ମଳ ଓ ମଳତ୍ୟାଗ ବିଷୟରେ କିଛି ଓଡ଼ିଆ ଢ଼ଗ, ଢ଼ମାଳି ଓ ଲୋକୋକ୍ତି
୧. ହଗି କରି ପଛକୁ ଅନେଇବା । (ଲୋକୋକ୍ତି)
୨. ହଗି ନ ଜାଣିଲେ ଥୋଡ଼ିରେ ଘୁଅ । (ଢ଼ଗ)
୩. ହଗିଲା ବେଳ କଥା ଛଞ୍ଚିଲା ବେଳକୁ ମନେ ନ ଥାଏ । (ଲୋକୋକ୍ତି)
୪. ହଗୁ ନାହିଁ କିମ୍ବା ବାଟ ଛାଡ଼ୁ ନାହିଁ । (ଲୋକୋକ୍ତି)
୫. ହଗୁରୀ ହାତେ ଖାଇ ଅଛି
ଉଘେଇ ହାତେ ଖାଇ ନାହିଁ । (ଢ଼ଗ)
୬. ହଗୁରୀର ଖାଇବ ପଛେ
ଠୁକୁଣୀର ଖାଇବ ନାହିଁ । (ଲୋକୋକ୍ତି)
୭. ହଗୁରା ଗୁରୁକୁ ପାରୁଡ଼ା ଶିଷ
ଶହେ କହିଲେ ଛକୋଡ଼ି ମିଛ । (ଢ଼ଗ)
୮. ହଗେ ମୂତେ, ମୂତେ ଖାଏ
ତା ପଇସା କି ବଇଦ ଖାଏ । (ଢ଼ଗ)
No comments:
Post a Comment