Living in Bhubaneswar
Friday, March 11, 2016
ଜଗନ୍ନାଥ ଭଜନ - ପତିତ ପାବନ ବାନା
କବି - ଆର୍ତ୍ତ ଦାସ
ଗାୟକ - ସିକନ୍ଦର ଆଲମ୍
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=mpjuYhkO04Y
ପତିତ ପାବନ ବାନା ଆଉ କେତେ ବେଳକୁ ।
ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ ।।
ଦୂରେ ଥାଇ ଡ଼ାକ ଦେଲେ ଡେରିଥାଅ କର୍ଣ୍ଣକୁ ।
ନିକଟରେ ନ ଶୁଣିଲ ମୋ କର୍ମ ଅବଳକୁ ।୧।
ଲକ୍ଷ ଯୋଜନରେ ଗଜ ଚିନ୍ତା କଲା ପ୍ରଭୁଙ୍କୁ ।
ଚକ୍ର ପେଶି ଗ୍ରାହ ନାଶି ରଖିଲ ତ ଗଜକୁ ।୨।
ଦ୍ରୌପଦୀ ଯେ ଚିନ୍ତା କଲା ବିବସନ ବେଳକୁ ।
କୋଟି ବସ୍ତ୍ର ଦେଲ ପ୍ରଭୁ ତୁମ୍ଭେ ତେତେ ବେଳକୁ ।୩।
ରୁପିଲାର ବୃକ୍ଷ ଗୋଟି ଛେଦୁଅଛ ମୂଳକୁ ।
ନିନ୍ଦା ହେବ ବାଇ ବାନା ଏ ମହୀ ମଣ୍ଡଳକୁ ।୪।
ବଡ଼ ଦେଉଳରେ ଅଛ ଦାରୁଭୂତ ହୋଇକି ।
ଭଣିଲେ ଆରତ ଦାସ ତୁମ୍ଭ ମନେ ନାହିଁକି । ୫।
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment