Living in Bhubaneswar
Wednesday, December 21, 2016
ଓଡ଼ିଆ ସିନେମା ଗୀତ - 'ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=jD10rh93DPQ
ହରି ପ୍ରସାଦ ଚୌରାସିଆ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍
ଚଳଚିତ୍ର - ଗପ ହେଲେ ବି ସତ (୧୯୭୬)
ସଙ୍ଗୀତ - ଭୁବନ-ହରି (ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାସିଆ)
ଗାୟିକା - ସୁମନ କଲ୍ୟାଣପୁର
ଗୀତିକାର - ଗୁରୁକୃଷ୍ଣ ଗୋସ୍ୱାମୀ
ସାଥିରେ ଯା କହି,
ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ,
ମୋର ଏମିତି କେହି ନାହିଁ ଆସିବା ପାଇଁ,
ସାଥିରେ ।
ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଯ,
ତେବେ ବି ପକାଏ କିଏ ଆଲୁଅର ମୁରୁଜ,
ସେମିତି ଏ ମନ ତଳେ ମହୁଆ ଚମକ ଖେଳେ,
(ହାୟ) ନ ଲାଗି ତା' ଛୁଆଁ ଟିକକ ପାଇଁ ।
ଯେମିତିକା ଯାଏ ନଈ ଦରିଆ ଖୋଜି ଖୋଜି,
ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି,
ସେମିତି ଏ ମନଲତା ଖୋଜେ ଏକ ତରୁଶାଖା,
(ହାୟ) ଜୀବନ ସାରା ଲୋଟି ରହିବା ପାଇଁ ।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment