ସାନ୍ତାଳୀ ଲୋକ କବିତା - 'ମହୁଲ ଫୁଲ'
ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ
ମହୁଲ ଫୁଲ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପୋଖରୀ ଧାରରେ
ମହୁଲ ଗଛରୁ
ଝରିପଡ଼େ ମହୁଲ ଫୁଲ ।
ଘୋଡ଼ା କିଛି ଖାଇଯାଏ
ମୁଁ କିଛି ଅଣ୍ଟିରେ ପୁରାଏ ।
ମହୁଲ ଫୁଲ
ତଥାପି ଝରେ
ସରିଯାଏନା, ଝରେ ।
ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।
No comments:
Post a Comment