Living in Bhubaneswar
Monday, May 09, 2016
ସିନେମା ଗୀତ 'ଗୋରୀ ଗୋରୀ ଗୋରୀ' (୧୯୫୮)
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=vCXvrWoCguE
ଗୀତିକାର ଓ ଗାୟକ ଅକ୍ଷୟ ମହାନ୍ତି
ଗୀତ ଓ ଗାୟନ -
ଅକ୍ଷୟ ମହାନ୍ତି
ସଙ୍ଗୀତ - ଭୁବନେଶ୍ୱର ମିଶ୍ର
ଫିଲ୍ମ୍ - ମା
ପ୍ରଯୋଜନା - ଚିତ୍ରମ୍
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନ ଦେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନ ଦେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
ଝିିଲିମିଲି ଝୀନ ଉତ୍ତରୀ
ଛନଛନ ହସି ଯାଅନା
ମନ କା'ର ନେଇ ଯାଅନା
ଯାଅ ଯାଅ ଯାଅରେ
ଚାହେଁନା ମୁଁ ତୋହରେ
ଦୂରେ ଯା' ତୁ ଫେରି
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନ ଦେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
ଝିରିଝିରି ହସ ଝରଣା
ଛପି ଛପି ଆଉ ଚାହାଁନା
ମନେ ମନେ ତୋର କା' ଲାଗି
ଦିନ ଦିନ ରହୁରେ ଜାଗି
ଜାଣେ ଜାଣେ ଜାଣେରେ
କିଏ ତୋର ଦୁଆରେ
ନିତି ଯେ ଭିକାରୀ
ଗୋରୀ ଗୋରୀ ଗୋରୀ
ଆଗୋ ନୀଳପରୀ ଚାହାଁନା ତୁ ଫେରି
ଦୂରେ ଦୂରେ ଦୂରେ ମନ ଦେଇ ତୁ ରେ
ତୋହରି ବୁକୁରେ ଦିଅନାରେ ଭରି
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment