ଜହ୍ନିଫୁଲ ଠୋ ଠା
ଡକ୍ଟର୍ କୁଞ୍ଜବିହାରୀ ଦାଶଙ୍କ ସଙ୍ଗ୍ରହରୁ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଜହ୍ନିଫୁଲ ଠୋ ଠା
ଯେ ନ ଦେବ ତାର ପିଲାର
ନାକଟା ଖଣ୍ଡିଆ ଟା ।
ଦାଣ୍ଡଆଡ଼େ ବଗ
ବାଡ଼ିଆଡ଼େ ବଗ
ଡୁଙ୍ଗେଇ ମୂଷା କହିଯାଇଛି
ଚାଉଳ ପୁଞ୍ଜେ ଦେବ ।
ଜହ୍ନିଫୁଲେ ଲୋ ପୂଜିଲି ତୋତେ
କି ବର ମାଗୁଛି ଦେବୁଟି ମୋତେ ।
କାକୁଡ଼ି ଫୁଲେ ଲୋ ପୂଜିଲି ତୋତେ
କି ବର ମାଗୁଛି ଦେବୁଟି ମୋତେ ।
କନ୍ୟାରିଫୁଲେ ଲୋ ପୂଜିଲି ତୋତେ
କି ବର ମାଗୁଛି ଦେବୁଟି ମୋତେ ।
କଖାରୁଫୁଲେ ଲୋ ପୂଜିଲି ତୋତେ
କି ବର ମାଗୁଛି ଦେବୁଟି ମୋତେ ।
(ଗଞ୍ଜାମ ଅଞ୍ଚଳର)
ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଙ୍କଳନ 'ଓଡ଼ିଆ ଲୋକଗୀତ' (ଭୁବନେଶ୍ୱର, ୨୦୧୩; ପ୍ରଥମ ପ୍ରକାଶ ୧୯୯୪) ରୁ ଆହୃତ ।
No comments:
Post a Comment