କଟକରୁ ବାଗଲପୁର
(ଶିକ୍ଷାସନ୍ଧାନ ଛାପିଥିବା ଜଗନ୍ନାଥ ଦାସଙ୍କର ଆତ୍ମଜୀବନୀ ‘ସ୍ମୃତିରୁ ଖିଏ’ରୁ ସଙ୍ଗୃହିତ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଜଗନ୍ନାଥ
ଦାସ
କିଏ
ବୋଲି
କହିଲେ
ଏବେ
ବୋଧେହୁଏ
ଅଧିକାଂଶ
ଲୋକେ
ଜାଣିବେ
ନାହିଁ
।
ହେଲେ
ତାଙ୍କର
ପରିଚୟ
ଅନେକ
।
ପ୍ରଥମ
ପରିଚୟ
ଜଣେ
ସ୍ୱାଧୀନତା
ସଙ୍ଗ୍ରାମୀର
।
ତାଙ୍କର
ଘର
ଏବେର
ଜଗତସିଂହପୁର
ଜିଲ୍ଲାର
ପ୍ରସିଦ୍ଧ
ଗାଁ
ବାଗଲପୁର
।
ସ୍ୱାଧୀନତା
ଆନ୍ଦୋଳନ
ସମୟରେ
ବୀର
ଗାଁ
ବାଗଲପୁରର
ଆହୁରି
ଅନେକ
ଲୋକଙ୍କ
ପରି
ସେ
ମଧ୍ୟ
ଜେଲ
ଯାଇଥିଲେ
।
ଥରେ
ନୁହେଁ,
ଦୁଇଥର
।
ତା
ପରେ
ଅନୁଗୁଳର
ବାଜିରାଉତ
ଛାତ୍ରାବାସରେ
ମଧ୍ୟ
ସେ
ଅନେକ
ଗୁରୁତ୍ତ୍ୱପୂର୍ଣ୍ଣ
ଭୂମିକା
ତୁଲାଇଥିଲେ
।
ବିଲୁଆଖାଇ
ଜୋର
ଓ
ଦେବୀ
ନଦୀର
ଟାପୁ
ବାଇଶି
ମଉଜା
ଅଞ୍ଚଳରେ
ଏହା
ଅବସ୍ଥିତ
।
ଉର୍ବର
ଜମି
।
ହେଲେ
ତିନି
ପୁରୁଷ
ତଳେ
ଗମନାଗମନର
ବଡ଼
ଅସୁବିଧା
ଥିଲା
।
ସ୍ୱାଧୀନତା
ଆନ୍ଦୋଳନରେ
ନିଜର
ଅବଦାନ
ଓ
ବଳିଦାନ
ପାଇଁ
ବାଗଲପୁର
ଗାଁଟି
ପ୍ରସିଦ୍ଧ
।
ଗାଁରେ
ଅନ୍ୟ
ଅନେକ
ଜାତିର
ଲୋକେ
ରହୁଥିଲେ
ହେଁ
ଏହାକୁ
ପ୍ରତିଷ୍ଠା
କରିଥିଲେ
କରଣମାନେ
।
ଏଣୁ
ଅନେକ
ଏହାକୁ
ଏକ
କରଣ
ଗାଁ
ବୋଲି
ଗଣନ୍ତି
।
ଜଗନ୍ନାଥ
ବାବୁ
ନିଜେ
କରଣ
।
ଅନେକ
ଅନ୍ୟ
କରିଣିଆଙ୍କ
ପରି
ଜଗାବାବୁଙ୍କ
ବାପା
ମୟୁରଭଞ୍ଜ
ରଜାଘରେ,
ବନାଧିକାରୀ
ଭାବରେ
ଚାକିରୀ
କରି
ପେଟ
ପୋଷୁଥିଲେ
।
ଏଣୁ
ଦାସେ
ଆଜ୍ଞାଙ୍କର
ପିଲାଦିନ
କଟିଥିଲା
ବଣ
ଜଙ୍ଗଲ
ଘେରା
ମୁଲକରେ
।
ମାଟ୍ରିକି
ପାଠ
ପଢ଼ିବା
ପାଇଁ
ଜଗନ୍ନାଥ
ବାବୁ
ଆସିଲେ
କଟକ
ନଗର
।
ସ୍ୱାଧୀନତା
ଆଗର
କଥା
।
ପାଠ
ପାଇଁ
ନାମ
ଲେଖାଇଲେ
ସେତେବେଳର
ପ୍ରସିଦ୍ଧ
ଶିକ୍ଷାନୁଷ୍ଠାନ
ପ୍ୟାରୀମୋହନ
ଏକାଡ଼େମୀରେ
।
ନିଜ
ଗାଁର
କାହ୍ନୁ
ଭାଇ
(କାହ୍ନୁଚରଣ
ଦାସ)ଙ୍କ
ବସାରେ
ରହୁଥାଆନ୍ତି
।
ସେତେବେଳେ
ବାଗଲପୁରର
ଆଉ
ଜଣେ
ପ୍ରଥୀତଯଶା
ସନ୍ତାନ,
ଚିତ୍ତରଞ୍ଜନ
ଦାସ,
ମଧ୍ୟ
ସେହି
ବସାରେ
ରହୁଥାଆନ୍ତି,
ଆଉ
କିଛି
ଅନ୍ତେବାସୀମାନଙ୍କ
ସହ
।
ଛୁଟି
ଇତ୍ୟାଦି
ହେଲେ
ବସାର
ଲୋକେ
ଗାଁ
ଆଡ଼େ
ଯାତ୍ରା
କରନ୍ତି
।
ବାଟ
ବେଶୀ
ନୁହେଁ
।
ସେତେବେଳେ
ମାତ୍ର
ଏକୋଇଶି
ମାଇଲି
।
ମାତ୍ର
ଯିବାଆସିବା
କରିବା
ଭାରି
ଭୀଡ଼
।
ବେଳେବେଳେ
ସକାଳୁ
ସନ୍ଧ୍ୟା
ପୁରା
ଗୋଟାଏ
ଦିନ
ଚାଲିଯାଏ
।
କଟକରୁ
ରାଜ୍ୟର
ଅନେକ
ଆଡ଼କୁ
ସେ
ସମୟରେ
ନାଲିମାଟିଆ
ବାଟ
ଫିଟିସାରିଥାଏ
; ଜଗସିଙ୍ଗିପୁରୁକୁ
ମଧ୍ୟ
।
ହେଲେ
ସେ
ରାସ୍ତାର
ଅବସ୍ଥା
ଅନେକ
ଜାଗାରେ
ଖରାପ
।
କେବଳ
ଏହି
ରାସ୍ତା
ନୁହେଁ
।
ଓଡ଼ିଶାର
ସବୁ
ରାସ୍ତାର
ସେହି
ସମୟରେ
ପ୍ରାୟ
ଏହି
ଅବସ୍ଥା
।
ଭାରତର
କଲ୍ୟାଣ
ପାଇଁ
ଅସଭ୍ୟ
କଲାଲୋକଙ୍କର
ଶାସନର
କାଠିକର
ଦାୟିତ୍ତ୍ୱ
ତୁଲାଉଥିବା
ବିଲାତି
ସରକାର
କିନ୍ତୁ
ରାସ୍ତା
ବାର୍ଷିକ
ମରାମତି
କରନ୍ତି
ନାହିଁ
।
କଟକରୁ
ଅବଶ୍ୟ
ସେତେବେଳେ
ଜଗତସିଂହପୁରକୁ
ବସ
ଚାଲୁଥାଏ
।
ସେ
ବସ
ପୁଣି
କାଠ
ତିଆରି
।
ବସଗୁଡ଼ିକ
ସେ
ସମୟରେ
ଛୋଟ
।
ବସିବାର
ଜେଗା
ମାତର
ଏକ
କୋଡ଼ି
ଜନର
ଲାଗି
।
ବସର
ଆକାର
କୁଜି
ଗୁଣ୍ଠୁଣି
ହାତୀ
ପରି
।
ତାହାର
ଗତି
ମଧ୍ୟ
ଗୁଣ୍ଠୁଣି
ହାତୀ
ସମ
।
କଟକର
ଗୌରୀଶଙ୍କର
ପାର୍କଠାରୁ
ବସ
ଛାଡ଼େ
।
ସହର
ମଧ୍ୟରେ
ରେଳଟେସନ
ଓ
ମାଲଗୋଦାମ
ଦେଇ
ଗତି
କରେ
।
ବସ
ଛାଡ଼ିଲା
ବେଳେ
ସହର
ଭିତରୁ
ସେତେ
ବେଶୀ
ଲୋକ
ଚଢ଼ନ୍ତି
ନାହିଁ
।
ରେଳଟେସନରୁ
ଅନେକ
ଲୋକ
ଗାଡ଼ିରେ
ଚଢ଼ନ୍ତି
।
ବିଶେଷତଃ
କଲିକତିଆ
ଯାତ୍ରୀ
।
ଗାଡ଼ି
ସହର
ବାହାରେ
ଚକା
ପକେଇଲା
ବେଳକୁ
କୋଡ଼ିଏ
ଜଣଙ୍କ
ଜାଗାରେ
ଭରିହୋଇସାରିଥାଆନ୍ତି
ପଚାଶରୁ
ବି
ଅଧିକ
ଲୋକେ
।
ବେଶୀ
ଭୀଡ
କରନ୍ତି
ଓ
ଜେଗା
ନିଅନ୍ତି
କଲିକତିଆ
ଯାତିରି
।
ଛତା,
ଜୋତା,
ଲଣ୍ଠନ,
ବୋତଲ,
ଶିଶି,
ଆସବାସ
ପତର,
ବାକୁସ
ଇତ୍ୟାଦି
ମିଶି
ଗୋଟିଏ
ଲୋକର
ଛୋଟ
ଦୁନିଆଟିଏ
।
ବସ
ଭିତରର
ସଂକ୍ଷିପ୍ତ
ଆସର
ଭିତରେ
ଏପରି
ଅନେକ
ଦୁନିଆ
ପରସ୍ପର
ଭିତରେ
ଠେଲାପେଲା
ହୁଅନ୍ତି
।
କସରତ
କରି
ନିଜନିଜ
ପାଇଁ
ଜେଗା
ସଜିଲ
କରିନିଅନ୍ତି
।
ହେଲେ
ବିଚରା
ଲୋକଗୁଡ଼ିକ
ଚିପି
ହୋଇ
ପଥ
କିପରି
ସରିଯିବ
ସେ
ବିଷୟରେ
ନୀରବ
ଓ
ସରବ
ପ୍ରାର୍ଥନା
ଚଲାଉଥାଆନ୍ତି
।
କଟକ
ଓ
ଜଗସିଙ୍ଗିପ୍ରୁ
ବାଟରେ
ଅନେକ
ଖାଲଖମା
।
ବାଟରେ
ଶଗଡ଼
ଓ
ବସ
ଦ୍ୱାରା
ଅନେକ
ଲୋକ
ନିଇତି
ଯିବାଆସିବା
କରନ୍ତି
।
ହେଲେ
ରାସ୍ତା
ମରାମତି
ହୁଅନା
।
ବସ
ଯାଉଥିବା
ସମୟରେ
ଅନେକ
ସମୟରେ
ଖାତ
ଇତ୍ୟାଦିରେ
ପଡ଼ି
ଗାଡ଼ି
ଜଖମ
ହୁଏ
।
ଗାଡ଼ି
ଅଟକିଗଲେ
ଡ୍ରାଇଭର
ଆଜ୍ଞା
ଇଞ୍ଜିନ
ସଜାଡନ୍ତି
।
ଲୋକେ
ଓହ୍ଲାଇ
ଅପେକ୍ଷା
କରନ୍ତି
।
ଆଉ
ଗୋଟିଏ
ବସ
ଅଟକିଥିବା
ଗାଡ଼ିଟିକୁ
ଟପି
ଚାଲିଗଲେ,
ପ୍ରଚୁର
ଧୂଳି
ଉଡ଼େ
।
ଧୂଳିମାଟିରେ
ଗାଧୋଇ
ଲୋକଙ୍କ
ଦେହମୁହଁ
ମଧ୍ୟ
ନାଲି
ରଙ୍ଗ
ହୁଏ
।
ଯାତ୍ରାର
ସନ୍ତକ
ମିଳେ
।
ବେଳେବେଳେ
ବସରୁ
ଓହ୍ଲାଇ
ଗାଡ଼ି
ଠେଲିବାକୁ
ମଧ୍ୟ
ହୁଏ
।
ବାଗଲପୁର
ଯିବା
ଲୋକ,
ଅଣଖିଆ
ପାଖରେ
ଓହ୍ଲାନ୍ତି
।
ସେଇଠୁ
ବିଲରାସ୍ତାରେ
ଅନେକ
ବାଟ
ଯାଇ
ତାହା
ପରେ
କେନାଲବନ୍ଧକୁ
ଯାତିରି
ଉଠନ୍ତି
।
କେନାଲ
ବନ୍ଧରେ
ଅଛି
ଦଣ୍ଡିଲ
ଗାଁ
।
ସେଇ
ଗାଁ
ପାଖରେ
କେନାଲ
ଉପରେ
ଗୋଟିଏ
କାଠ
ପୋଲ
ଥିଲା
।
ଲୋକେ
ଆଗେ
ତାକୁ
ପାରହୁଅନ୍ତି
।
କେନାଲ
ଟପି
ସାରିଲା
ପରେ
ଶୁଖିଲା
ଅଳକା
ନଦୀକୁ
ପାର
ହେବାକୁ
ପଡ଼େ
।
ତାହା
ପରେ
ପୁଣି
ଆଉ
ଥରେ
ଶାଖା
କେନାଲର
ବନ୍ଧ
ଉପରେ
ଉପରେ
ଆସି
ବିଲୁଆଖାଇ
ନଈକୂଳର
ବନ୍ଧକୁ
ଲୋକେ
ଆସି
ଢ଼ୁକନ୍ତି
।
ତାହା
ପରେ
ସାଧାରଣତଃ
କ୍ଷୀଣସ୍ରୋତା
ବିଲୁଆଖାଇ
ଜୋର
ଭିତର
ଦେଇ
ଥିବା
ରାସ୍ତା
ଦେଇ
ଲୋକେ
ପହଞ୍ଚନ୍ତି
ବାଇଶି
ମଉଜାର
ଟାପୁ
ଭିତରେ
କେତେବେଳେ
ଢୁଳାଉଥିବା
ଓ
କେତେବେଳେ
ଆଧୁନିକତାର
ଉଦବେଳନରେ
ଉଛୁଳୁଥିବା
ଗାଁ
ବାଗଲପୁର
।
ଧୂଳି
ନଖାଇବାକୁ
ଚାହୁଁଥିବା
ଲୋକଙ୍କ
ପାଇଁ
ଅବଶ୍ୟ
ବିକଳ୍ପ
ବାଟ
ଥାଏ
- ନୌଯାତ୍ରାର
।
ବ୍ୟବସ୍ଥା
ହେଲା
କେନାଲ
ଉପରେ
ପହଁରି
କରି
ଯାଉଥିବା
ଟଣା
ଡ଼ଙ୍ଗାର
।
ନୂଆବଜାର
ଏରିଆରୁ
ଏହି
ଡଙ୍ଗା
ସବୁ
ଛାଡ଼େ
।
କଟକରୁ
ଛାଡ଼େ
ପ୍ରାତକାଳରେ,
ଆଠଟା
ବେଳେ
।
ଜଗସିଙ୍ଗପ୍ରୁରେ
ପହଞ୍ଚୁ
ପହଞ୍ଚୁ
ସନ୍ଧ୍ୟା
ହୋଇଯାଏ
– ପୂରା
ଦିନଟା
ଯାଏ
ଯାତ୍ରାରେ
।
ବସିବାର
ବ୍ୟବସ୍ଥା
ସାଧାରଣ
।
ପଛପାରିବା
ପାଇଁ
ଡଙ୍ଗା
ଉପରେ
ପଡ଼ିଥାଏ
ପଟା
।
ସେହିପରି
ଖରାବରଷା
ଦାଉରୁ
ବଞ୍ଚିବା
ପାଇଁ
ଉପରେ
ଛାଉଣି
ହୋଇଥାଏ
ପଟାର
ପାଲ
।
ଏଇ
ପାଲ
ଉପରେ
ଯାତ୍ରୀମାନଙ୍କର
ଜିନିଷପତ୍ର
ରଖା
ହୋଇଥାଏ
।
ଡଙ୍ଗାରେ
ପୂରା
ଦିନଟା
ଖାଲିଟାରେ
ବସିରହିବା
ଭାରି
ଦିକିଦାରିଆ
।
ବସି
ବସି
ଦିହ
ଆସକାତିଆ
ମାରିଯାଏ
।
ଖୁଜୁବୁଜିଆ
ଲାଗେ
।
କେନାଲ
କୂଳରେ
ଗୁଡ଼ିଆଙ୍କର
ଦୋକାନ
।
ଦୋକାନ
ବୋଇଲେ
ଛଣଛାଉଣି
କୁଡ଼ିଆ
ମାତର
।
ବାରଣ୍ଡାରେ
ଥାଏ
ପଟା
।
ପଟା
ଉପରେ
ଥୁଆ
ହୋଇଥାଏ
ଲଡ଼ୁ,
ଜିଲାପି
ଓ
ଅନ୍ୟାନ୍ୟ
ଖାଇବା
ସାମଗ୍ରୀ
।
ଚାଳିଆ
ଭିତରେ
ଗୁଡ଼ିଆ
ବାପୁଡ଼ା
ରଖିଥାଏ
ଚୁଡ଼ା
ଓ
କନ୍ଦ
ଇତ୍ୟାଦି
ଖାଇବା
ଦରବ
।
ଚାଳରୁ
ଲଟକୁଥାଏ
ସୁଆଦିଆ
ପାଚିଲା
ପାଟକପୁରା
ରମ୍ଭାଫଳ
।
ବହୁତ
ଲୋକ
ବିରକତ
ହେଲେ
ଡଙ୍ଗା
ଗୁଡ଼ିଆ
ଦୋକାନ
ପାଖରେ
ଅଟକେ
।
ଲୋକେ
ଚଲାବୁଲା
କରି
ଗୋଡ଼ହାତର
ପରାଶ
ମାରନ୍ତି
।
ଭୋକଲାଗୁଥିବା
ଲୋକେ
ଗୁଡ଼ିଆ
ଦୋକାନରେ
ଯାଇଁ
ଢ଼ୁକନ୍ତି
।
ଗୁଡ଼ିଆ
କଂସା
ବାସନରେ
ଚୁଡ଼ା,
ଗୁଡ଼
ଓ
କନ୍ଦ
ରଖି
ବଢ଼ାଇ
ଦିଏ
।
ଚକଟି
ଖାଇବା
ଦାୟିତ୍ତ୍ୱ
ଗରାଖର
।
ଶସ୍ତା
ଓ
ସୁନ୍ଦର
ଜଳଖିଆ
।
କଂସାଏ
ଚୁଡ଼ାଗୁଡ଼
ପେଟରେ
ପଡ଼ିଲେ
ଓଳିକର
ପେଟକଷ୍ଟ
ମେଣ୍ଟାଏ
।
ଡଙ୍ଗାରେ
ଯାତ୍ରାର
କଷ୍ଟର
ମରାଜ
କିଛି
ଦୂରକରେ
।
ଡଙ୍ଗାରେ
ବେଶୀ
ସମୟ
ଲାଗେ
।
ଗୋଡ଼ହାତ
ସ୍ଥିର
ରହିରହି
ଝିମଝିମ
ଲାଗେ
।
ବିଲୁଆଖାଇ
ନଈରେ
ଅନେକ
ସମୟରେ
ବନ୍ୟା
ହୁଏ
।
ନଈରେ
ବାଲି
ବେଶୀ
।
ପଟୁ
ବା
ପଙ୍କ
କମ
।
ବନ୍ୟା
ହେଲେ
ଜମିମାନଙ୍କରେ
ବାଲି
ମାଡ଼ିଯାଏ
।
ଅଞ୍ଚଳର
ଅନେକ
ଜମିରେ
ଏହିପରି
ଭାବରେ
ବିଲୁଆଖାଇ
ନଈର
ବାଲି
ମାଡ଼ି
ଜେଗାଟିର
ନାମ
ବାଲିଆ
।
ବାଲିଆରେ
ଗୋଟି
ବଡ଼
ହାଟ
ବସେ
।
।
ଏଇ
ବାଲିଆ
କେନାଲ
ଉପରେ
ଥିଲା
ଏକ
କାଷ୍ଠନିର୍ମିତ
କ୍ଷୁଦ୍ର
ସେତୁ
।
କେନାଲରେ
ଅନେକ
ସମୟରେ
ଥାଏ
ବିପୁଳ
ଜଳରାଶି
।
କେନାଲ
ଦୁଇ
ତଟରେ
ପୁନାଙ୍ଗ
ବୃକ୍ଷର
ଶୋଭାଯାତ୍ରା
।
ପୋଲ
ଉପରେ
ଠିଆହେଲେ
ଆଖି
ପୂରିଯାଏ
।
ଦୃଶ୍ୟଟିକୁ
ବାରମ୍ବାର
ଦେଖିବାକୁ
ଇଚ୍ଛା
ହୁଏ
।
ବାଲିଆ
ପାଖରେ
ବିଲୁଆଖାଈ
ଟପିଗଲେ
ହେଇ
ସେ
ପାରି
ଜଗା
ବାବୁଙ୍କର
ଗାଁ
- ବାଗଲପୁର
।
(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୧ତମ ସଂଖ୍ୟାରେ ପ୍ରକାଶିତ)
No comments:
Post a Comment