ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ : ଶ୍ଲୋକ ୬୬ - ୭୨
ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଶ୍ରୀଭଗବାନଉବାଚ
ନାସ୍ତି ବୁଦ୍ଦିରୟୁକ୍ତସ୍ୟ ନ
ଚାୟୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ
କୁତଃ ସୁଖମ୍ ।୬୬।
ଅଜିତେନ୍ଦ୍ରିୟ ଯେଉଁ ନର ।
ଭାବନା ହେବ କାହୁଁ ତାର ।।
ଚିନ୍ତା ନ କଲେ କାହିଁ ଶାନ୍ତି
। ଶାନ୍ତି ବିହୀନେ ନାହିଁ ମୁକ୍ତି ।୬୬।
ଇନ୍ଦ୍ରିୟାଣାଂ ହି ଚରତାଂ
ୟନ୍ମନୋଽନୁବିଧୀୟତେ ।
ତଦସ୍ୟ ହରତି ପ୍ରଜ୍ଞା
ବାୟୁର୍ନାବମିବାମ୍ଭସି ।୬୭।
ସ୍ୱଇଚ୍ଛାଚାରୀ ଯେଉଁ ମନ । ପୁଣି
ଯେ ଇନ୍ଦ୍ରିୟ ଅଧିନ ।।
ଯେମନ୍ତ ସମୁଦ୍ର ମଧ୍ୟରେ ।
ଘୁର୍ଣ୍ଣିତ ପ୍ରବଳ ବାତରେ ।।
ନିର୍ବୋଧ ନାବିକ ଅଧୀନ । ଯେସନେ
ନାବ ଜଳମଗ୍ନ ।।
ତେସନ ମଗ୍ନ କରିଦିଏ । ପୁରୁଷ
ପ୍ରଜ୍ଞାକୁ ବିଷୟେ । ୬୭।
ତସ୍ମାଦ୍ ୟସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା । ୬୮।
ଇନ୍ଦ୍ରିୟ ବିଷୟ ନିବୃତ୍ତ । କାରଣେ ଯେବା ସମରଥ ।।
ଅଚଳା ପ୍ରଜ୍ଞା ତାର ଜାଣ । ସେ ସ୍ଥିତପ୍ରଜ୍ଞ ମହାଜନ ।୬୮।
ୟା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂୟମୀ ।
ୟସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ । ୬୯।
ଭୂତମାନଙ୍କ ଯେଉଁ ରାତ୍ରି । ଜ୍ଞାନୀଏ ଦିବସ ମଣନ୍ତି ।।
ଭୂତମାନଙ୍କ ଯେଉଁ ଦିବା । ଜ୍ଞାନୀଙ୍କ ରଜନୀ ମଣିବା । ୬୯।
ଆପୂର୍ୟ୍ୟମାଣମଚଳପ୍ରତିଷ୍ଠଂ ସମୁଦ୍ରମାପଃ ପ୍ରବିଶନ୍ତି ୟଦ୍-ବତ୍ ।
ତଦ୍-ବତ୍ କାମା ୟଂ ପ୍ରବିଶନ୍ତି ସର୍ବେ ସ ଶାନ୍ତିମାପ୍ନୋତି ନ କାମକାମୀ । ୭୦।
ଯେମନ୍ତେ ସକଳ ସରିତ । ସାଗରେ ହୁଅନ୍ତି ପତିତ ।।
ତେସନ ଭୋଗେଚ୍ଛା ସମୂହ । ଯାହାକୁ କରନ୍ତି ଆଶ୍ରୟ ।।
ଧନ୍ୟ ସେ ଲୋକ ଏ ସଂସାରେ । ନିଶ୍ଚୟ ମୁକ୍ତି ଲାଭ କରେ ।।
ଭୋଗାଭିଳାଷୀ ଯେଉଁ ବ୍ୟକ୍ତି । କେଭେ ସେ ନ ପାଏ ମୁକତି ।୭୦।
ବିହାୟ କାମାନ୍ ୟଃ ସର୍ବାନ୍ ପୁମାଂ ଶ୍ଚରତି ନିଃସ୍ପୃହଃ ।
ନିର୍ମ୍ମମୋ ନିରହଙ୍କାରଃ ସ ଶାନ୍ତିମଧିଗଚ୍ଛତି ।୭୧।
ଅଭିଳାଷ ବସ୍ତୁମାନ ପରିତ୍ୟାଗ କରି । ସ୍ପୃହାହୀନ ପୁଣି ଯେବା ନୋହେ ଅହଙ୍କାରୀ ।।
ପୁଣି ଯେ ମମତା ଶୂନ୍ୟ ହୋଇ ମହାଭାଗ । ଭୋଗ୍ୟବସ୍ତୁ ସମୁଦାୟ କରେ ଉପଭୋଗ ।।
ନିଶ୍ଚୟ ଜାଣିବ ତୁମ୍ଭେ ଆହେ ବୀର ପାର୍ଥ । ସେହି ଲୋକ ମୁକ୍ତିଲାଭେ ହେବ ସମରଥ ।୭୧।
ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।୭୨।
ଆହେ ପାର୍ଥ ବ୍ରହ୍ମଜ୍ଞାନ ନିଷ୍ଠା ଏହିପରି । ଯେ ଯାଣେ ଏ ଜ୍ଞାନ ଯାଏ ଭବଜଳୁଁ ତରି ।।
କ୍ଷଣମାତ୍ରେ ଲଭେ ଯେହୁ ଅନ୍ତିମକାଳରେ । ପରଂବ୍ରହ୍ମେ ଲୀନ ସେହି ହୁଏ ସହଜରେ ।୭୨।
ଇତିଶ୍ରୀ ମହାଭାରତେ ଶତସାହସ୍ର୍ୟାଂ ସଂହିତାୟାଂ ବୈୟାସିକାଂ ଭୀଷ୍ମପର୍ବଣି ଶ୍ରୀମଦ୍ଭଗବଦ୍-ଗୀତା ସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ୟୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ସାଂଖ୍ୟ ୟୋଗୋ ନାମ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟୋଧ୍ୟାୟଃ
କର୍ମ ୟୋଗଃ
ଅର୍ଜୁନ ଉବାଚ
ଜ୍ୟାୟସୀ ଚେତ୍ କର୍ମଣସ୍ତେ ମତା ବୁଦ୍ଧିର୍ଜନାର୍ଦ୍ଦନ ।
ତତ୍ କିଂ କର୍ମଣି ଘୋରେ ମାଂ ନିୟୋଜୟସି କେଶବ । ୧।
କର୍ମଠାରୁ ଜ୍ଞାନ ଶ୍ରେଷ୍ଠ ଏହା ଯେବେ ଜାଣ । ତେବେ କାହିଁ ପାଇଁ ମୋତେ ଆହେ ଜନାର୍ଦ୍ଦନ ।।
ସେହି ଭୟଙ୍କର କର୍ମେ କରୁଛ ନିଯୁକ୍ତ । କୃପା କରି ବୋଲ ମୋତେ ଏଥିର ବୃତ୍ତାନ୍ତ ।୧।
No comments:
Post a Comment