ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୨
ଲେଖକ - କିଶନ ପଟ୍ଟନାୟକ
ଭାରତୀୟ
ସ୍ୱାଧୀନତା ବିକାଶର ଏହି ବିବର୍ତ୍ତନ
ସାଙ୍ଗରେ ଆହୁରି ଟିକିଏ ପୁରୁଣା
କଥା ଯୋଡ଼ିଦେଲେ ଭାରତୀୟ ବୁଦ୍ଧିଜୀବୀର
ପୃଷ୍ଠଭୂମି ସ୍ପଷ୍ଟ ହୋଇଯିବ ।
ବ୍ରିଟିଶ୍ ଶାସନର ପ୍ରତିଷ୍ଠା
ଫଳରେ ଭାରତୀୟ ସମାଜର ତାହା
ପ୍ରତି ଯେଉଁ ପ୍ରତିକ୍ରିୟା ହେଲା
ତାହା ଦୁଇ ଭିନ୍ନ ଧରଣର ।
ଏକ ଦିଗରେ ପୁରାତନ ଜ୍ଞାନ ଓ ସଭ୍ୟତାର
ପୁନରୁତ୍ଥାନ କରିବାକୁ ଚେଷ୍ଟା
କରି ନିଜର ଜାତୀୟ ଗୌରବ ଜରିଆରେ
ବିଦେଶୀ ଧୃଷ୍ଟତାର ସମ୍ମୁଖୀନ
ହେବା । ଅନ୍ୟ ଦିଗରେ
ପାଶ୍ଚାତ୍ୟ ଜ୍ଞାନ ହାସଲ କରି
ବିଦେଶୀ ଅସ୍ତ୍ରବଳରେ ବିଦେଶୀଙ୍କ
ଉପରେ ବିଜୟୀ ହେବା ପାଇଁ ତତ୍ପରତା
। ଭାରତର ସାଧାରଣ ବୁଦ୍ଧିଜୀବୀ
ପରେ ପରେ ଏ ଦୁଇଟିର ମିଶ୍ରଣ ଚାହିଁଲା
ଓ ସେହି ଦୃଷ୍ଟିରୁ
ରାମମୋହନ ରାୟ ବୋଧହୁଏ ଏହି ଶ୍ରେଣୀର
ପିତା । କିନ୍ତୁ ଟିକିଏ ଭିତିରିଆ
କରି ଦେଖିଲେ ଏହାର ମୂଳରେ ଏକ
ଆତ୍ମନ୍ୟୁନତା ଦେଖାଯିବ
। ପ୍ରକୃତରେ,
ଏହି
ମନୋଭାବରେ,
ପାଶ୍ଚାତ୍ୟ
ପ୍ରତି ମୋହ ହେଲା ପ୍ରଧାନ କଥା ।
ନିଜର ନ୍ୟୁନତାକୁ
ଘୋଡ଼ାଇବା ପାଇଁ ଭାରତୀୟ ଆଧ୍ୟାତ୍ମିକତା
ଆଦିର ଆସ୍ଫାଳନ ମଧ୍ୟ
କରାଯାଏ । ଭାରତୀୟ ଧର୍ମ ଓ ଦର୍ଶନକୁ
ୟୁରୋପୀୟ ଚିନ୍ତାର ଛାଞ୍ଚରେ
ବ୍ୟାଖ୍ୟା କରିବାକୁ ଚେଷ୍ଟା
କରାଯାଏ । ହଜାର ହଜାର ବର୍ଷ ପୂର୍ବର
ଏକ ମୃତ ସଭ୍ୟତା ଓ ପ୍ରଚଳିତ ଏକ
ଶକ୍ତିଶାଳୀ ସଭ୍ୟତାର ମିଶ୍ରଣ
କେବେହେଲେ ସମ୍ଭବପର ନୁହେଁ ।
ଏହା ଏକ ଛଳନା ମାତ୍ର । ଅସଲ
କଥା ହେଲା ବିଦେଶୀ
ସଭ୍ୟତା,
ସଂସ୍କୃତି
ଓ ଭାଷା ପ୍ରତି ଆନୁଗତ୍ୟ ।
ଏ
ସମ୍ପର୍କରେ ଆହୁରି ଏକ ଐତିହାସିକ
ଉଦାହରଣ ଦେବା ଠିକ୍ ହେବ । ରାମମୋହନ
ରାୟଙ୍କର ପ୍ରାୟ ସମସାମୟିକ
ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ମଧ୍ୟ
ଗାନ୍ଧୀଙ୍କ ପରି ଭାରତୀୟ ବୁଦ୍ଧିଜୀବୀ
ଦ୍ୱାରା ଅବହେଳିତ । ରାମମୋହନଙ୍କଠାରୁ
ଅଧିକ ବଳିଷ୍ଠ ଚରିତ୍ରର,
ଅଧିକ
ମୌଳିକ ଓ ସ୍ୱାତନ୍ତ୍ର୍ୟପୂର୍ଣ୍ଣ
ବ୍ୟକ୍ତିତ୍ୱର ଅଧିକାରୀ
ହୋଇ ସୁଦ୍ଧା ଭାରତୀୟ ବା ବଙ୍ଗାଳୀ
ସଂସ୍କୃତିର ଅଭ୍ୟୁଦୟରେ
ତାଙ୍କର ସ୍ଥାନ ଅତି ମ୍ଳାନ ଓ
ବଙ୍ଗଳା ବାହାରେ ସେ ପ୍ରାୟ ଅପରିଚିତ
। ଏହାର କାରଣ ଆକସ୍ମିକ ନୁହେଁ ।
କାରଣ ତାଙ୍କଠାରୁ ନିମ୍ନ
ପ୍ରତିଭାର ବହୁ ବ୍ୟକ୍ତି ବଙ୍ଗଳାରେ
ଜନ୍ମି ଭାରତ ବିଖ୍ୟାତ ହୋଇଛନ୍ତି
। ତଥା,
ନିଜ
ପ୍ରଦେଶର ପ୍ରତିଭାକୁ ଚାରିଆଡ଼େ
ପ୍ରଚାର କରିବା ବିଷୟରେ ବଙ୍ଗାଳୀ
ବୁଦ୍ଧିଜୀବୀ ଭାରତରେ ସର୍ବାପେକ୍ଷା
ଦକ୍ଷ ।
ଗାନ୍ଧିଜୀଙ୍କର
ଖଦୀ, ରାଷ୍ଟ୍ରଭାଷା
ଓ ହରିଜନ ଆନ୍ଦୋଳନର
ବହୁପୂର୍ବରୁ,
ଗାନ୍ଧୀଙ୍କ
ପରି ବିଶଦ ଓ ପୂର୍ଣ୍ଣଭାବରେ ନହେଲେ
ସୁଦ୍ଧା ପ୍ରତୀକ ଭାବରେ ଓ ଅଦମ୍ୟ
ବଳିଷ୍ଠତାର ସହ ଈଶ୍ୱରଚନ୍ଦ୍ର
ଚପଲ-ଜୋତା
ସଙ୍ଘର୍ଷ,
ବିଧବା
ବିବାହ ଆନ୍ଦୋଳନ ଓ
ବିଶ୍ୱବିଦ୍ୟାଳୟର ଚରମ ପର୍ଯ୍ୟନ୍ତ
ବଙ୍ଗଳା ମାଧ୍ୟମରେ ଶିକ୍ଷା ଦାବି
ଜରିଆରେ ସାମାଜିକ ସମାନତାର ବିପ୍ଳବ
ଠିଆ କରିବା ଓ ପୁରାତନ ସାମାଜିକ
ମୂଲ୍ୟ ବିରୁଦ୍ଧରେ ବିଦ୍ରୋହ
କରିବା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ
ସଭ୍ୟତା ପ୍ରତି ଆନୁଗତ୍ୟର ମଧ୍ୟ
ସିଧାସଳଖ ପ୍ରତିରୋଧ କରିଥିଲେ
। ଏଥିପାଇଁ ତାଙ୍କର ଐତିହାସିକ
ମହତ୍ତ୍ୱକୁ ବୁଝିବା
କଠିନ ହୋଇଛି । ବିଦ୍ୟାସାଗରଙ୍କୁ
ଜଣେ ଦାନଶୀଳ ପଣ୍ଡିତ ଛଡ଼ା ଅନ୍ୟରୂପେ
ବହୁତ କମ୍ ଲୋକ ଜାଣନ୍ତି ।
ଅଥଚ, ପଶ୍ଚିମର
ସଂସ୍କୃତି ଓ ଇଂରାଜୀ ଶିକ୍ଷାର
ସ୍ୱାଗତରେ ଅଭିଭୂତ ହୋଇ ପଡ଼ିଥିବା
ବହୁବ୍ୟକ୍ତିଙ୍କୁ ଆଜି ଭାରତୀୟ
ନବଚୈତନ୍ୟର ପିତା ବୋଲି ଆମର
ଔତିହାସିକମାନେ କହନ୍ତି
। ଇଂରାଜୀ ମାଧ୍ୟମ ଓ ଇଂରାଜୀ
ପୋଷାକ ପ୍ରତି ବିରୋଧ ବୋଧହୁଏ
ବିଦ୍ୟାସାଗରଙ୍କର ଖ୍ୟାତିରେ
ପ୍ରତିବନ୍ଧକ ହୋଇଛି ।
ବିଦ୍ୟାସାଗର
ଓ ଗାନ୍ଧୀ ଯେଉଁ ଉଦ୍ୟମର
ପ୍ରତିନିଧିତ୍ୱ କରନ୍ତି ତାହା
ପୁରାତନ ସଭ୍ୟତାର ମୂଲ୍ୟ ବ୍ୟବସ୍ଥାକୁ
ଆକ୍ରମଣ କରିବା ସଙ୍ଗେ ସଙ୍ଗେ
ପ୍ରଚଳିତ ସଭ୍ୟତା ଦ୍ୱାରା ଅଭିଭୂତ
ହୋଇନାହିଁ । ଏପରି ମନୋଭାବର ଏକ
ବିଶିଷ୍ଟ ପରିଣାମ ହୋଇପାରେ
ସମ୍ମୁଖସ୍ଥ ସବୁ ସମସ୍ୟାକୁ ନୂଆ
ଦୃଷ୍ଟିରେ ସମାଧାନ କରିବାକୁ
ଚେଷ୍ଟା କରି ନୂଆ ସଂସ୍କୃତି ଆଡ଼କୁ
ଅଗ୍ରସର ହେବା । ଆମର ଦୁର୍ଭାଗ୍ୟ
ଯେ ମୌଳିକତାର ଏହି ବଳିଷ୍ଠ ଉତ୍ସକୁ
ଭାରତୀୟ ବୁଦ୍ଧିଜୀବୀମାନେ
ଏପର୍ଯ୍ୟନ୍ତ ଅବହେଳାର ବାଲିବନ୍ଧ
ଦ୍ୱାରା ରୁଦ୍ଧ କରି ରଖିଛନ୍ତି
। ସେମାନେ ପ୍ରବାହିତ ହୋଇ ଚାଲିଛନ୍ତି
ଏକ ସହଜ ଧାରାର ସୁଅରେ -
ଯେଉଁ
ପରମ୍ପରାର ପ୍ରତିନିଧି ହିସାବରେ
ରାମମୋହନ ରାୟ,
ମୋତିଲାଲ୍
ନେହେରୁ ଓ ଶ୍ରୀ ରାଧାକୃଷ୍ଣନ୍
ପ୍ରଭୃତିଙ୍କୁ ନିଆଯାଇପାରେ ।
ଏଭଳି
ଐତିହାସିକ ଅବତାରଣାର ତାତ୍ପର୍ଯ୍ୟ
ଏହି ଯେ ଆଧୁନିକ ଭାରତୀୟ ବୁଦ୍ଧିଜୀବୀ
ଶ୍ରେଣୀର ନିଷ୍ଫଳତା ବିଚାର
କଲାବେଳେ ତାହାର ପାରିପାର୍ଶ୍ୱିକ
ସଙ୍କଟକୁ ମଧ୍ୟ ବିଶ୍ଳେଷଣ କରିବା
ଦରକାର । ବୁଦ୍ଧିଜୀବୀ ଶୂନ୍ୟରେ
ବୁଦ୍ଧିର ପ୍ରୟୋଗ କରେନାହିଁ ।
ଯୁଗ ଓ ସମାଜର ସମସ୍ୟା ଉପରେ ତାହାର
ବୁଦ୍ଧିର ପ୍ରୟୋଗ ହୁଏ ।
ଏହି ପ୍ରୟୋଗର ପ୍ରଭାବ ଓ ଫଳଦ୍ୱାରା
ହିଁ ତାହାର ସାର୍ଥକତା ପ୍ରମାଣିତ
ହୋଇପାରେ । ଭାରତୀୟ ସମାଜ ଆଗରେ
ଗତ ଦେଢ଼ଶହ ବର୍ଷ ଧରି ଯେଉଁ ସଭ୍ୟତା,
ସଂସ୍କୃତି,
ରାଜନୀତି
ଓ ଅର୍ଥନୀତିର ସମସ୍ୟା ଦେଖାଦେଇଛି
ମୋଟ ଉପରେ ତାହା ଏକ ଜଡ଼ତାଗ୍ରସ୍ତ
ପ୍ରାଚୀନ ସମାଜର ର୍ବମାନ ଦାରିଦ୍ର୍ୟ,
ଅନ୍ଧକାର
ଓ କ୍ଷୁଦ୍ରତାରୁ ଉଠି ଆଧୁନିକ
ପୃଥିବୀରେ ପ୍ରଭାବଶାଳୀ ହେବା
। ଏହି ସମସ୍ୟାର ସମାଧାନ ପାଇଁ
ଚାରି ରକମର ଚେଷ୍ଟା ହୋଇଛି ।
ଏକ
ଦିଗରେ ଆର୍ଯ୍ୟସମାଜର ଆର୍ଯ୍ୟ
ସଂସ୍କୃତି ନାମରେ ପ୍ରାଚୀନ
ସଂସ୍କୃତିର ପୁନରୁତ୍ଥାନ,
ଅନ୍ୟ
ଦିଗରେ ପାଶ୍ଚାତ୍ୟ ସଭ୍ୟତାର
ଅନୁକରଣ,
ତୃତୀୟରେ
ପୁରାତନ ଓ ନୂତନର ଅପମିଶ୍ରଣ ଓ
ଚତୁର୍ଥରେ ମୂଲ୍ୟ-ବ୍ୟବସ୍ଥା
ପ୍ରତି ଘୋର ବିରୋଧ ସଙ୍ଗେ ସଙ୍ଗେ
ପାଶ୍ଚାତ୍ୟ ଆଦର୍ଶର ମଧ୍ୟ ପ୍ରତିରୋଧ
। ଶେଷୋକ୍ତ ଶ୍ରେଣୀ ଈଶ୍ୱରଚନ୍ଦ୍ର
ବା ଗାନ୍ଧୀଙ୍କ ଭଳି ଅତି ଅଳ୍ପଲୋକଙ୍କ
ମଧ୍ୟରେ ନିବଦ୍ଧ ହେଲେ ସୁଦ୍ଧା
ଏକ ବଳିଷ୍ଠ ମଞ୍ଜି ହୋଇ ଆମ ସମାଜରେ
ବଞ୍ଚି ରହିଛି ।
ପୁନରୁତ୍ଥାନବାଦୀଙ୍କର ସଂଖ୍ୟା
ଭାରତରେ ଅଳ୍ପ ନହେଲେ ସୁଦ୍ଧା
ବିଜ୍ଞାନ କ୍ଷେତ୍ରରେ କେତେକ
ପ୍ରତିକ୍ରିୟାଶୀଳ ଅନୁଷ୍ଠାନର
ସମର୍ଥନ ଛଡ଼ା ଏହାର ଅନ୍ୟ କୌଣସି
ନୀତି ନାହିଁ । କିନ୍ତୁ ପରୋକ୍ଷଭାବରେ
ଭାରତୀୟ,
ବିଶେଷତଃ
ହିନ୍ଦୁ ମନରେ ଏହାର ପ୍ରଭାବ ଅତି
ବେଶୀ । ପ୍ରତ୍ୟେକ
ହିନ୍ଦୁ ବୋଧହୁଏ ନିଜର ଦୁର୍ବଳ
ମୁହୂର୍ତ୍ତରେ ଏହି
ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ
ହୋଇଥାଏ ।
ଅନ୍ୟ
ଦୁଇଶ୍ରେଣୀକୁ ଅଲଗା ନକରି ଏକାଠି
କରିବା ଠିକ୍ ହେବ,
କାରଣ
ଯେଉଁମାନେ ପ୍ରାଚୀନ ଭାରତୀୟ
ସଂସ୍କୃତି ଓ ପାଶ୍ଚାତ୍ୟ ସଭ୍ୟତାକୁ
ଏକତ୍ରିତ କରିବା ଚାହାନ୍ତି ସେମାନେ
କଥାରେ ଆକର୍ଷକ,
କିନ୍ତୁ
କାମରେ ଅସମ୍ଭବ କାର୍ଯ୍ୟ କରିବାକୁ
ଭାବୁଛନ୍ତି । ଶ୍ରୀ ରାଧାକ୍ରିଷ୍ଣନଙ୍କ
ଭଳି ଲେଖିଲା ବେଳେ ପ୍ରାଚୀନ
ସଂସ୍କୃତିର ଗୁଣଗାନ କରି ପଶ୍ଚିମା
ଲୋକଙ୍କ ମନକୁ ପାଇଲା ଭଳି ବହି
ଲେଖନ୍ତି ଓ ପ୍ରତ୍ୟକ୍ଷ
ଭାବରେ ଉପରାଷ୍ଟ୍ରପତି ଭଳି
ସାରଶୂନ୍ୟ,
ବିଳାସ
ଓ ଆୟାସର ପଦବୀ ଗ୍ରହଣ କରି ସମାଜକୁ
ଗତାନୁଗତିକ ଢଙ୍ଗରେ ପାଶ୍ଚାତ୍ୟ
ସଭ୍ୟତାର ଅନୁକରଣ ପଥରେ ଛାଡ଼ି
ଦିଅନ୍ତି ।
କମ୍ୟୁନିଷ୍ଟ
ଆଦର୍ଶପନ୍ଥୀଙ୍କୁ ଏଠାରେ ଅଲଗା
କରାଯାଇନାହିଁ,
କାରଣ
ସେମାନଙ୍କର ରାଜନୈତିକ ପଦ୍ଧତି
ଅଲଗା ହେଲେ ସୁଦ୍ଧା ସେମାନେ
ପାଶ୍ଚାତ୍ୟ ସଭ୍ୟତାର ହିଁ ଅଙ୍ଗ
- ଠିକ
ଯେପରି ଫାଶିଷ୍ଟ୍,
ସୋସିଆଲ୍
ଡେମୋକ୍ରାଟ୍ ବା ରକ୍ଷଣଶୀଳ
ରାଜନୈତିକ ପଦ୍ଧତି ହିସାବରେ
ପୃଥକ ପୃଥକ ହେଲେ ସୁଦ୍ଧା ସଭ୍ୟତା
କ୍ଷେତ୍ରରେ ଏକ । ଭାରତର ଯେଉଁ
ବୁଦ୍ଧିଜୀବୀମାନେ କମ୍ୟୁନିଷ୍ଟ୍
ପ୍ରେରଣା ଦ୍ୱାରା ପୁଷ୍ଟ,
ସେମାନେ
ଏହି ପାଶ୍ଚାତ୍ୟ ଅନୁକରଣ ଶ୍ରେଣୀରେ
ହିଁ ଅନ୍ତର୍ଭୁକ୍ତ ହେବେ । ଏହି
ତିନି ପ୍ରକାରର ଲୋକଙ୍କୁ ଏକାଠି
କରିବାରେ ଯେ କିଛି ତ୍ରୁଟି ନାହିଁ
ତାହା ଆମ ଦେଶର ଶାସନକଳ ଓ ବିଭିନ୍ନ
ଅନୁଷ୍ଠାନ ଉପରେ ଆଖି ପକାଇଲେ
ଜଣାଯିବ । ଭାରତର ବିକାଶ ପାଇଁ
ଯେତେସବୁ ଆର୍ଥିକ,
ବୌଦ୍ଧିକ
ଓ ସାଂସ୍କୃତିକ ଯୋଜନା କାର୍ଯ୍ୟକାରୀ
ହୋଇ ଚାଲିଛି ସେ ସବୁର ଏମାନେ ସମାନ
ଭାବରେ ସମର୍ଥକ । ତଥା,
ସାହିତ୍ୟ
ଏକାଡ଼େମୀ ପ୍ରଭୃତି ଏଭଳି ଯେତେ
ଅନୁଷ୍ଠାନ ଅଛି ସବୁଠାରେ ଏମାନଙ୍କୁ
ସମାନ ସଂଖ୍ୟାରେ ଦେଖିବାକୁ ମିଳେ
।
ତେଣୁ,
ଅବାସ୍ତବ
ପୁନରୁତ୍ଥାନବାଦୀ ଓ ଲୁପ୍ତପ୍ରାୟ
ସଙ୍କୀର୍ଣ୍ଣ
ଗାନ୍ଧିବାଦୀଙ୍କୁ ଛାଡ଼ିଦେଲେ
ଆମ ଦେଶର ବୁଦ୍ଧିଜୀବୀ କହିଲେ
ପ୍ରକୃତରେ ଏହିମାନେ -
ଯେଉଁମାନେ
ପାଶ୍ଚାତ୍ୟ ସଭ୍ୟତାର ଛାଞ୍ଚରେ
ଭାରତୀୟ ସମାଜର ସମାଧାନ ଚାହାନ୍ତି
। ଏମାନେ କେବଳ ପ୍ରତିନିଧି ନୁହନ୍ତି,
ପ୍ରତିଷ୍ଠିତ
ମଧ୍ୟ । ସାହିତ୍ୟ ସଭାରେ,
ବିଜ୍ଞାନ
ଗବେଷଣାଗାରରେ,
ସାଂସ୍କୃତିକ
ମଣ୍ଡଳୀରେ,
କଳା
ପ୍ରଦର୍ଶନୀରେ,
ରାଜନୈତିକ
କ୍ଷମତାରେ,
ଅର୍ଥନୈତିକ
ଯୋଜନାରେ ଓ ବିଦ୍ୟାଳୟମାନଙ୍କରେ
ଏହିମାନେ ହିଁ ନେତା ଓ କର୍ମୀ ।
ପତ୍ରପତ୍ରିକାରେ,
ଦେଶ
ବିଦେଶରେ ଏହିମାନଙ୍କ ମତାମତ ହିଁ
ଭାରତ ପକ୍ଷରୁ ପ୍ରକାଶିତ ହୁଏ ।
ସାଧାରଣ ଜୀବନ ଉପରେ ବୁଦ୍ଧିଜୀବୀର
ଯେଉଁ ପ୍ରଭାବ ପଡ଼ିବାର କଥା ତାହା
ଏହିମାନଙ୍କଠାରୁ ହିଁ ନିଃସୃତ
ହେଉଛି ।
No comments:
Post a Comment