ଆଉ ଏଣିକିରେ ମନ
କବି - ଜଗନ୍ନାଥ ଦାସ
ବମ୍ବେର ଭିଣ୍ଡି ବଜାରର ଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆଉ ଏଣିକିରେ ମନ ଭୁଲୁ କାହିଁକି ?
ଉଡ଼ୁଛି କାଳ ଛଞ୍ଚାଣ ମନେ ନାହିଁକି ?
ଅଇରି ତୋ କଳ ପଣା ଛେଦିପକା ବେନି ଡେଣା
ଶୂନ୍ୟରେ ବାଜୁଛି ବୀଣୀ ଶୁଣା ନାହିଁକି ?
ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡାକହାକ
ହାଟ ସରିଲେ ବଣିକ ଆଉ ଥାଇ କି ?
ସୁନା ପଞ୍ଜୁରୀରେ ଶୁଆ ଦିନା କେତେ ନୂଆ ନୂଆ
ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି ?
ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
ଭ୍ରୁଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା
ହଜିଲେ ପରମ ସୁନା ଆଉ ପାଇକି ?
ଓ କାର ମଧ୍ୟରେ ଦେଖ ଓଲଟି ରହିଛି ହଂସ
କହେ ଜଗନ୍ନାଥ ଦାସ ଅନୁସରି କି ?
No comments:
Post a Comment