ରଘୁ ଅରକ୍ଷିତ ପଦାବଳୀ - ୩
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯଶୋଦା ବୋଲନ୍ତି ଆଗୋ ରାଇ
ଯମୁନା କେ କେ ଯିବ ଗୋ ଗାଧୋଇ ।
ଆଗେ ଯଶୋବନ୍ତୀ ପଛେ ରାଧିକା
ପୁଣି କେ ତୋତେ ଦେଲା ନୂଆ ବାହି ଶଙ୍ଖା ।
ଶଙ୍ଖା ଅଇରି ଆମ୍ଭର ବର ଗୋ ନଣନ୍ଦେ
ଶଙ୍ଖା ଅଇରି ଆମ୍ଭର ବର,
ନୂଆ ବାହି ଶଙ୍ଖା କେତେ ମାତର ।
ଯଶୋଦା ବୋଲନ୍ତି ଆଗୋ ଗୋ ଗୋଇ
ଶଙ୍ଖା ଅଇରିକି ବାଇ ହୋଇଲୁ ତୁହି ।
ସତେହେଂ କହୁନି ସପନେ କହୁ
ମୋ ଭାଇକି ତୁ ସୁଖ ନ ପାଉ ।
ଶଙ୍ଖା ଅଇରି ଅଇଲା ଆଜ ନିଶିର,
ଶଙ୍ଖା ପିନ୍ଧାଇଲା ମୋ ବେନି କର .
ଶଙ୍ଖାରି ନାମ ଦେବ ଚକ୍ରଧାରୀ
ଅର୍କ୍ଷିତ ରଘୁକୁ ରଖ ଶଙ୍ଖାରି ।
No comments:
Post a Comment