Living in Bhubaneswar
Thursday, December 22, 2016
ଓଡ଼ିଆ ସିନେମା ଗୀତ - 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର'
ଗୀତର ୟୁଟ୍ୟୁବ ଲିଙ୍କ -https://www.youtube.com/watch?v=NFl305Ndnz4
ଫଟୋ କ୍ରେଡ଼ିଟ - music.fullodisha.com
ଚଳଟିତ୍ର - ସିନ୍ଦୁରବିନ୍ଦୁ (୧୯୭୬)
ସଙ୍ଗୀତ - ପ୍ରଫୁଲ୍ଲ କର
ଗାୟନ - ଚିତ୍ତ ଜେନା
ଗୀତିକାର - ପ୍ରଫୁଲ୍ଲ କର
ମୋ' ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର,
ମୋ' ପ୍ରିୟାଠାରୁ କିଏ ଅଧିକ ଗୁଣର,
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ,
ମୁଁ ଏକା ତୁମର, ମୁଁ ଏକା ତୁମର ।
ଯା' ମନରେ ହସେ ଖାଲି ମମତାର ଫୁଲ,
ଯା' ଦରଦ ଝରିପଡ଼େ ହୋଇ ଶତଦଳ,
ଏଡ଼ିକି ଅବୁଝା ଝିଅ ବୁଝେନା ସେ ଫୁଲ ଗନ୍ଧେ,
ମୁଁ ଆଜି ବିଭୋର, ମୁଁ ଆଜି ବିଭୋର ।
ଯା' ମନରେ ଲେଖା ମୋର ପୁଣ୍ୟ ଜୀବନର,
ଯା' ଲୁହରେ ଧୋଇ ଯାଏ ପାପ ଯେତେ ମୋର,
ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ,
ମୋ' ପାପପୁଣ୍ୟର, ମୋ ପାପପୁଣ୍ୟର ।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment