ଫୁଲ କୋବି ସିଝା
ସରୋଜିନୀ ଚୌଧୁରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ପ୍ରଣାଳୀ - ଫୁଲ କୋବି ଗୋଟିଏ ଆଣି ଡାଳଗୁଡ଼ିକ ଭାଙ୍ଗନ୍ତୁ । ମଧ୍ୟ ଆଡ଼କୁ ଅନେକ ଛୋଟ ଡାଳ ଥିଲେ ମଝିରୁ କାଟି ଦେଇ ଫୁଲ ସୁଦ୍ଧା ଚାରି ଫାଳ କରୁ ରଖନ୍ତୁ । ଭଙ୍ଗା ଯାଇଥିବା ଫୁଲ ଡାଳର ଯେତେଟା ଚୋପା ଛଡ଼ାଇ ପାର ଛଡ଼ାଅ । ଆସ୍ତେ ଆସ୍ତେ ଛଡ଼ାଅ । ପୋକ ପ୍ରଭୃତି ଅଛି କି ନାହିଁ ଭଲକରି ଅନୁସନ୍ଧାନ କର । ଧୋଇଧାଇ ଡାଲିରେ ପକାଇ ସିଝାଅ ।
ସିଝିଗଲେ ଡାଲିରୁ ବାହାର କରି ଝାଡ଼ିଝୁଡ଼ି ଗୋଟିଏ ରେକାବିରେ ରଖ । ଅଦା ଅଧଗିରେ ଛଡ଼ାଇ ଧୋଇ ଛେଚି ତାହାର ରସ ଫୁଲ ଉପରେ ଚୁପୁଡ଼ି ଦିଅ । ଜିରା ମରିଚ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଘିଅ ତିନିପଳା ଏବଂ ଲୁଣ ଅଧତୋଳେ ମିଶାଇ ରଖ ।
ବି.ଦ୍ର. - ଫୁଲ କୋବି ସିଝା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

No comments:
Post a Comment