ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - କାହ୍ନୁ ପାଦାନମ୍
(ରାଗ ଦେଶାଖ)
କାହ୍ନୁପାଦଙ୍କର ଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ନଗର ବାହାରିରେ ଡୋମ୍ବି ତୋହରି କୁଡ଼ିଆ
ଛୋଇଁ ଛୋଇ ଜାଇସୋ ବ୍ରାହ୍ମଣ ନାଡ଼ିଆ ।
ଆଲୋ ଡୋମ୍ବି ତୋଏ ସମ କରିବ ମ ସାଙ୍ଗ
ନିଘଣ କାହ୍ନା କାପାଳି ଜୋଇ ଲାଙ୍ଗ ।
ଏକ ସେ ପଦୁମା ଚୌଷଠି ପାଖୁଡ଼ୀ
ତହିଁ ଚଡ଼ି ନାଚଅ ଡୋମ୍ବୀ ବାପୁଡ଼ୀ ।
ହାଲୋ ଡୋମ୍ବି ତୋ ପୁଚ୍ଛାମି ସଦଭାବେ
ଆଇଅସି ଜାସି ଡୋମ୍ବୀ କାହାରି ନାବେଁ ।
ତାନ୍ତ ବିକଅଣ ଡୋମ୍ବୀ ଆବର ମୋ ଚାଙ୍ଗିଡ଼ା
ତୋହୋର ଅନ୍ତରେ ଛାଡ଼ି ନଡ଼ ପେଡ଼ା ।
ତୁଲୋ ଡୋମ୍ବୀ ହାଁଉ କପାଳୀ
ତୋହୋର ଅନ୍ତରେ ମୋଏ ଘେନିଲି ହାଡ଼େରୀ ମାଳୀ ।
ସରବର ଭଞ୍ଜିଅ ଡୋମ୍ବୀ ଖାଅ ମୋଲାଣ
ମାରମି ଡୋମ୍ବୀ ଲେମି ପରାଣ ।
[ଶବ୍ଦାର୍ଥ : କାହ୍ନା - କାହ୍ନୁ; ଲାଙ୍ଗ - ଲଙ୍ଗଳା; ପଦୁମା - ପଦ୍ମ; ଚାଙ୍ଗିଡ଼ା - ଚାଙ୍ଗୁଡ଼ି; ନଡ଼ - ନଟ; ପେଡା - ପେଟିକା; ହାଁଉ - ମୁଁ; ମୋଲାଣ -ମୃଣାଳ]
ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି ସମ୍ପାଦିତ ପ୍ରାଚୀନ ଓଡ଼ିଆ କବିତାରୁ ଆହୃତ । ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡ଼େମୀ : ୧୯୮୪ ।
No comments:
Post a Comment