ସାନ୍ତାଳୀ ଲୋକ କବିତା - 'ଫୁଲ ମଉଳି ଯାଉଛି'
ସଙ୍ଗ୍ରହକ - ବ୍ରହ୍ମାନନ୍ଦ ଦାସ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସୂର୍ଯ୍ୟ ଉଠିଲା, ସୂର୍ଯ୍ୟ ଉଠିଲା
ଚହଟିଲା ଦିନ ।
ଢଳି ଖେଳି ଚାଲିଚି ଝିଅଟି ହେ
ଢଳି ଖେଳି ଚାଲିଚି,
ତା ଟୋକେଇରେ ଫୁଲ ସବୁ
ମଉଳି ଯାଉଛି, ମଉଳି ଯାଉଛି ।
ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।
ମୁଁ ଏ ବହି ଟି କେଉଁଠି ପାଇବି?
ReplyDelete