Living in Bhubaneswar
Friday, February 10, 2017
ଓଡ଼ିଆ ସିନେମା ଗୀତ - ହାୟ ମଦଭରି ଆଖି
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=-b_RYD5V27A
ପୁରୁଣା ଫକ୍ସ ମୁଭିଟୋନ କାମେରା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚଳଚିତ୍ର - କିଏ କାହାର (୧୯୬୮)
ସଙ୍ଗୀତ - ଅକ୍ଷୟ ମହାନ୍ତି
ଗୀତ - ପାର୍ଥସାରଥୀ ମହାପାତ୍ର
କଣ୍ଠ - ଶ୍ୟାମଳ ମିତ୍ର
ହାୟ ମଦଭରି ଆଖି
ଗଲା ଇସାରାରେ ଡାକି
ମୁଁ ତ ଯିବି
କହ ଯିବି
ସେଇ ନୀଳ ନୀଳ ଲହରିରେ
ଝୁଲି ଝୁଲି ଝୁଲି ଝୁଲି
ଝୁଲି ଝୁଲି
ଯିବି ଏ ଦୁନିଆ ଭୁଲି
ଯିବି ଏ ଦୁନିଆ ଭୁଲି
ହାୟ ମଦଭରି ଆଖି
ଗଲା ଇସାରାରେ ଡାକି
ଭଲ ପାଏ ବୋଲି ସିଏ
ଯଦି ଯାଏ ମିଛ କହି
ମିଛ ସତ ପରଖିବା
ଛାତି ମୋ ଆଉ ନାହିଁ
ମୁଁ ତ ଜାଣେ
ମନେ ମନେ
ସେ ତ ବସେ
ସବୁ ଦିନେ
ମୋ ଲାଗି ଜାଗର ଜାଳି
ହାୟ ମଦଭରି ଆଖି
ଗଲା ଇସାରାରେ ଡାକି
ଇସାରାର ଭରସାରେ
ସବୁତ ଆସିିଲି ତେଜି
ମତେ ଜଦି
ଦିଏ ଫାଙ୍କି
ଦୁଃଖ ଆଉ
ନାହିଁ ଆଜି
ମୁଁ ତ ଯିବି
ଦେଖୁଥିବି
ସପନରେ ତା'ର ଛବି
ପିୟୁଷେ ଜହର ଭରି
ହାୟ ମଦଭରି ଆଖି
ଗଲା ଇସାରାରେ ଡାକି
ମୁଁ ତ ଯିବି
କହ ଯିବି
ସେଇ ନୀଳ ନୀଳ ଲହରିରେ
ଝୁଲି ଝୁଲି ଝୁଲି ଝୁଲି
ଝୁଲି ଝୁଲି
ଯିବି ଏ ଦୁନିଆ ଭୁଲି
ଯିବି ଏ ଦୁନିଆ ଭୁଲି
ହାୟ ମଦଭରି ଆଖି
ଗଲା ଇସାରାରେ ଡାକି
No comments:
Post a Comment
Newer Post
Older Post
Home
View mobile version
Subscribe to:
Post Comments (Atom)
No comments:
Post a Comment