କେନ୍ଦ୍ରପଡ଼ାର ହଳିଆ ଗୀତ - 'ହଡ଼ା ତ ବଳଦକୁ ଅସନ ଛାଟିଆ'
ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶଙ୍କର 'ଲୋକବାଣୀ ସଞ୍ଚୟନ'
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ହଡ଼ା ତ ବଳଦକୁ ଅସନ ଛାଟିଆ
ଗୋରୀ ତ ମାଇପକୁ ଯ।ଉଁଳି ମାଠିଆ
ମୁଣ୍ଡର ମାଠିଆ ଲୋ ଏଣିକି ତେଣିକି
କାଖର ମାଠିଆ ଲୋ ଯାଉଚି ପାଣିକି
ଫୁଲ ତ ଗହଳରେ ନ ବୁଡ଼ଇ ମାଠିଆ
ସୋଲ ଗହଳରେ ନାଗିଲା ଗୋଡ଼ର ଝୁଣ୍ଟିଆ
ପତ୍ର ତ ଗହଳରେ ନ ପଡ଼ଇ ଦୃଷ୍ଟି
ଫଳ ତ ଗହଳରେ ନ ଗଳଇ ଛୁଞ୍ଚି ହୋ ।
ହରିର ଅର୍ଜୁନର ଯେ ଲାଗିଲା ବିବାଦୀ
ଶରର ସାଗର ବନ୍ଧ ଯେ ବାନ୍ଧିଲେ ବାଳାନିଧି
ତୁରେ ଅରଜୁନ ମାଉସୀପୁଅ ଭାଇ
ତୋ ବନ୍ଧ ଉପରେ ଯେ ଚାଲିଯିବି ମୁହିଁ ।
ଦଶଦ୍ୱୀପ ମାଡ଼ି ହନୁ ଚାଲଇ ଦମକାଇ
ଭରା ନ ସହିଲୁରେ ଭାଇରେ ଅର୍ଜୁନ
ଅର୍ଜୁନ ରୁଧିର ଗଲା ବହି ।
ଅବିନ୍ଧା ଶର ଥିଲା, ରୁଧିର ନୁହେଁ ଭାଇ
ନାଗି ଲୁଣି ପାଣିକି ମର୍କଟ
ମର୍କଟ ହେଙ୍ଗୁଳା ଗଲା ବହି ଗୋ ।
No comments:
Post a Comment