ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ପ୍ରଥମ ବଲ୍ଲୀ : ଶ୍ଲୋକ ୭
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ହିରଣ୍ୟଗର୍ଭୁ ସେ ବ୍ରହ୍ମ ସମ୍ଭବ ପ୍ରଥମ
ତହୁଁ ଦେବାସୁର ନର ସ୍ଥାବର ଜଙ୍ଗମ ।
ଶବ୍ଦାଦି ଅଦିନୁଁ ଖ୍ୟାତ ଅଦିତି ନାମରେ
ପ୍ରାଣ ରୂପେ ପ୍ରକାଶିଲେ ସକଳ ଅନ୍ତରେ ।
ପଞ୍ଚମହାଭୂତ ସଙ୍ଗେ ମିଳି ସେ ଅଦିତି
ପ୍ରାଣୀ ହୃଦ-ଗୁହାଶୟେ କଲେ ଅବସ୍ଥିତି ।
ସେ ଆଦ୍ୟ ଦେବତା ରୂପ ଦେଖେ ଯେଉଁ ଜନ
ସେହି ଏକା କରେ ଆତ୍ମା ସ୍ୱରୂପ ଦର୍ଶନ । (ନ.ଉ. ୨।୧।୨୫-୨୬)
No comments:
Post a Comment