Living in Bhubaneswar
Thursday, March 17, 2016
ଜଗନ୍ନାଥ ଭଜନ - ଲାଗିଛି ଲୀଳା ନୀଳାଚଳରେ
କବି - ହୃଦାନନ୍ଦ ଦାସ
ଗାୟକ - ଘନଶ୍ୟାମ ପଣ୍ଡା
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Glc4tHQJCcw
ଲାଗିଛି ଲୀଳା ନୀଳାଚଳରେ ହୋ ।
ରାଧାକୃଷ୍ଣ ଏକ ଅଙ୍ଗ ଯା' ସଦାକାଳରେ ହୋ ।।
ଅନନ୍ତ ମସ୍ତକେ ଫଣୀ ଫଣୀ ପରେ ଦିବ୍ୟମଣି ।
ତା ପରେ ଅବ୍ୟକ୍ତ ମଣି ସସ୍ର ଦଳରେ ହେ ।୧।
ଆସୁଛି ଯାଉଛି ବାର ଏ ବାରରୁ ସେ ବାହାର ।
ବାର ଭେଦି ଠାବ କର ତେର ମୂଳରେ ହେ ।୨।
ଉର୍ମଧୂର୍ମ ଜ୍ୟୋତି ଜ୍ୱାଳା ପ୍ରକାଶ ଏ ଚାରିକଳା ।
ପରେ ଲାଗିଅଛି ଲୀଳା ଠୁଳ ଶୂନ୍ୟ ହେ ।୩।
ଧନ୍ୟ ଧନ୍ୟ ନୀଳକନ୍ଦ ଯହିଁ ବିଜେ ଆଦିକନ୍ଦ ।
କହେ ଦାସ ହୃଦାନନ୍ଦ ପାଦ ତଳରେ ହେ ।୪।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment