ମାଥିଉଙ୍କର ମଙ୍ଗଳ ସମାଚାର - ୨୬
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
କାନଭାସ୍
ଉପରେ ତୈଳଚିତ୍ର -
'ଯୀଶୁ
ଖ୍ରୀଷ୍ଟଙ୍କର ୟେରୁଶେଲମ୍ ରେ
ପ୍ରବେଶ'
(୧୮୯୭)
ଚିତ୍ରକର
-
ଜ୍ୟାଁ
ଲିଅଁ ଜିରମ୍ (୧୮୨୪-୧୯୦୪)
ଫଟୋ
କ୍ରେଡ଼ିଟ -
ୱିକିମିଡିଆ
କମନ୍ସ୍
|
ସେମାନେ
ପ୍ରସ୍ଥାନ କଲାଉତ୍ତାରେ ଯୀଶୁ
ଲୋକମାନଙ୍କୁ ୟୋହନଙ୍କ ବିଷୟରେ
କହିବାକୁ ଲାଗିଲେ,
ତୁମ୍ଭେମାନେ
ବାହାର ହୋଇ ଅରଣ୍ୟ ମଧ୍ୟରେ କଣ
ଦେଖିବାକୁ ଯାଇଥିଲ ?
କି
ବାୟୁରେ ହଲିଲା ଗୋଟିଏ ନଳ ?
ତେବେ
କଣ ଦେଖିବାକୁ ଯାଇଥିଲ ?
କି
ସୁକ୍ଷ୍ମ ବସନ ପରିହିତ କୌଣସି
ମନୁଷ୍ୟକୁ ?
ଦେଖ,
ଯେଉଁମାନେ
ସୂକ୍ଷ୍ମ ବସନ ପିନ୍ଧନ୍ତି,
ସେମାନେ
ରାଜଗୃହରେ ଥାନ୍ତି । ତେଣୁ କାହିଁକି
ବାହାରେ ଯାଇଥିଲ ?
କି
ଜଣେ ଭବିଷ୍ୟଦ୍-ବକ୍ତାଙ୍କୁ
ଦେଖିବାକୁ ?
ତାହା
ହିଁ ପ୍ରମାଣ ;
ପୁଣି
ଆମ୍ଭେ ତୁମ୍ଭମାନଙ୍କୁ କହୁ ଯେ,
ସେ
ଭବିଷ୍ୟଦ୍-ବକ୍ତାଠାରୁ
ବଡ଼ । ଯେହେତୁ "ଦେଖ,
ଆମ୍ଭେ
ଆପଣା ଦୂତକୁ ତୁମ୍ଭର ଅଗ୍ରସର
କରି ପଠାଉଁ,
ସେ
ଆଗ ଯାଇ ତୁମ୍ଭର ପଥ ପ୍ରସ୍ତୁତ
କରିବ"
ଯାହାଙ୍କ
ବିଷୟରେ ଏହି କଥା ଲିଖିତ ଥିଲା,
ସେ
ଏହି ବ୍ୟକ୍ତି । ଆମ୍ଭେ ତୁମ୍ଭମାନଙ୍କୁ
ସତ୍ୟ କହୁଁ,
ଯୋହନ
ଡୁବକଙ୍କଠାରୁ ମହାନ୍ କେହି
ସ୍ତ୍ରୀଲୋକର ଗର୍ଭରୁ ଜାତ ହୋଇ
ନାହିଁ ;
ତଥାପି
ସ୍ୱର୍ଗରାଜ୍ୟ ମଧ୍ୟରେ ଅତି
କ୍ଷୁଦ୍ର ଯେଉଁ ବ୍ୟକ୍ତି,
ସେ
ଯୋହନଙ୍କଠାରୁ ମହାନ । ଆଉ ଯୋହନ
ଡୁବକଙ୍କ କାଳାବଧି ଏପର୍ଯ୍ୟନ୍ତ
ସ୍ୱର୍ଗରାଜ୍ୟ ବଳାକ୍ରାନ୍ତ ହୋଇ
ଆସିଅଛି,
ତହିଁରେ
ବିକ୍ରମୀ ଲୋକମାନେ ବଳରେ ତାହା
ଅଧିକାର କରୁଛନ୍ତି । ଯେହେତୁ
ସବୁ ଭବିଷ୍ୟଦ୍-ବକ୍ତା
ଓ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ
ଭବିଷ୍ୟତ୍ କଥା ପ୍ରକାଶ କରିଥିଲେ
। ଆଉ ତୁମ୍ଭେମାନେ ଯେବେ ଏହି
କଥା ଗ୍ରହଣ କରିବାକୁ ସମ୍ମତ ହୁଅ,
ତେବେ
ଯେଉଁ ଏଲିୟଙ୍କର ଆସିବାର ଥିଲା,
ସେ
ଏହି ବ୍ୟକ୍ତି । ଯାହାର ଶୁଣିବାକୁ
କର୍ଣ୍ଣ ଅଛି,
ସେ
ଶୁଣୁ ।
ଉତ୍ସ -
'ପବିତ୍ର
ବାଇବେଲ :
ପୁରାତନ
ଓ ନୂତନ ନିୟମ'
।
ବାଇବେଲ ସୋସାଇଟି ଅଫ ଇଣ୍ଡିଆ :
ବାଙ୍ଗାଲୋର
। ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment