Living in Bhubaneswar
Sunday, March 13, 2016
ଜଗନ୍ନାଥ ଭଜନ - ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
କବି - ବନମାଳୀ ଦାସ
କଣ୍ଠ ଓ ସଙ୍ଗୀତ - ବାଳକୃଷ୍ଣ ଦାସ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=rX93G5eWbCQ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଏହି ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ! ଏହି ଅଳି ଶ୍ରୀଛାମୁରେ ।
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ ।।
ଦାନା କନା ପଛେ ମନା ହେଉ ମତେ ନୀଳଚକ୍ର ବାନା ଚାହିଁ ।
ସୁଖୀ ହେଉଥିବି ଅଖିଳ ପତି ହେ ନିର୍ଦ୍ଦୟ ହୋଇବ ନାହିଁ ।୧।
ବାରମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ ।
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର ମାଗୁଥିବି ମାଧୁକରୀ ।୨।
ଆନନ୍ଦ ବଜାରେ ବୁଲିଣ ମଜାରେ ଗାଉଥିବି ତୋର ନାମ ।
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ ।୩।
ଏଥିପାଇଁ କୁଳ ମୂଳ ହରାଇଛି ସାଥି କରି ତୋତେ ଏକା ।
ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା ।୪।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment