ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୨
ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି
ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ୱନ୍ଦାତୀତୋ ବିମତ୍ସରଃ ।
ସମଃ ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ ।୨୨।
ଅପ୍ରାର୍ଥିତ ଉପସ୍ଥିତ ଲାଭେ ଯେବା ତୁଷ୍ଟ । ଶୀତେ ଉଷ୍ଣେ ସମ ଜ୍ଞାନ କରେ ନାହିଁ କଷ୍ଟ ।।
ସୁଖ ଦୁଃଖ ଦୁଇ ଯେବା ସହେ ସହଜରେ । ବୈର ଶୂନ୍ୟ ହୋଇ ଯେବା ଥାଏ ନିରନ୍ତରେ ।.।
ସିଦ୍ଧ ଯେ ଅସିଦ୍ଧ ଯେବା କରେ ତୁଲ୍ୟ ଜ୍ଞାନ । ନଲାଗେ ତାହାକୁ କେଭେ ସଂସାର ବନ୍ଧନ ।୨୨।
No comments:
Post a Comment