Living in Bhubaneswar
Friday, March 25, 2016
ଜଗନ୍ନାଥ ଭଜନ - ଭୁଜତଳେ ମୋତେ ରଖ ମହାବାହୁ
କବି - ବୀରକେଶରୀ ଦେବ
ଗାୟକ - ପ୍ରଫୁଲ୍ଲ କର
ଭଜନର ୟୁଟ୍ୟୁବ୍ ଲିଙ୍କ୍ -https://www.youtube.com/watch?v=BsUZ_KhhJRQ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଭୁଜ ତଳେ ମୋତେ ରଖ ମହାବାହୁ
ବାହୁ ତଳେ ମୋତା ରଖ ।
ବିପୁଳ ଭୁଜ ବିସ୍ତାରି ଦେଲେ ଛାର
କି କରି ପାରିବ ଦୁଃଖ ।।
ସଜ ହୋଇଥିବ ନନ୍ଦିଘୋଷ ରଥ ୁ
ମୁଁ ଥିବି ତୁମ୍ଭ ସେବାରେ ।
ତୁମ୍ଭେ ଦୀନବନ୍ଧୁ ନିର୍ଦ୍ଦୟ ହୋଇଲେ
କି ବୋଲିବେ ଏ ସଂସାରେ ।୧।
ଏ ଗଜବାଜି-କ୍ଷିତିପତି ସମ୍ପତ୍ତି
ରତିଏ ରୁଚଇ ନାହିଁ ।
ଭୁବନମୋହନ ଚକାନୟନକୁ
ଯେତେବେଲେ ଦିଏ ଚାହିଁ ।୨।
ଦିନକୁ ଦିନ ତ ଦୁଃଖ ଅତିରେକ
ସୁଖ ତ ଦିଶଇ ନାହିଁ ।
ଭାସି ଯାଉଅଛି ଏ ଭବସାଗରେ
ରକ୍ଷାକର ଭାବଗ୍ରାହୀ ।୩।
ଶ୍ରୀକ୍ଷେତ୍ର ନବରେ ମହା ଐୁଶ୍ୱର୍ଯ୍ୟରେ
ଥିଲେ ହେ କମଳା ସାଇଁ ।
ବାଇଶି ପାବଚ୍ଛ ନ ଉଠିବା ଯାଏଁ
ଆନନ୍ଦ ନ ପାଏ କାହିଁ ।୪।
ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ
ଏ ପ୍ରାଣ ଥିବ କିପାଇଁ ।
ଓହ୍ଲାଇ ନ ଦିଅ କିପାଁ ମୋ ମଥାରୁ
ଜଞ୍ଜାଳ ଭାର ଗୋସାଇଁ ।୫।
ମୁଁ ଛାର ପତିତ ଭରସା ରଖିଛି
ଶ୍ରୀରଙ୍ଗା ଚରଣ ତଳେ ।
ଶ୍ରୀ ବିରକେଶରୀ ମହାରାଜା ଭଣେ
ଦୟା କର ଏତେ ବେଳେ ।୬।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment