ଇତିହାସ ଓ ସ୍ମୃତି ମଧ୍ୟରେ : ରବୀନ୍ଦ୍ର ସ୍ୱାଇଁଙ୍କ କବିତା
ଅନୁବାଦ - ବିଶ୍ୱଜିତ ଆପଟ
କବି ରବୀନ୍ଦ୍ର ସ୍ୱାଇଁ ଫଟୋ କ୍ରେଡ଼ିଟ - ରବିନ ଏସ୍. ଗଙ୍ଗମ୍ |
ଆମ
ଦେଶରେ ଇଂରାଜୀରେ କାହାଣୀ ଓ
ଉପନ୍ୟାସ ଲେଖୁଥିବା ଭାରତୀୟ
ଲେଖକମାନେ ପ୍ରାୟତଃ ସମୀକ୍ଷକୀୟ
ଓ ପାଠକୀୟ ଧ୍ୟାନ ଆକର୍ଷଣ କରିବାରେ
ସଫଳ ହୁଅନ୍ତି । ଏଭଳି ଅବସ୍ଥାର
ଫଳ ସ୍ୱରୂପ ଇଂରାଜୀରେ କବିତା
ଲେଖୁଥିବା ଭାରତୀୟ ଲେଖକମାନେ
ଅପେକ୍ଷାକୃତ ଭାବେ ଅଣଦେଖା ହୋଇ
ରହିଯାଇଛନ୍ତି । ଦଳେ ସାହିତ୍ୟିକଙ୍କୁ
ଆଉ ଦଳଙ୍କ ସହ ଯୁଝାଇବା
ପାଇଁ ଏ କଥା କହୁନାହିଁ ;
ଅନେକ
ସମୟରେ ସେଇ ଜଣେ ସାହିତ୍ୟିକଙ୍କର ହିଁ
ଗଳ୍ପ ଉପନ୍ୟାସକୁ ନେଇ ପାଠକ ତଥା
ପଣ୍ଡିତ ମହଲରେ ଉତ୍ସବ ଲାଗୁଥିଲା
ବେଳେ ତାଙ୍କର କାବ୍ୟିକ ରଚନା
ଉପେକ୍ଷିତ ହେଉଥାଏ । ଉଦାହରଣ
ସ୍ୱରୂପ, ସମ୍ପୂର୍ଣ୍ଣ
ଚାଟାର୍ଜୀ ଓ ଅଞ୍ଜୁମ ହାସନଙ୍କ
ଭଳି ସାହିତ୍ୟିକ ସେମାନଙ୍କର
ପ୍ରଥମ ଉପନ୍ୟାସ ପ୍ରକାଶନ ପରେ
ହିଁ ଲୋକଲୋଚନକୁ ଆସିଛନ୍ତି (
ଯଦି
ନୈଷ୍ଠିକ କବିତାପ୍ରେମୀଙ୍କୁ
ବାଦ ଦିଆଯାଏ ତାହାହେଲେ) ।
ଭାରତୀୟ
ଇଂରାଜୀ କବିତା ତ ସାଧାରଣତଃ
ଉପେକ୍ଷିତ, କିନ୍ତୁ
ଭାରତର ଉତ୍ତର-ପୂର୍ବ
ଭାଗରୁ ତଥା ଓଡିଶା ପରି ଅଞ୍ଚଳରୁ
ଆସୁଥିବା କବିମାନେ ବିବିଧ ଐତିହାସିକ
ଓ ସମାଜତାତ୍ତ୍ୱିକ କାରଣ ଯୋଗୁଁ ସାଧାରଣତଃ ପାଠକୀୟ ଧ୍ୟାନ ପାଇବାରୁ ବଞ୍ଚିତ
ହୁଅନ୍ତି । ଏମିତି ଜଣେ କବି
ହେଉଛନ୍ତି ରବୀନ୍ଦ୍ର କୁମାର
ସ୍ୱାଇଁ, ଯାହାଙ୍କର କବିତାର ଉଚିତ
ଚର୍ଚ୍ଚା ହୋଇପାରି ନାହିଁ । ତାଙ୍କ
କବିତାର ଚର୍ଚ୍ଚା କେବଳ ଆଞ୍ଚଳିକ
ପ୍ରତିନିଧିତ୍ୱ ଦୃଷ୍ଟିରୁ
ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ
ପରି କବିଙ୍କର କବିତାର ଚର୍ଚ୍ଚା
ଭାରତୀୟ ଇଂରାଜୀ କବିତା ଓ ଏହାର
ସମୀକ୍ଷା ସାହିତ୍ୟକୁ ଋଦ୍ଧିମନ୍ତ
କରିବାର ସମ୍ଭାବନା ରଖେ ।
ଶ୍ରୀଯୁକ୍ତ
ସ୍ୱାଇଁଙ୍କ କବିତାର ସବୁଠାରୁ
ବେଶୀ ମର୍ମଭେଦୀ ଦିଗଟି ହେଉଛି ନିଜର ସାମାଜିକ ଓ ସାଂସ୍କୃତିକ
ପରିବେଶକୁ ନେଇ ତାଙ୍କର ସହଜ ସରଳ
ଦୃଷ୍ଟିଭଙ୍ଗୀ । ଏ ଜଗତଟି ଯେ
ଉପାନ୍ତିକ, ତାହାକୁ ନେଇ ସେ କେବେ
ଗମ୍ଭୀର ନୁହଁନ୍ତି । ଏଣୁ ତାଙ୍କର କବିତାରେ ତାଙ୍କ ଦୁନିଆ ଏକ
ସ୍ୱଚ୍ଛନ୍ଦ ସ୍ୱପ୍ନ ପରି ଦୃଢ
ପାହୁଣ୍ଡ ପକାଇ ଉତୁରି ଆସେ ।
ଯେମିତିକି ତାଙ୍କର ‘ଦ ପ୍ଲାଇଟ୍
ଅଫ୍ ଗଡସ୍’ କବିତାରେ ଆମେ ‘ଭକ୍ତି’
ର ଏକ ମଧୁର ଶ୍ଲେଷାତ୍ମକ ବର୍ଣ୍ଣନା ପାଉ
।
କାରଣ,
ଯେତିକି
ବା ଜଣା ଅଛି
ଜଣେ
ନିଜ ଆଖି ଦୁଇଟିରୁ ଗୋଟିଏ
ତାଡି
ଯାଚି ଦେଇଥିଲେ,
ଗୋଟିଏ
ପଦ୍ମ ଅଭାବ ହେବାରୁ,
ପୂଜା
ପାଇଁ ଲୋଡାଥିବା
ଶହେ
ଆଠ ପଦୁଅଁ ଭିତରୁ ।
(ସ୍ୱାଇଁ
୨୦୦୮: ୧୨)
ଏ ପରିପ୍ରେକ୍ଷୀରେ ନହେଲେ ‘ସେଭିଅର୍ଡ଼୍ କର୍ଡ଼୍’ ଶୀର୍ଷକ କବିତାର ଏହି ଅଂଶ ପଢନ୍ତୁ, ଯେଉଁଥିରେ ପୁରୀରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀଙ୍କର ଅନୁଭବ ବର୍ଣ୍ଣନା କରାଯାଇଛି ।
ଘରେ
ପହଞ୍ଚି,
ତୁମେ
ମୁହଁପୋତି ଜଣାଅ,
ଭଗବାନ
ପୁରୀରେ ଦିଶିଲେ ନାହିଁ,
ବରଂ,
ଦିଶିଲା
କଖାରୁ
ଲଟାରେ ଘୋଡି ହୋଇଥିବା
ଛପର
ଓ ଛାତ,
ଆଉ
ଏକର ଏକର
ପଡିଆ
ପଡିଥିବା ଜମି ।
(ସ୍ୱାଇଁ
୨୦୦୨: ୧୯)
କାବ୍ୟିକ
ପଦ ସବୁ ଯୋଡି କୌଣସି ବିଚିତ୍ର
ଦେଶୀପଣ ସୃଷ୍ଟି କରିବାର ଅପଚେଷ୍ଟା
ନାହିଁ । କିନ୍ତୁ କବିତାରେ କୌଣସି
ନିର୍ଦ୍ଦିଷ୍ଟ ଦେଶୀୟ,
ସାଂସ୍କୃତିକ
ଅନୁଭବ ଉପୁଜାଉଥିବା ଯାହା କିଛି
ଫରକସବୁ ରହିଛି, ସେହି ସବୁଥିରୁ ମଧ୍ୟ
କବି ଦୂରେଇ ଯିବାକୁ ଅଭିଳାଷୀ
ନୁହଁନ୍ତି । ବୋଧହୁଏ ଶ୍ରୀଯୁକ୍ତ
ସ୍ୱାଇଁଙ୍କ କବିପଣର ଏହା ହିଁ
ସବୁଠାରୁ ଆକର୍ଷକ ଆଙ୍ଗିକ ।
ଏ
ଦୁଇଟି ବହିରେ ସ୍ଥାନିତ କବିତାଗୁଡିକର
ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ
ହେଲା କବିତାଗୁଡିକ ସମୟ,
ସ୍ମୃତି
ଓ ଇତିହାସ ମନସ୍କ । ଭାରତରେ
ଇତିହାସକୁ ନେଇ ଯେଉଁ ବିଚାର-ବିମର୍ଶ
ରହିଛି ତାହା ସବୁବେଳେ ହିଁ
‘ବର୍ଣ୍ଣନା’ ବନାମ ‘ତତ୍ତ୍ୱ’ର
ଢାଞ୍ଚା ନେଇଛି । ଶ୍ରୀଯୁକ୍ତ
ସ୍ୱାଇଁ ନିଜ କବିତାରେ ଆମର ଅତୀତକୁ
ବୁଝିବାର ପ୍ରକ୍ରିୟାକୁ ‘ଇତିହାସ’
କବଳରୁ ମୁକ୍ତ କରିବାକୁ ଚେଷ୍ଟା
କରିଛନ୍ତି ଓ ଆମର ସମସାମୟିକତାକୁ
ଆମର ସାମୂହିକ ଅତୀତର ଏକ ସାକ୍ଷୀ
ରୂପେ ବ୍ୟବହାର କରିଛନ୍ତି । ‘ଆନ୍
ଏମୋର୍ଫସ୍ ଟାଇମ୍’ ଶୀର୍ଷକର କବିତାର
ନିମ୍ନଲିଖିତ କେତୋଟି ଧାଡିକୁ
ବିଚାରକୁ ନିଅନ୍ତୁ :
ଆସନ୍ତା
କାଲି ହୁଏତ
ଆଉ
ଏକ ପିଲା ଲମ୍ଫ ଦେଇପାରେ
ତା’
ବାପା ତୋଳିଥିବା ଦେଉଳ ଉପରୁ ;
ଘୁଞ୍ଚି
ଚାଲିଥିବା ସମୁଦ୍ରକୁ ଓ
ତା’
ମୃତ୍ୟୁର କୋଳକୁ ।
ପ୍ରମାଣ
କରିବା ପାଇଁ,
ତା’
ବାପା ଯାହାକିଛି କରିଗଲେ
ବୃଥା
ନଥିଲା ।
କିଛି
ନହେଲେ ବି ଏହା ଟାଣି ନେଲା ତାକୁ
ବାପାଙ୍କ
ପାଖକୁ
ନିଜ
ଆଖିରେ ଦେଖିବା ପାଇଁ
ଏକ
ବାଳକର ଉଚ୍ଚତାରୁ
କୀର୍ତ୍ତିର
ତେଜ,
ମୂଲ୍ୟ
ଆଦର୍ଶ ବୋଲି ଓ ବର୍ତ୍ତମାନ ବୋଲି
ଉତ୍ତରାଧିକାରରେ
ପାଇଥିବା
ଜିନିଷ
ସବୁ ଗହଣରେ କଳଙ୍କର ଆଭାସ
ଓ
ବଞ୍ଚିବାକୁ
ଯାହା
ଯେମିତି ମିଳିଥିବା ଜୀବନ ତା’ର
ଆଉ
ଶେଷରେ,
ସନ୍ତୋଷରେ
ତେଜିବାକୁ ଜୀବନ
ବାପାଙ୍କର
ଉପଯୁକ୍ତ ଦାୟାଦଟିଏ ହୋଇ ।
(ସ୍ୱାଇଁ
୨୦୦୨: ୪୯)
ଏହି
ଧାଡିଟିମାନ ବାଳକ ଧର୍ମପଦର ବଳିଦାନର
କଥା କୁହନ୍ତି, ଯିଏ କୋଣାର୍କରେ
ସୂର୍ଯ୍ୟ ମନ୍ଦିର ଗଢ଼ିଥିବା ତା’ର
ବାପା ଓ ଅନ୍ୟ ଶିଳ୍ପୀଙ୍କ ପ୍ରାଣ
ରକ୍ଷା ପାଇଁ ବଙ୍ଗୋପ ସାଗରକୁ
ଡେଇଁ ପଡିଥିଲା । ଆମ ଆଲୋଚନାର
ସନ୍ଦର୍ଭରେ କଥା ହେଲା,
ଏ
ଧାଡିଗୁଡିକ ସମସାମୟିକ ଘଟଣାବଳୀର
ସାକ୍ଷ୍ୟ ବହନ କରୁଥିବା ଏକ କବିତାର
ଶେଷ ଅଂଶ ।
ତାଙ୍କ
କବିତା ଦୈନନ୍ଦିନ ଓ ବ୍ୟକ୍ତିଗତ
କଥାଗୁଡିକର ବର୍ଣ୍ଣନ କରେ ।
ବର୍ଣ୍ଣନାକାର (ଯିଏ
କି ଅନେକ ସମୟରେ କବି ନିଜେ ହିଁ) ସେତେବେଳେ
ସଫଳ ହୁଅନ୍ତି, ଯେତେବେଳେ ସେ
ସାଜନ୍ତି ପୀଢିମାନଙ୍କ ପାଇଁ
ସେତୁ । ସେ ନିର୍ମାଣ କରନ୍ତି ଏପରି ଏକ ଉପସ୍ଥିତି, ଯେଉଁଥିରେ ଅତୀତ ଓ ଭବିଷ୍ୟତ ଏକାଠି
ହୁଅନ୍ତି । ନିମ୍ନରେ ଦିଆଯାଇଥିବା
ଉଦ୍ଧୃତିଗୁଡିକ ପଢ଼ାଯାଉ ।
ଭସେଇବା
ପାଇଁ ପୁଅମାନଙ୍କର କାଗଜ ନାଆ
ବର୍ଷା
ପାଣିକ କାଦୁଆ ସୁଅରେ
ଗାଁ
ରାସ୍ତାରେ
ବାପାମାନେ
ସଦାକାଳେ ଗରିବ ହୋଇ ରହିଥିବେ ।
(ସ୍ୱାଇଁ
୨୦୦୨: ‘ସନସ୍
ଆଣ୍ଡ୍ ଫାଦର୍ସ୍’,
୧୬)
ବାପା,
ଦୁଇ
ବର୍ଷ ବିତିଲାଣି
ତୁମେ
ଗଲା ଦିନୁଁ,
ଆଉ
ମୋ ରାତିଗୁଡା ଏବେବି
ତୁମ
ଉଜ୍ଜ୍ୱଳ ମୁହଁରେ ଆଲୋକିତ ।
ମୁଁ
ଏବେ ଯାଏଁ ପଚାରି ନାହିଁ ନିଜକୁ
ଏଇଟା
ମୋ ଅପରାଧର ଜୁଳୁଜୁଳିଆ ପୋକ ନା
ତୁମ
ସ୍ନେହର ବତୀଘର ।
ମୋ
ଝିଅ ଭଲଭାବେ ଜାଣେ ତୁମକୁ,
ହେଲେ
ମନେପକାଇ ପାରେନା ତୁମ ମୁହଁ ।
ତା’
ଦ୍ୱନ୍ଦ ମୋ’ଠାରେ ନାହିଁ ନିଶ୍ଚୟ,
ହେଲେ
ତା’ ପ୍ରଶ୍ନ,
‘ତୁମେ
ତାଙ୍କଠାରୁ କ’ଣ ଶିଖିଥିଲ?’
ମୋ
ପାଇଁ ଏକ ଦର୍ପଣ
ମୁହଁର
ଏତେ ପାଖରେ ଯେ
କିଛି
ଦିଶୁ ନାହିଁ ।
(ସ୍ୱାଇଁ
୨୦୦୮ : ‘ମିରର୍
ଠୁ କ୍ଲୋଜ ଟୁ ଦ ଫେସ୍’,
୧୭)
ଶ୍ରୀଯୁକ୍ତ
ସ୍ୱାଇଁଙ୍କର କବିତାବଳୀ ପ୍ରକୃତ
ପକ୍ଷେ କବିତା ଲିଖନର ପ୍ରକ୍ରିୟାକୁ ନେଇ ବିଶେଷ ଭାବରେ ମନନଶୀଳ
। ଏହାର ମାନେ ନୁହେଁ ଯେ ଏ ବହି
ଦ୍ୱୟରେ ଥିବା କବିତାଗୁଡିକ କେବଳ
କବିତା ଲିଖନ କଳା ଉପରେ ଧ୍ୟାନରତ
। କବିତା ଲେଖିବା ଓ ପଢିବାର ଅନୁଭବକୁ
ଆମ ଜୀବନର ବିଭିନ୍ନ ଦିଗକୁ ବୁଝିବାର
ଏକ ମାଧ୍ୟମ ରୂପେ ବ୍ୟବହାର କରାଯାଇଛି
। ପାଠକଙ୍କର ବିଚାର ପାଇଁ କେତୋଟି
ଧାଡି ଦିଆଗଲା :
ସେମାନେ
ନିଦରେ ଚିରୁଥିବେ ରାତିକୁ
ସତେକି
ଏହା
ସେମାନଙ୍କୁ
ଭଲ ନ ଲାଗୁଥିବା ଏକ କବିତା ।
(ସ୍ୱାଇଁ
୨୦୦୮: ‘ଅଲ୍
ଦ କ୍ରେଭିଙ୍ଗସ୍’,
୨୫)
ତୁମକୁ
ନ ଡାକି ଚାଲିଆସନ୍ତି ସେମାନେ:
ଗଛରେ
ଫୁଲମାନେ,
ବାକ୍ୟ
ମଝିରେ ବିରାମ,
ଆଉ
ବେଳେ ବେଳେ
ଲମ୍ବା
ଲମ୍ବା ଅପ୍ରାସଙ୍ଗିକ ବାକ୍ୟମାନେ
ଓ
ଏକ ଅବୁଝା ସ୍ତ୍ରୀ ।
(ସ୍ୱାଇଁ
୨୦୦୨: ‘ଦ
ୱାଟର କୋର୍ସ’, ୨୪)
କେବେ
ଦିନେ ଜଣକୁ ଘୋଷଣା କରିବାକୁ ହେବ
ଏହି
ଉଦ୍ଧୃତାଂଶଗୁଡିକ ଶ୍ରୀଯୁକ୍ତ
ସ୍ୱାଇଁଙ୍କ କବିତାର ଅନ୍ୟ ଏକ
ବିଶେଷ ଦିଗ ପ୍ରତି ଆଲୋକପାତ
କରନ୍ତି । ସେଇଟି ହେଲା ଏପରି
ଧାଡିମାନ ରଚିବାର ତାଙ୍କ କୌଶଳ
ଯେଉଁ ଧାଡିଗୁଡିକ ‘ସୁସୁରସ୍ ଇନ୍ ଦ ସ୍କଲ୍’ ବା ମସ୍ତିଷ୍କର ରନ୍ଧ୍ରରେ ପ୍ରବେଶ କରିଯାଆନ୍ତି ଓ ମୁଣ୍ଡ
ଭିତରେ ବସା ବାନ୍ଧନ୍ତି । ଏଠାରେ କିଛି ଉଦାହରଣ ଦେବା -
ଅନ୍ଧକାରରେ
ହିଁ ଖୋଜିହୁଏ,
ନିିଜ ପରି ଆଲୋକଟିକୁ ;
ଯେପରି ଥାଏ,
ଅଜନ୍ମା ଭୃଣଟିଏର ଗର୍ଭରେ ।
(ସ୍ୱାଇଁ ୨୦୦୨: 'ଗ୍ରେସ୍ ଅଫ୍ ଡାର୍କନ୍ସ୍', ୧୫)
.... ଯେମିତି
ତୁମେ ମୋତେ ଚାହିଁଲ
ମନେ
ହେଲା ମୁଁ ହେଉଛି ବାସ୍ତବତା
ଓ
ତୁମ ଚାହାଣୀ ଏହାକୁ ଦେଖିବାର
ଅନ୍ୟତମ
ବାଟ ।
(ସ୍ୱାଇଁ
୨୦୦୮: ‘ମାଇ
ୱେଡିଙ୍ଗ୍ ନାଇଟ୍’,
୪୭)
ଇନ୍ଦ୍ରଧନୁଗୁଡା
ପିଲାଙ୍କ ପ୍ରାର୍ଥନା ଅଟନ୍ତି...
ପିଲାମାନେ
ଯଦି କେବେ କାହା ପକ୍ଷରେ
ତେବେ
ସେମାନେ ଦେବତାଙ୍କ ପକ୍ଷଭୁକ୍ତ
କାରଣ
ଦେବଗଣ ସଦାକାଳେ ବାଳୁତ ।
(ସ୍ୱାଇଁ
୨୦୦୮ : ‘ଚିଲଡ୍ରେନ୍ସ
ସିକ୍ରେଟସ୍’, ୬୬)
ମାତ୍ର କଦବାକ୍ୱଚିତ ପଦ ରଚନା
ଉପରେ କବିଙ୍କର ନିୟନ୍ତ୍ରଣ ଟିକେ
ଢିଲା ମନେ ହୁଏ । ଯେତେବେଳେ
ଶ୍ରୀଯୁକ୍ତ ସ୍ୱାଇଁ ସମସାମୟିକ
ଘଟଣା ଉପରେ ସିଧା କିଛି କହୁଛନ୍ତି
(ଯେପରିକି
୧୯୯୯ ଅକ୍ଟୋବରରେ ଓଡିଶା ଉପକୂଳକୁ
ମାଡିଆସିଥିବା ମହାବାତ୍ୟା ବିଷୟରେ)
କବିତାଗୁଡିକ
ପଥହରା ହୋଇଯାଆନ୍ତି ଓ ଏଣେତେଣେ
ଧାଆନ୍ତି । କିନ୍ତୁ ସେମିତି
କବିତାଗୁଡ଼ିକର ସଙ୍ଖ୍ୟା କମ । ମୋଟାମୋଟି ଭାବରେ କହିବାକୁ ଗଲେ କବିଙ୍କର କବିତାଗୁଡିକ ଖୁବ ନିଟୋଳ ଭାବରେ ଭାବରେ ଆମର ସାମ୍ପ୍ରତିକ ଅନୁଭବର କଥା କୁହନ୍ତି ।
ଗ୍ରନ୍ଥ ସୂଚୀ
ରବୀନ୍ଦ୍ର କୁମାର ସ୍ୱାଇଁ
ଶୁଷାରଶ୍ ଇନ୍ ଦ ସ୍କଲ୍
ନୂଆ ଦିଲ୍ଲୀ: ଅଥର୍ସପ୍ରେସ, ୨୦୦୮, ପୃଷ୍ଠା: ୬୮, ମୂଲ୍ୟ: ୧୦୦ ଟଙ୍କା
ରବୀନ୍ଦ୍ର କୁମାର ସ୍ୱାଇଁ
ସେଭର୍ଡ କର୍ଡ
ନୂଆ ଦିଲ୍ଲୀ: ଇଣ୍ଡିଆଲଗ୍ ପବ୍ଲିକେଶନସ୍ ପ୍ରା. ଲି., ୨୦୦୨, ପୃଷ୍ଠା: ୭୦, ମୂଲ୍ୟ: ୧୨୦ ଟଙ୍କା
ଏହି ଲେଖାଟି ପ୍ରଥମେ 'ବିଟୁଇନ୍ ହିଷ୍ଟ୍ରୀ ଆଣ୍ଡ୍ ମେମୋରି' ଶୀର୍ଷକରେ ଇଂରାଜୀ ଭାଷାରେ ମ୍ୟୁଜ ଇଣ୍ଡିଆ ୱେବସାଇଟରେ ଛପାଯାଇଥିଲା । ଏହା ପରେ ଏହାର ଓଡ଼ିଆ ଅନୁବାଦ ଦୈନିକ ସଞ୍ଚାର ଖବର କାଗଜର ସାହିତ୍ୟ ପୃଷ୍ଠାରେ ସ୍ଥାନ ପାଇଥିଲା । ଏଥିପାଇଁ ଆମେ ଉଭୟ ସମ୍ପାଦକଙ୍କ ପାଖରେ କୃତଜ୍ଞ ।
ବିଶେଷ ଦ୍ରଷ୍ଟବ୍ୟ
ଏହି ଲେଖାଟି ପ୍ରଥମେ 'ବିଟୁଇନ୍ ହିଷ୍ଟ୍ରୀ ଆଣ୍ଡ୍ ମେମୋରି' ଶୀର୍ଷକରେ ଇଂରାଜୀ ଭାଷାରେ ମ୍ୟୁଜ ଇଣ୍ଡିଆ ୱେବସାଇଟରେ ଛପାଯାଇଥିଲା । ଏହା ପରେ ଏହାର ଓଡ଼ିଆ ଅନୁବାଦ ଦୈନିକ ସଞ୍ଚାର ଖବର କାଗଜର ସାହିତ୍ୟ ପୃଷ୍ଠାରେ ସ୍ଥାନ ପାଇଥିଲା । ଏଥିପାଇଁ ଆମେ ଉଭୟ ସମ୍ପାଦକଙ୍କ ପାଖରେ କୃତଜ୍ଞ ।
No comments:
Post a Comment