ସାନ୍ତାଳୀ ଲୋକ କବିତା - 'ପତର'
ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଯେଉଁ ପତର ଝରି ପଡ଼ିଛି
ସେ ସବୁ ସାଉଁଟିବାକୁ
ଆମେ ଏ ଗାଁର ଯୁବା ଯୁବତୀ
ଆସିଛୁ ବାହାରି ।
ପୁଣି, ଯେଉଁ ପତର ସବୁ
ଝରିବାକୁ ଅଛି
ନୁଆଇଁ ଗଛର ଡାଳ
ସେ ସବୁକୁ ନେବୁ ଆମେ ତୋଳି ।
ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।
No comments:
Post a Comment