Living in Bhubaneswar
Sunday, December 18, 2016
ଓଡ଼ିଆ ସିନେମା ଗୀତ - 'ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା
'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=ZVGESS2mMnc
ଗାୟିକା ତୃପ୍ତି ଦାସ
ଚଳଚିତ୍ର - ଅଦିନ ମେଘ (୧୯୭୦)
ସଙ୍ଗୀତ - ବାଳକୃଷ୍ଣ ଦାଶ
ଗୀତ - ଗୌରାଙ୍ଗ ସାମନ୍ତରାୟ
କଣ୍ଠ - ତୃପ୍ତି ଦାସ
ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା,
ତୋ ଆଗେ କହିଦେବି କହିଲି ବୋଲି ଆଜି,
କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ।
ସକାଳୁ ଉଠି ଦାନ୍ତ ନ ଘଷି, ଚା ପିଅନ୍ତି ପଲଙ୍କେ ବସି,
ମୁଁ ଟିକେ ମାଗିବାରୁ ହୋଇଲେ ଗାରୁଗାରୁ,
କହିଲେ ଯା' ଯା'ରେ ଯା'ରେ ଦିଅର ଟୋକା ।
ଗାଧୋଇଗଲୁ ତୁ ଯେତେବେଳେ, ଚପଲ ପିନ୍ଧି ଭାତ ରାନ୍ଧିଲେ,
କହିଲେ ବୋଉ ଆଗେ କହିବନିଟି କେବେ,
କହି କାନ ମୋଡ଼ି ଛିଣ୍ଡାଇ ଦେବିଟି ଏକା ।
ଘର ଭିତରକୁ କାହିଁକି ଗଲେ ତେଲ ବୋତଲ ଝୁଣ୍ଟି ପଡ଼ିଲେ,
ଅଧକିଲ ତେଲ ଥିଲା ସବୁତକ ପଡ଼ିଗଲା,
ପାଣି ପକାଇ ଖରକି ଦେଲେ ସେ ଜାଗାଟା ।
କହିଲି ହେଲାଣି ଇସ୍କୁଲୁ ବେଳ, ଖାଇବାକୁ ଦିଅ ଯିବି ଚଞ୍ଚଳ,
ଗାଲକୁ ମୋ' ଚିପି ଦେଲେ ମନଇଚ୍ଚା ବକିଗଲେ,
କହିଲେ ରାନ୍ଧିଦେବ ଆଣୁନ ମାଇପ ଗୋଟା ।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment