ଶ୍ରମିକ ଦିବସ ଉପଲକ୍ଷେ କବିତା - 'ମଇ ପହିଲା ୧୯୫୩'
କବି - ଶ୍ରୀ ମନମୋହନ ମିଶ୍ର (୧୯୨୦-୨୦୦୦)
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶୁଭ ପର୍ବ ଦିନ ଆଜି ସର୍ବହରାର
ଦୁନିଆର ଜନତାରେ
ଶାନ୍ତି ମୁକ୍ତି ଏକତାରେ
ଜାତି ଧର୍ମ ସମତାରେ
କର ଜୁହାର, କର ଜୁହାର, କର ଜୁହାର । (ଘୋଷା)।
ପରବର ଦିନ ଏ, କର ଜୁହାର
ଗରବର ଦିନ ଏ, କର ଜୁହାର
ସରବର ଦିନ ଏ, କର ଜୁହାର
ମରମର ଧରା ବୁକେ ଜୀବନର ଜୁଆର ଏ
କର ଜୁହାର, କର ଜୁହାର, କର ଜୁହାର । ୧।
ନୁହେ ଖାଲି ଭାଙ୍ଗିବାର ଏହି ପରବ
ନୁହେ ଖାଲି ଗଢ଼ିବାର ଏହି ପରବ
ଭଙ୍ଗା ଗଢ଼ା ପାଳନର
ସୁଖ ପ୍ରେମ ଶାସନର ଏ ଅଙ୍ଗିକାର ।୨।
ଦୁଆରେ ଡ଼ାକିଛି ବିଶ୍ୱ ମୁକତିର ବାଇଦା
ଶାନ୍ତିର ସେ ଚାହିଦା
ଆପଣାରେ ଠୁଳ କର ଶତ୍ରୁରେ ନିର୍ମୂଳ କର
କୋଟି ମଣିଷର ଆଶା କଲ୍ୟାଣର କାଇଦା,
ନିଖି୍ଳ ଧରାର ବୁକେ
ଆକାଶ ଧରଣୀ ମୁଖେ ଶୁଭେ ପୁକାର । ୩।
୧୯୫୩ ମଇ ପହିଲା, ବ୍ରହ୍ମପୁର ।
No comments:
Post a Comment