ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୩
ସପ୍ତଚକ୍ର ୧୮୯୯ ମସିହାରେ ବ୍ରଜ ଭାଷାରେ ରଚିତ ଏକ ପାଣ୍ଡୁଲିପିରୁ ଆହୃତ ବ୍ରିଟିଶ ଲାଇବ୍ରେରୀର ସଙ୍ଗ୍ରହ ଫଟୋ କ୍ରେଡ଼ିଟ - ୱିକିପିଡିଆ କମନ୍ସ୍ |
ଜୀବାତ୍ମା ପୁରୁଷ ରହି ହୃଦୟ-କମଳେ
ପେଷେ ପ୍ରାଣବାୟୁ ଉର୍ଦ୍ଧ୍ୱେ ଅପାନକୁ ତଳେ ।
ମୁମୁକ୍ଷୁବରେଣ୍ୟ ନିଜେ ମଧ୍ୟେ ସମାସୀନ
ଦେବରୂପୀ ଇନ୍ଦ୍ରିୟାଦି ଯାହାର ଅଧୀନ ।
ଲାଗିଥାନ୍ତି ନିରନ୍ତର ଆପଣା ବ୍ୟାପାରେ
ଭୃତ୍ୟଗଣ ଖଟେ ଯଥା ପ୍ରଭୁ ଉପଚାରେ ।
ଦେହେନ୍ଦ୍ରିୟ ପ୍ରାଣ ଆଦି ଆତ୍ମାରୁ ବିଭିନ୍ନ
ସର୍ବ ପରେ ଆତ୍ମାସ୍ୱାମୀ ସ୍ୱତନ୍ତ୍ର ସ୍ୱାଧୀନ । (ନ.ଉ. ୨।୨।୩୦)
No comments:
Post a Comment