ଘର, ଘରୁଆ ଓ ଘରଣୀ ଉପରେ କିଛି ଓଡ଼ିଆ ଢ଼ଗଢ଼ମାଳୀ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧. ଅଚିନ୍ତା ନାରୀ ବାପଘର ଯାଏ, ମନଫୁଲାଣିଆ ଗୀତ ଗାଉଥାଏ ।
୨. ଅରସଲାକେ ଅରସଲୀ, ଦଭବ ଦେଇଛେ ଭେଟ୍ କରି ।
୩. ଅଳପ ତେଣ୍ଟା, ମାଇପ ଖେଣ୍ଟା, ମଠୁଆ ବଳଦ ଯାର;
ଯମଘର ଯାଇ କି ଫଳ ମିଳିବ ନିଇତି ମରଣ ତାର ।
୪. ଆଙ୍ଗୁଠି ସନ୍ଧିରେ ମଳି,
ଭିତରେ ଭିତରେ ସଲାସୁତର
ଉପରେ ଲାଗିଛି କଳି ।
୫. ଆଟିକା ଚୁହଁର ମାଇପ ମରେ ।
୬. ଉଭା ତାଳ, ପୋତା ଶାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତୁଆଳ, ତେବେ ସେ ଘର ଯାଏ ଅପାର କାଳ ।
୭. କୋଳରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ ।
୮. ଖଣ୍ଡି ଗୁଣିଆର ଦିଗୁଣ ସରେ, ଆଟିକା ପୋଛାର ମାଇପ ମରେ ।
୯. ଗଙ୍ଗାକୁ ଡେଇଁବା ବେଳେ କିଏ ପୁଅ ମାଇପକୁ ଚାହେଁ ।
୧୦. ଗୁଜ୍-ଗୁଜିଆର ମାଇପ ମରେ ।
୧୧. ଘଇତା ଅଯୋଗ୍ୟ ପଣେ, ମାଇପ ଶୁଏ ସନ୍ତରା ବଣେ ।
No comments:
Post a Comment