ମହିମା ଭକ୍ତି କବିତା - 'ସଂସାର ତାରିବା ନିମନ୍ତେ ହେ'
କବି - ଭୀମ ଭୋଇ
କାଲିଫର୍ଣ୍ଣିଆର ମରୁଭୂମିରେ ସୂର୍ଯ୍ୟାସ୍ତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସଂସାର ତାରିବା ନିମନ୍ତେ ହେ ।ପଦ।
ଅନାଦି ସେ ବ୍ରହ୍ମ । ଏକାକ୍ଷର ଧର୍ମ ।
ବୈଷ୍ଣବରୂପ ଏ ଜଗତେ ହେ ।୧।
ତିନିପୁର ଯାକ । ପଡ଼ୁଅଛି ଡାକ ।
ନ ଚିହ୍ନି ଆଜ ପରିଯନ୍ତେ ହେ ।୨।
ଚକ୍ଷୁ ଥାଉଁ କଣା । ବୁଦ୍ଧି ଥାଉଁ ବଣା ।
ବାତୁଳ ହେଲେଣି ସମସ୍ତେ ହେ ।୩।
ଯେ ହେବ ମନୁଷ୍ୟ । ଜାଣିବ ଅବଶ୍ୟ ।
ବୁଝାଇ କହୁଅଛି ଯେତେ ହେ ।୪।
ଭଜିଲେ ଏ ଦୀକ୍ଷା । ହେତୁ ରହେ ଏକା ।
ଚେତାରେ ଧର ଅନ୍ତର୍ଗତେ ହେ ।୫।
ଭଣେ ଭୀମ କନ୍ଧ । ସୁଧା ମକରନ୍ଦ ।
ସୁଜନେ ପିଅ ଅନୁବ୍ରତେ ହେ ।୬।
No comments:
Post a Comment