟ (୧୮୨୧) ଚିତ୍ରକର - ମୁମ୍ମଦି କୃଷ୍ଣରାଜ ୱାଡେୟାର |
ବିଦ୍ୟାଧର
ମିଶ୍ର
ଓଡ଼ିଶାର
ବୌଦ୍ଧିକ
ଜଗତରେ
ଏକ
ଜଣାଶୁଣା
ନାମ
।
ଉପକୂଳବର୍ତ୍ତୀ
ଓଡ଼ିଶାର
ଏକ
ପଲ୍ଲୀ
ଗ୍ରାମରୁ
ବାହାରି,
ବିଲାତରେ
ପ୍ରଶିକ୍ଷିତ
ହୋଇ,
ସେ
ଉତ୍କଳ
ବିଶ୍ୱବିଦ୍ୟାଳୟରେ
ଅର୍ଥନୀତି
ଶିକ୍ଷାର
ମୂଳଦୁଆ
ପକାଇଥିଲେ
।
ପରେ
ସେ
ସେଠାରେ
କୁଳପତି
ଭାବରେ
ମଧ୍ୟ
କାମ
କରିଥିଲେ
।
ହେଲେ
ତାଙ୍କର
ବାହାଘର
ପୁରୁଣା
ପରମ୍ପରା
ଅନୁସାରେ
ଘଟିଥିଲା
ସେ
ଯେବେ
ମାଇନର
ପଢ଼ୁଥିଲେ,
ତେବେ
।
ବୋଧେହୁଏ
ଗତ
ଶତାବ୍ଦୀର
୧୯୩୦ର
ଦଶକରେ
।
ବରଘରୁ
କନ୍ୟାଘର
ପନ୍ଦର
କିଲୋମିଟର
ଖଣ୍ଡେ
ହେବ
।
ବରଘର
ଶାସନ
ଗାଁରେ
।
ବହୁକୁଟମ୍ବୀ
ଘର,
ଯୌଥ
ପରିବାର
।
ଖାନଦାନି
ଘର
।
ଅପର୍ଯ୍ୟାପ୍ତ
ସମ୍ପତ୍ତିବାଡ଼ି
।
ଚାଷ
ଜମି
ଛଡ଼ା
ତୋଟା
ବଗିଚା
ଇତ୍ୟାଦି
ମଧ୍ୟ
ଥାଏ
।
ପାତ୍ରକୁ
ଚଉଦ
ବର୍ଷ
ବୟସ
।
ମାଇନର
ସ୍କୁଲରେ
ପାଠପଢ଼ା
ଚାଲିଥାଏ
।
ଝିଅକୁ
ନଅ
ବରଷ
।
ଝିଅ
ଘର
ଲକ୍ଷାଧିକ
ଟଙ୍କାର
ମହାଜନୀ
କାରବାର
ଥାଏ
।
ବାପ
ତେଜରାତି
ଦୋକାନ
ଓ
ଲୁଗା
ଦୋକାନର
ମାଲିକ
।
ଶହେ
ମାଣରୁ
ବେଶୀ
ଚାଷଜମି
।
ଘରେ
ଓ
ସିରସ୍ତାରେ
କୋଡ଼ିଏରୁ
ବେଶୀ
ଚାକରବାକର
।
ବିଭାଘର
ତିଥି
ଥିଲା
ଫଗୁଣ
ମାସର
ଶୁକ୍ଳ
ପକ୍ଷ
ଦଶମୀ
।
ଶୀତ
ବିଦାୟ
ନେଇଯାଇଥିଲେ
ବି
ଗ୍ରୀଷ୍ମର
ଆଗମନ
ଘଟିନଥାଏ
।
ମଙ୍ଗନ
ଦିନ
ବରଧରା
ଆସି
ପହଞ୍ଚିଲା
ପରେ
ହାଡ଼ିବାଜା
ଓ
ତେଲିଙ୍ଗିବାଜା
ଶବଦରେ
ଥାଟପଟାଳି
ପଡ଼ିଲା
।
ଶାସନ
ଲୋକେ
ଓ
ନିମନ୍ତ୍ରିତ
ଭଦରନୋକେ
ଠା’କୁ
ପଙ୍ଗତରେ
ବସିଲେ
।
ତା’
ପରଦିନ,
ଅର୍ଥାତ
ବାହାଘର
ଦିନ
ବରଯାତ୍ରୀ
ପ୍ରାୟତଃ
ଚାଲିଚାଲି
କନ୍ୟାଘର
ଗାଁକୁ
ଗଲେ
।
ଗୁରୁଜନ,
ବୟସ୍କ
ଲୋକ
ଖାଲି
ଯାହା
ଗଲେ
ବଳଦଗାଡ଼ିରେ
ଓ
ବରବାବୁ
ଗଲେ
ପାଲିଙ୍କିରେ
।
ବର
ମହାଶୟ
ସକାଳ
ନଅଟାରୁ
ବାହାରିଗଲେ
।
ସନ୍ଧ୍ୟା
ପୂର୍ବରୁ
କାମ
ତମାମ
କରିବାକୁ
ପଡ଼ିବ
ଯେ
।
ସେତେବେଳେ
ଗାଁମାନଙ୍କରେ
ବ୍ୟାଣ୍ଡ୍
ବାଜା
ଇତ୍ୟାଦିର
ପ୍ରଚଳନ
ନ
ଥାଏ
।
କନ୍ୟାଘରର
ଦେଢ଼
କିଲୋମିଟର
ଖଣ୍ଡେ
ଦୂରରୁ
ବରର
ଶୋଭାଯାତ୍ରା
ଆରମ୍ଭ
ହେଲା
।
ବଡ଼
ବାଜା,
ଢୋଲ,
ମହୁରୀ,
ତେଲିଙ୍ଗିବାଜା
ଇତ୍ୟାଦି
ବାଜିଲା
।
ବର
ପହଞ୍ଚିବା
କ୍ଷଣି
ବାହାଘରର
କର୍ମକର୍ମାଣିର
ଶୁଭାରମ୍ଭ
ଚାରିଟା
ଖଣ୍ଡେ
ବେଳକୁ
ହେଲା
।
ବୈଦିକ
ରୀତି
ଅନୁସାରେ
ଲବଣଚାମରୀ,
ନାନ୍ଦୀମୁଖ
ଶ୍ରାଦ୍ଧ,
ବରଙ୍କର
ଅଳତା
ସିନ୍ଦୁର,
କନ୍ୟା
ଦାନ,
ହାତଗଣ୍ଠି,
ଲାଜା
ହୋମ,
ଅଗ୍ନି
ପରିକ୍ରମା
ଇତ୍ୟାଦି
ସବୁ
କର୍ମ
ସମ୍ପାଦିତ
ହେଲା
।
କନ୍ୟାକୁ
ବାରିକିଆଣି
ଜଣେ
ବେଦୀ
ଉପରକୁ
କାଖ
କରି
ନେଇଆସନ୍ତି
।
କର୍ମ
ବଢ଼ିଲେ
ନେଇଯାଆନ୍ତି
।
ଇଆଡ଼େ
ବାହାଘର
ଆରମ୍ଭ
ହେବା
ବେଳକୁ
ବରଯାତ୍ରୀ
ଓ
ଅନ୍ୟାନ୍ୟ
ଅତିଥିମାନେ
ଆଳିପଣା
ସେବନରେ
ମାତିଲେ
।
ବାହାଘର
କାମ
ବଢ଼ିଲା
ବେଳକୁ,
ଆଳିପଣା
ଖାଇବା
ଶେଷ
।
ଫୁଲ
ସଭା
ବସିଲା
ଯାଇଁ
ରାତ୍ର
ଦଶ
ଘଟିକାରେ
।
ସେ
ଯୁଗରେ
ଫୁଲସଭା
ବିଧିମତ
ହେଉଥିଲା
।
ଉଭୟ
ପକ୍ଷ
ନିମନ୍ତ୍ରିତ
କରିଥାଆନ୍ତି
ସଂସ୍କୃତପଣ୍ଡିତମାନଙ୍କୁ
।
ଦୁଇ
ପକ୍ଷ
ଭିତରେ
ଚାଲିଲା
ସଂସ୍କୃତ
ଶ୍ଲୋକର
ବାଦବୁଦିଆ
।
ସେଇ
ଫୁଲସଭାରେ
ସେଦିନ
ବରପକ୍ଷରୁ
ମୁଣ୍ଡିଆଳ
ଥାଆନ୍ତି
ମୟୁରଭଞ୍ଜ
ରାଜ୍ୟର
ସଭାପଣ୍ଡିତ
ପ୍ରାଣକୃଷ୍ଣ
ଆଚାର୍ଯ୍ୟ
।
କନ୍ୟା
ପକ୍ଷର
ନେତା
ଥାଆନ୍ତି
ଖଡ଼ଗପୁର
ମଠ
ଟୋଲର
ପ୍ରଧାନ
ପଣ୍ଡିତ
କୃପାସିନ୍ଧୁ
ଆଚାର୍ଯ୍ୟ
।
ଶାସ୍ତ୍ରାର୍ଥ
ପରେ
ଅନ୍ନଭୋଜନର
ବ୍ୟବସ୍ଥା
ହେଲା
।
ମାଛ,
ଦହି,
ଖିରି,
ପିଠା,
ଯାହାକୁ
ଯେତେ
।
ସେବେ
ରାତିରେ
ବର
କନ୍ୟାକୁ
ଶଙ୍ଖା
ପିନ୍ଧାଇ
ଦେବାର
ପ୍ରଚଳନ
ଥିଲା
।
ସେତେବେଳକୁ
ରାତି
ପାହିଲାଣି
।
ଶଙ୍ଖା
ପିନ୍ଧାଇବା
ସହିତ
ବାହାଘର
କର୍ମକର୍ମାଣି
ସରିଲା
।
ପରଦିନ
ସକାଳେ
ବରପକ୍ଷ
ଓ
କନ୍ୟାପକ୍ଷ
ଉଭୟଙ୍କୁ
ମିଶାଇ
ଗୋଟିଏ
ସାନ
ସଭା
ଅନୁଷ୍ଠିତ
ହେଲା
।
କନ୍ୟା
ସଭାକୁ
ଆସି
ଓଢ଼ଣା
ଟାଣି
ବସିଲେ
।
ଓଢ଼ଣି
ଟେକି
ବରପକ୍ଷ
କନ୍ୟାର
ମୁଖଦର୍ଶନ
କଲେ,
ସାମର୍ଥ୍ୟ
ଅନୁସାରେ
ଉପହାର
ଦେଲେ
ତଥା
ତାହା
ପରେ
ବରଘର
ଗାଁକୁ
ବାହୁଡ଼ି
ଗଲେ
।
ପଛରେ
ବାରିକ
ପିଲାଟିଏ
ସହିତ
ରହିଗଲେ
ବର
ମହାଶୟ,
ଶ୍ରୀ
ବିଦ୍ୟାଧର
ମିଶ୍ର
।
କାରଣ
ସେତେବେଳେ
ଅଷ୍ଟମଙ୍ଗଳା
ନ
ସରିବା
ପର୍ଯ୍ୟନ୍ତ
ବାମୁଣ
ବର
କନ୍ୟା
ଘରେ
ରହିବାର
ପରମ୍ପରା
ଥିଲା
।
ସେହି
ଆଠ
ଦିନ
ଯାକ
ଯେ
କଅଣ
ହେଲା,
ତାହା
ଆଉ
ଏକ
କାହାଣୀ
।
ବିଶେଷ ଦ୍ରଷ୍ଟବ୍ୟ
ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ । ଲେଖାଟିରେ ବ୍ୟବହୃତ ତଥ୍ୟ ବିଦ୍ୟାଧର ମିଶ୍ର ନିଜ ସ୍ତ୍ରୀ ଚାନ୍ଦନାଙ୍କ ଉପରେ ଲେଖିଥିବା ବହି ‘ନାନୀ’ରୁ ସଙ୍ଗୃହିତ । ବହିଟିର ସମ୍ପୂର୍ଣ୍ଣ ପ୍ରକାଶକୀୟ ବିବରଣୀ ହେଲା - ବିଦ୍ୟାଧର
ମିଶ୍ର । ୨୦୦୬ (ପ୍ରଥମ
ପ୍ରକାଶନ ୧୯୯୨)
।
‘ନାନୀ’ । କଟକ :
ବିଦ୍ୟାପୁରୀ
।
No comments:
Post a Comment