ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ପ୍ରଥମ ବଲ୍ଲୀ : ଶ୍ଲୋକ ୧୪
ତିବ୍ବତୀୟ ଯମ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ପର୍ବତ ଦୁର୍ଗମ ଶିଖେ ବରଷିଲେ ବାରି
ନାନା ଧାରେ ବହେ ସ୍ରୋତ ନାନା ଦିଗଚାରୀ ।
ଗିରିପଦେ ନିମ୍ନଦେଶେ ଧାଏଁ ଛିନ୍ନ ଭିନ୍ନ
ନାଶଯାଏ ଅବଶେଷେ ହୁଏ ନାହିଁ ଲୀନ ,
ତେସନ ଅସଂଖ୍ୟ ଦେହେ ନାନା ଅଭିମୁଖେ
ଭ୍ରମଇ ସେ ନର ଚିର ଜନ୍ମ-ମୃତ୍ୟୁ-ଦୁଃଖେ ।
ଦେଖେ ଯେ ବିଭିନ୍ନ ଦେହେ ବ୍ରହ୍ମ ଭେଦାଭେଦ
ଲଭେ ନାନା ଯୋନି, ସହେ ଅସରନ୍ତି ଖେଦ । (ନ.ଉ. ୨।୧।୨୮)
No comments:
Post a Comment